India-Pakistan War: ଭାରତ କିଣୁଛି ୮୫ ଭୟଙ୍କର କ୍ଷେପାଣାସ୍ତ୍ର, ବ୍ଲାଷ୍ଟ ହେବନି କି ଧ୍ୱଂସ କରିବନି...

ପାକିସ୍ତାନକୁ ସବୁ ଦିଗରୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଏଥର ଆଉ ତ୍ରାହି ନାହିଁ । ଗୋଟିଏ ପଟେ ରାଫେଲ୍କୁ ନେଇ ପାକିସ୍ତାନ ଭୟଭୀତ ଥିବା ବେଳେ ଅନ୍ୟପଟେ ଏବେ ଆଉ ୮୫ଟିଭ ଭୟଙ୍କର କ୍ଷେପଣାସ୍ତ୍ର କିଣିବାକୁ ଭାରତ କରିସାରିଲାଣି ଡିଲ୍ । ସବୁଠାରୁ ବଡ଼ କଥା ହେଲା, ଏହି କ୍ଷେପଣାସ୍ତ୍ର ନା ବ୍ଲାଷ୍ଟ କରିବ ନା ଛିନଛତ୍ର କରିବ । ଏହା କେବଳ ଟାର୍ଗେଟ କିଲିଂ କରିବ ।
ଏହି ଯୁଦ୍ଧାସ୍ତ୍ରକୁ ଭାରତ ଜରୁରୀକାଳୀନ କ୍ରୟ ଭିତ୍ତିରେ କିଣିବ ବୋଲି ସୂଚନା ରହିଛି । ଗୋଟିଏ କି ଦୁଇଟି ନୁହେଁ, ପାକିସ୍ତାନ ସହିତ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତ ଏଭଳି ୮୫ଟି ଭି-ସୋର୍ଡ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ, ୪୮ଟି ଲଞ୍ଚର ଏବଂ ନାଇଟ୍ ଭିଜନ୍ ସାଇଟ୍ ମଧ୍ୟ କିଣାଯିବ। ଜରୁରୀକାଳୀନ କ୍ରୟ ଭିତ୍ତିରେ ଏଗୁଡ଼ିକୁ କିଣାଯିବ । ଭି-ସୋର୍ଡ କ୍ଷେପଣାସ୍ତ୍ରରେ କୌଣସି ବିସ୍ଫୋରକ ନଥାଏ, ବରଂ ଏଥିରେ ବ୍ଲେଡ୍ ଲଗିଥାଏ । ଏହା କୌଣସି ବିସ୍ଫୋରଣ ବିନା ନିଜ ଲକ୍ଷ୍ୟସ୍ଥଳକୁ ଭେଦ କରିପାରିବ। କିନ୍ତୁ ଅନ୍ୟ କ୍ଷେପଣାସ୍ତ୍ର ପରି ଏହା ଆଖପାଖ ଅଂଚଳକୁ ଧ୍ବଂସ କରିନଥାଏ, ବରଂ ନିଜର ଟାର୍ଗେଟକୁ କେବଳ ମାରିଥାଏ ।
ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କାହିଁକି ଭାରତ ଏହି କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି ?
📱 Get Argus News App
✨ପହଲଗାମ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ଓ ସେମାନଙ୍କ ପ୍ରେତ୍ସାହକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛି । ଏଣୁ ଏସବୁ କ୍ଷେପଣାସ୍ତ୍ର କିଣାରୁ ସଂକେତ ମିଳୁଛି ଯେ ଭାରତ କେତେଜଣ ଆତଙ୍କବାଦୀ ଓ ଏପରିକି କେତେକ ପାକ୍ ସେନା ଅଧିକାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିପାରେ । ଏହି କ୍ଷେପଣାସ୍ତ୍ର ସାଧାରଣତଃ ଡ୍ରୋନ ମାଧ୍ୟମରେ ନିକ୍ଷେପ କରାଯାଏ। ଏହା ସାହାଯ୍ୟରେ, ଦୂରଗାମୀ ଲକ୍ଷ୍ୟକୁ ସଠିକତାର ସହିତ ନିପାତ କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ଆମେରିକା ଅଲକାଏଦା ମୁଖ୍ୟ ଏବଂ ୯-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ ଜୱାହିରୀଙ୍କୁ ହତ୍ୟା କରିଥିଲା ।
ଅନ୍ୟପଟେ ପହଲଗାମରେ ଆଟାକ୍ କରିଦେଲା ସିନା, ହେଲେ ଏବେ ପାକିସ୍ତାନକୁ ରାତିରେ ଆଉ ନିଦ ହେଉନି । କେତେବେଳେ ଭାରତ କ'ଣ କରିବ, ସେଇ ଭୟରେ ଡରି ଡରି ଦିନ କାଟୁଛି ପାକିସ୍ତାନ ଓ ତାର ସେନା ଅଧିକାରୀ। ଏମିତିକି ନେତା ମନ୍ତ୍ରୀଙ୍କ ମନରେ ବି ଛନକା ପଶିଛି । ଅନେକ ନେତା ମନ୍ତ୍ରୀ ଓ ସେନା ଅଧିକାରୀ ନିଜ ପରିବାର ଲୋକଙ୍କୁ ଭାରତର ଆକ୍ରମଣ ଭୟରେ ବିଦେଶରେ ଛାଡ଼ି ସାରିଲେଣି । ଆଉ କେହି କେହି ନିଜେ ବି ଲୁଚିଲେଣି ।
ଆଶା କାରାଯାଉଛି ଏଥର ଭାରତ ଯେଉଁ ପ୍ରତିଶୋଧ ନେବ, ତାହା ପାକିସ୍ତାନ କେବେ ଭୁଲି ପାରିବ ନାହିଁ । କାରଣ ଏବେ ସ୍ପଷ୍ଟ ହୋଇସାରିଛି ଯେ ପିଓକେରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ହିଁ ପହଲଗାମ ଆକ୍ରମଣ କରିଥିଲେ। ତେଣୁ ଏଥର ଭାରତୀୟ ସେନା କେବଳ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାକୁ ଟାର୍ଗେଟ କରିବ। ଆଶା କରାଯାଉଛି ଏଥର ପାକିସ୍ତାନ ପାଇଁ ଏକ ସ୍ଥାୟୀ ସମାଧାନ କରାଯିବ। ଆଉ ସେଇ ଅଜଣା ଭୟରେ ହିଁ କମ୍ପୁଛି ପାକିସ୍ତାନ ।