Babri Masjid / ଭୟଙ୍କର ହେଉଛି ପଶ୍ଚିମବଙ୍ଗ ରାଜନୀତି, ବାବ୍ରୀ ମସ୍ଜିଦ୍ ପାଇଁ ପଡ଼ିଲା ଇଟା !

Key Points
ହୁମାୟୁଁ କହିଛନ୍ତି, ପ୍ରଶାସନ ମୋତେ ସହଯୋଗ କରିଛି, ମୁଁ ଏହାକୁ ନିର୍ମାଣ କରିବି।
ଅଯୋଧ୍ୟା ନୁହେଁ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବାବରୀ ମସଜିଦକୁ ନେଇ ବିବାବ । ବେଲଡଙ୍ଗାରେ ମସଜିଦ ନିର୍ମାଣ ଲାଗି ଶିଳାନ୍ୟାସ କଲେ ନିଲମ୍ବିତ TMC ବିଧାୟକ ହୁମାୟୁଁ କବୀର । ବିଜେପି ଜମାଇଲା କଡ଼ା ଆପତ୍ତି । କହିଲା, ମାହୋଲ ଖରାପ କରୁଛି ମମତା ବାନାର୍ଜୀଙ୍କ ସରକାର । ମସଜିଦ ନିର୍ମାଣକୁ ନୁହେଁ ବାବରୀ ନାମକୁ କରାଯାଉଛି ବିରୋଧ ।
୩୩ ବର୍ଷ ପରେ ପୁଣି ବାବ୍ରି ମସଜିଦ ନେଇ ସରଗରମ ହେଲା ରାଜନୀତି। ଏଥର ଅଯୋଧ୍ୟା ନୁହେଁ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବେଲଡଙ୍ଗାରେ ନିର୍ମାଣ ହେବ ଅବିକଳ ବାବ୍ରି ଢାଞ୍ଚାରେ ମସଜିଦ। ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁଁ କବୀର ଆଜି ଏନେଇ ଶିଳାନ୍ୟାସ କରିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏନେଇ ହୁମାୟୁଁ କହିଛନ୍ତି, ପ୍ରଶାସନ ମୋତେ ସହଯୋଗ କରିଛି, ମୁଁ ଏହାକୁ ନିର୍ମାଣ କରିବି।
କବୀରଙ୍କୁ ବ୍ୟବହାର କରି TMC ନିଜର ଭୋଟବ୍ୟାଙ୍କ ମଜଭୁତ କରୁଛି। ଏହାସହ ରାଜ୍ୟରେ ସାମ୍ପ୍ରଦାୟିକ ମାହୋଲ ଖରାପ କରିବା ପାଇଁ ଏପରି କରୁଥିବା ବିଜେପି ନେତା ଦିଲ୍ଲୀପ ଘୋଷ କହିଛନ୍ତି। ସେପଟେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମସଜିଦ ନିର୍ମାଣକୁ ଆମେ ବିରୋଧ କରୁନୁ, କିନ୍ତୁ ବାବରୀ ନାମକୁ ବିରୋଧ କରାଯାଉଛି।
ଏହାକୁ ନା ପସନ୍ଦ କରିଛନ୍ତି ବରିଷ୍ଠ ନେତା ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି। ମମତା ବାନାର୍ଜୀ ପ୍ରଶାନସିକ ସ୍ତରରେ ସମର୍ଥନ ଦେଉଥିବା ସେ କହିଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ସୁଧାଂଶୁ ପଟ୍ଟନାୟକ କହିଛନ୍ତି, ମସଜିଦ ହେଉ ଗୀର୍ଜା ହେଉ ଆମର ଅସୁବିଧା ନାହିଁ କିନ୍ତୁ ଯାହାର ନାମରେ ହେଉଛି ସିଏ ଭାରତର ଶତ୍ରୁ।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଏସବୁ ଭିତରେ ଅନେକ ସମର୍ଥକ ମୁଣ୍ଡରେ ଇଟା ଧରି ବେଲଡଙ୍ଗାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। କବୀର ଭରତପୁର ବିଧାନସଭା କ୍ଷେତ୍ରରୁ ଟିଏମସିର ବିଧାୟକ। ସେ ଗତ ମାସରେ ସୋସିଆଲ ମିଡିଆରେ ୧୨୫ କୋଟି ବଜେଟରେ ମସଜିଦର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ।
📱 Get Argus News App
✨Related Topics
Explore more stories