Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚଳନ୍ତା ବସ୍‌ରେ ପ୍ରସବ ହେବାପରେ ଶିଶୁକୁ ବାହାରକୁ ଫିଙ୍ଗିଦେଲା ମା'

Ritu Das
Browse all articles by Ritu Das
·12 months ago·2 min read
ଚଳନ୍ତା ବସ୍‌ରେ ପ୍ରସବ ହେବାପରେ ଶିଶୁକୁ ବାହାରକୁ ଫିଙ୍ଗିଦେଲା ମା'

Key Points

ଜନ୍ମକଲା ପରେ ଶିଶୁପୁତ୍ରକୁ ରାସ୍ତାକୁ ଫିଙ୍ଗିଲା ନିର୍ଦ୍ଦୟୀ ମା

ଚଳନ୍ତା ବସ୍‌ରେ କଲା ପ୍ରସବ

ପିଲାକୁ ପାଳିବା ପାଇଁ ଟଙ୍କା ନଥିବାରୁ ଆମେ ଏଭଳି କରିଥିଲୁ

ସକାଳୁ ଏଭଳି ଏକ ଖବର ଶୁଣିଲା ପରେ ବ୍ୟଥିତ କରୁଛି। କେମିତି ଜଣେ ମା' ଏମିତି କରିପାରିବ। ଜନ୍ମକଲା ପରେ ରାସ୍ତାକୁ ଫିଙ୍ଗିଲା ନିର୍ଦ୍ଦୟୀ ମା’। ମହାରାଷ୍ଟ୍ରରେ ମରିଗଲା ମା’ର ମମତା। ମହାରାଷ୍ଟ୍ରର ପରଭାନୀରେ ଜଣେ ୧୯ବର୍ଷୀୟ ଯୁବତୀ ଏଭଳି କରିଥିବା ଜଣାଯାଇଛି। ଏଭଳି ଅପରାଧ କରିବା ସମୟରେ ତାଙ୍କ ସ୍ବାମୀ ତାଙ୍କ ସହ ଥିବା ଜଣାଯାଇଛି। ଦୁହିଁଙ୍କ ନାମ ହେଲା ରିତିକା ଧେରେ ଓ ଅଲତାଫ୍ ଶେଖ୍। ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ କାହିଁକି ଜଣେ ମା’ ଏଭଳି କୁକର୍ମ କଲା ତାହା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ରିତିକା ଧେରେ ନାମକ ଜଣେ ମହିଳା ଏକ ବସ୍‌ରେ ନିଜ ସ୍ୱାମୀ ବୋଲି ଦାବି କରୁଥିବା ଅଲତାଫ୍ ଶେଖଙ୍କ ସହ ପୁନେରୁ ପରଭାନୀ ଯାତ୍ରା କରୁଥିଲେ।


ଯାତ୍ରା ସମୟରେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବା ସହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ, ଡାକ୍ତରଖାନା ଯିବା ପରିବର୍ତ୍ତେ ଦମ୍ପତି ଶିଶୁଟିକୁ ଏକ କପଡ଼ାରେ ଗୁଡ଼ାଇ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇଥିଲେ। ବସ୍ ଚାଳକଙ୍କୁ ସନ୍ଦେହ ହେବାରୁ କ’ଣ ଫିଙ୍ଗିଲ ବୋଲି ପଚାରିଥିଲେ। ଏହା ଶୁଣି କିଛି ଫିଙ୍ଗିନ‌ାହୁଁ, ରିତିକାର ବାନ୍ତି ହୋଇଥିବା କହିଲା ଅଲତାଫ୍। ହେଲେ ଶିଶୁପୁତ୍ର ଫିଙ୍ଗାଯାଇଥିବା ସ୍ଥାନରେ ରହୁଥିବା ଜଣେ ଯୁବକ କପଡ଼ା ଭିତରେ ନବଜାତ ଶିଶୁ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି କପଡ଼ା ଖୋଲିବା ପରେ ଭିତରେ ନବଜାତ ଶିଶୁ ଥିବା ଦେଖିଥିଲା। ଜୋରରେ ତଳେ ପଡ଼ିବାରୁ ଶିଶୁର ମୃତ୍ୟୁ ହୋଇଥିବା ଜାଣି ପୋଲିସ ବସ୍‌ର ପିଛା କରି ଦମ୍ପତିଙ୍କୁ କାବୁ କରିଥିଲା। ଏଭଳି କରିବା ପଛର କାରଣ ପଚରାଯିବାରୁ ଦୁହେଁ କହିଥିଲେ। ପିଲାକୁ ପାଳିବା ପାଇଁ ଟଙ୍କା ନଥିବାରୁ ଆମେ ଏଭଳି କରିଥିଲୁ। ତେବେ ଦୁହେଁ ବିବାହିତ ବୋଲି ଦାବି କରୁଥିବା ବେଳେ ପୋଲିସ ଆଗରେ କୌଣସି ବୈଧ ପ୍ରମାଣ ଦେଖାଇପାରିନଥିଲେ। ଏବେ ଦୁହିଁଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baby-born-on-bus-thrown-the-window-by-her-mother | Argus News