Videos
|
National

ଜଳକ୍ରୀଡ଼ା ବେଳେ ହାତୀ ଛୁଆକୁ ଦିଆଯାଇଛି Z Plus ସୁରକ୍ଷା

Ritu Das
Browse all articles by Ritu Das
·1 year ago·2 min read
ଜଳକ୍ରୀଡ଼ା ବେଳେ ହାତୀ ଛୁଆକୁ ଦିଆଯାଇଛି Z Plus ସୁରକ୍ଷା

Key Points

ହାତୀପଲ ପାଣିରେ ପଶି ଜଳକ୍ରୀଡା କରୁଛନ୍ତି। ମଝିରେ ଛୁଆ ହାତୀ ଖୁସି ହୋଇ ଖେଳୁଛି

ଦେଶର ରାଷ୍ଟ୍ରପତି ହୁଅନ୍ତୁ କିମ୍ବା ଦେଶର ପ୍ରଧାନମନ୍ତ୍ରୀ, ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯିବା କଥା ଆମେ ଦେଖିଛେ। ହେଲେ ଆପଣ କେବେ ଭାବିଛନ୍ତି କି ଜଙ୍ଗଲୀ ପ୍ରାଣୀଙ୍କୁ ଦିଆଯାଉଥିବ ଜେଡ୍‌ ପ୍ଲସ୍ ସିକ୍ୟୁରିଟି। ବିଶ୍ବାସ ହେଉନି ଯଦି ଦେଖନ୍ତୁ ଏହି ଦୃଶ୍ୟକୁ। ସୋସିଆଲ ମିଡିଆରେ ଏବେ ଏହି ଦୃଶ୍ୟ ବେଶ୍ ଭାଇରାଲ ହେଉଛି। ଯାହାକୁ କ୍ୟାମେରାରେ କଏଦ କରିଛନ୍ତି ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ରମେଶ ପାଣ୍ଡେ। ଏହି ଭିଡିଓକୁ ଲକ୍ଷଲକ୍ଷ ଲୋକ ଦେଖି ସାରିଲେଣି। ହାତୀପଲ ପାଣିରେ ପଶି ଜଳକ୍ରୀଡା କରୁଛନ୍ତି। ମଝିରେ ଛୁଆ ହାତୀ ଖୁସି ହୋଇ ଖେଳୁଛି। ତା ଚାରିପଟେ ସୁରକ୍ଷା ବଳୟ ଭଳି ଘେରି ରହିଛନ୍ତି ଛୁଆ ହାତୀର ମାଆ, ଜେଜେମା ଓ ମାଉସୀ ମାନେ। ସତେ ଯେମିତି ବଡ ହାତୀ ମାନେ ଛୁଆ ହାତୀକୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଉଛନ୍ତି। ଛୁଆ ହାତୀଟି ତା' ଶୁଣ୍ଢ ସହିତ ଖେଳିବା ସହ ଚାରିଆଡ଼େ ପାଣି ଛିଞ୍ଚି ସମୟ ବିତାଉଥିବାର ଦେଖିବାକୁ ମିଳୁଛି।


ଏକ୍ସରେ ଏହି ଭିଡିଓ ଦେଖି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି ଯେତେ ମିଠା ଶବ୍ଦ ଲେଖିଲେ ବି ଏ ଭିଡିଓ ପାଖରେ ଫିକା ପଡିଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଗୋଟେ ରିଲାକ୍ସିଙ୍ଗ ଭିଡିଓ। ଏବେ ଦେଶରେ ଚାଲିଛି ଯୁଦ୍ଧ ପରିସ୍ଥିତି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଭାରତ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୂର ସଫଳତା ଭିତରେ ପଞ୍ଜାବ ଆଦମପୁର ଏୟାରବେସ୍‌ର ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇଥିଲେ ପାକିସ୍ତାନ ଓ ତାର ପୋଷା ଆତଙ୍କୀଙ୍କୁ 3ଟି ସୂତ୍ରରେ ନୂଆ ଭାରତର କଡ଼ା ଧମକ ଦେଇଛନ୍ତି। ଭାରତ ଉପରେ ଆତଙ୍କୀ ଆକ୍ରମଣ ହେଲେ ଘରେ ପଶି ମାରିବୁ ବୋଲି ମୋଦି କହିଛନ୍ତି। ଆଉ ଠିକ୍ ଏହି ସମୟରେ ଏ ଭିଡିଓଟି ଭାଇରାଲ ହେଉଥିବାରୁ ଏହାକୁ ସୁରକ୍ଷା କର୍ମୀଙ୍କ ସହ ତୁଳନା କରିଛନ୍ତି ୟୁଜର୍ସ।

baby-elephant-given-z-plus-protection-during-water-sports | Argus News