Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାଣ ବର୍ଷା ଯୋଗୁଁ ବନସକଣ୍ଠାର ବ୍ୟାପକ ଅଞ୍ଚଳ ଜଳମଗ୍ନ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷା ଯୋଗୁଁ ବନସକଣ୍ଠାର ବ୍ୟାପକ ଅଞ୍ଚଳ ଜଳମଗ୍ନ

Key Points

ଲଗାଣ ବର୍ଷା ଯୋଗୁଁ ବନସକଣ୍ଠାର ବ୍ୟାପକ ଅଞ୍ଚଳ ଜଳମଗ୍ନ

ରାସ୍ତାରେ ଚାଲୁଛି ୩ ରୁ ୪ ଫୁଟ ଉଚ୍ଚର ପାଣି

ଗୁଜୁରାଟରେ ଶତାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ


ଗୁଜୁରାଟରେ ଜଳ ପ୍ରଳୟ । ଲଗାଣ ବର୍ଷା ଯୋଗୁଁ ବନସକଣ୍ଠାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ରାସ୍ତାରେ ଚାଲୁଛି ୩ ରୁ ୪ ଫୁଟ ଉଚ୍ଚର ପାଣି । ରାସ୍ତାରେ ପାଣି ଲହଡ଼ି ମାରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ଲୋକେ ।


ସେପଟେ ୪ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କୁଆପଥର ମାଡ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପଟେ ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି । ସେପଟେ ପାଖାପାଖି ୪୦୦ କୋଟିର କ୍ଷୟ କ୍ଷତି ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶେଷ କରି ମଣ୍ଡି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିଭଳି ବିଳାସପୁର , ସୋଲାନ ଓ ସିମଲା ରେ ପ୍ରବଳ ବନ୍ୟା ସ୍ଥିତି ଦେଖାଦେଇଛି। ଧର୍ମଶାଳା ଓ ଖନିଆରାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ସବୁ ଜିଲ୍ଲାକୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ କରାଯାଇଛି । ରିଲିଫ୍ ଓ ଉଦ୍ଧାର କାମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ ଏବଂ ଏସଡିଆରଏଫ । ନଦୀ ନିକଟରେ ରହୁଥିବା ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି।

Sponsored
banaskantha-areas-are-submerged-due-to-heavy-rain | Argus News