Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାତୀ ଛୁଆର ଗାଧୋଇବା ମସ୍ତି: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·2 years ago·1 min read
ହାତୀ ଛୁଆର ଗାଧୋଇବା ମସ୍ତି: ଭିଡିଓ ଭାଇରାଲ

ଅର୍ଗସ ବ୍ୟୁରୋ: କ୍ୟାମେରାରେ ଏକ ଦୃଶ୍ୟ କଏଦ ହୋଇଛି ଯାହା ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ। ଏକ କୁନି ହାତୀ ଛୁଆ ସାରା ଦୁନିଆରେ ଥିବା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ କୁନି ହାତୀ ଛୁଆ ଖୁସିରେ ଗାଧୋଉଛି ଆଉ ନିଜ ସ୍ନାନ ସମୟକୁ ଉପଭୋଗ କରୁଛି। ଏହା ସମସ୍ତଙ୍କୁ ନିଶ୍ଚିତ ଖୁସି କରିବ। 

 

ହାତୀ ଛୁଆଟି ଏକ ବାଥଟବରେ ପଶି କୁନି ଛୁଆଙ୍କ ଭଳି ଗୋଡ ବାଡ଼େଇକି ଗାଧୋଉଛି। କେତେବେଳେ ପାଣିରେ ଶୋଇପଡ଼ୁଛି ତ ଆଉ କେତେବେଳେ ପାଣିରେ ଖେଳୁଛି। ଦେଖିବାକୁ ଭାରି ମଜା ଲାଗୁଛି। ହାତୀ ଛୁଆଟି ଭାରି ଆକ୍ଟିଭ। ନିଜ ସ୍ନାନ କରିବାର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଛି। ମଣିଷ ନ ହେଲେ ବି ଗାଧୋଇବାକୁ ଖୁବ ଏଞ୍ଜୟ କରୁଛି। ହାତୀ ଛୁଆର ଏହି ଗାଧୋଇବା ଭିଡିଓକୁ ଏବେ ଲୋକେ ଖୁବ ଭଲ ପାଉଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୧୩ ମିଲିୟନରୁ ଅଧିକ ଥର ଦେଖିସାରିଛନ୍ତି। କମେଣ୍ଟ ସେକ୍ସନରେ ହାତୀଛୁଆର ଗାଧୋଇବାକୁ ନେଇ ବହୁତ ସାରା ପ୍ରତିକ୍ରିୟା ଦେଖିବାକୁ ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଣେ ଟ୍ବିଟର ୟୁଜର୍ସ ଖୁସିରେ କମେଣ୍ଟ କରି ଲେଖିଛନ୍ତି ଯେ, ହାତୀ ଛୁଆଟି ଭାରି କ୍ୟୁଟ ଲାଗୁଛି। ଆଉ ଜଣେ ଲେଖିଛନ୍ତି କାଶ ମୁଁ ହାତୀ ଗାଧୋଇବାବେଳେ ସେଇଠି ଉପସ୍ଥିତ ଥାଆନ୍ତି ତ ବହୁତ ମଜା ଲାଗିଥାଆନ୍ତା। ଆଉ ଜଣେ ଲେଖିଛନ୍ତି ହାତୀ ଛୁଆଟି ଭାରି ଦୁଷ୍ଟ। 

ଅଧିକ ପଢ଼ନ୍ତୁ ଭାରତ ଖବର 


 

Sponsored
Baby Elephant | Argus News