Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Badrinath Dham / ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ

Rashmita Mishra
Browse all articles by Rashmita Mishra
·7 months ago·2 min read
୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ

Key Points

ବନ୍ଦ ହେଲା ବଦ୍ରିନାଥ ଧାମ କବାଟ ।
୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ ।

ବନ୍ଦ ହେଲା ବଦ୍ରିନାଥ ଧାମ କବାଟ । ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କବାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ ୨ଟା ୫୬ ମିନିଟରେ ବନ୍ଦ ହୋଇଛି । ଶୀତ ଋତୁ ପାଇଁ ଏହାକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି । ଏହା ଚାରିଟି ପ୍ରାଚୀନ ତୀର୍ଥସ୍ଥାନ ମଧ୍ୟରୁ ଗୋଟିଏ । ‘ଚାର୍ ଧାମ’ ଯାହାକୁ ଯମୁନେତ୍ରୀ, ଗଙ୍ଗୋତ୍ରୀ, ବଦ୍ରିନାଥ ଏବଂ କେଦାରନାଥଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଉତ୍ତରାଖଣ୍ଡର ବଦ୍ରିନାଥ ସହରରେ ଅବସ୍ଥିତ। ଏହା ପ୍ରତିବର୍ଷ ଛଅ ମାସ ପାଇଁ ଖୋଲା ଯାଇଥାଏ ।

ଆଗାମୀ ୬ ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ। ବଦ୍ରିନାଥ ଧାମର କବାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି । ତେବେ ୧୨ କ୍ଵିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିବା ବେଳେ ଶେଷ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ଵନିରେ କମ୍ପିଥିଲା ପରିବେଶ । ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ । ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ ।

ତେଣି ଏହି କାରଣରୁ ପ୍ରତିବର୍ଷ ବଦ୍ରିନାଥ ଧାମର ଦ୍ୱାର ଛଅ ମାସ ପାଇଁ ବନ୍ଦ ରହିଥାଏ। ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ। ପ୍ରତିବର୍ଷ, ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ ।

କିଛିଦିନ ପୂର୍ବରୁ ଭାରତର ସବୁଠାରୁ ଧନୀ ବ୍ୟବସାୟୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଉତ୍ତରାଖଣ୍ଡର ପବିତ୍ର ଭୂମିରେ ପହଞ୍ଚିଥିଲେ। ସେ ଚାରଧାମ ମଧ୍ୟରୁ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ପହଞ୍ଚିବା ପରେ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC)ର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ, ଯିଏ ତାଙ୍କୁ ଏକ ପାରମ୍ପରିକ ଉତ୍ତରାଖଣ୍ଡୀ ଟୋପି ପ୍ରଦାନ କରିଥିଲେ। ଅମ୍ବାନୀ ଏହି ପବିତ୍ର ମନ୍ଦିରଗୁଡ଼ିକୁ ମୋଟ ୧୦ କୋଟି ଦାନ କରିଥିଲେ ।

ମନ୍ଦିର କମିଟିର ସଦସ୍ୟ କହିଛନ୍ତି, ଏହି ଦାନକୁ ମନ୍ଦିରର ସୌନ୍ଦର୍ଯ୍ୟକରଣ, ତୀର୍ଥଯାତ୍ରୀ ସୁବିଧାର ବିସ୍ତାର ଏବଂ ଧାର୍ମିକ ଐତିହ୍ୟର ସଂରକ୍ଷଣ ପାଇଁ ବ୍ୟବହାର କରାଯିବ। ଅମ୍ବାନୀ ବଦ୍ରିନାଥରେ ୧୦୦ କୋଠରୀ ବିଶିଷ୍ଟ ଏକ ଅତିଥି ଭବନ ନିର୍ମାଣରେ ସହାୟତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ଗସ୍ତ ସମୟରେ, ଅମ୍ବାନୀ ପବିତ୍ର ଭୂମିରେ ତାଙ୍କ ଅଭିଜ୍ଞତାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ବାଣ୍ଟିଥିଲେ। ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ, ଅମ୍ବାନୀ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀଙ୍କୁ ଚାରିଧାମ ଯାତ୍ରା ପରିଚାଳନାର ପ୍ରଶଂସା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Badrinath Dham | Badrinath Dham Closed for Six Months | Argus News