Videos
|
National

Shocking Crime / ଦିନ ମଜୁରୀ ବେଳେ ପ୍ରେମ, ପତ୍ନୀର ବିରୋଧରୁ ୨୦ ହଜାର ନେଇ ସାଙ୍ଗ ହାତକୁ ଟେକି ଦେଲା

Sushanta Sahoo
Browse all articles by Sushanta Sahoo
·59 mins ago·2 min read
ଦିନ ମଜୁରୀ ବେଳେ ପ୍ରେମ, ପତ୍ନୀର ବିରୋଧରୁ ୨୦ ହଜାର ନେଇ ସାଙ୍ଗ ହାତକୁ ଟେକି ଦେଲା
Girlfriend Sold for ₹20,000

Key Points

ଯୁବକ ଜଣଙ୍କ ଦିନ ମଜୁରି ଖଟିବା ଲାଗି ଛତିଶଗଡ଼ ଆସିଥିଲେ । ସେଠାରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା ।
ନୂଆଦିଲ୍ଲୀ: ଛତିଶଗଡ଼ରେ ଦିନ ମଜୁରୀ ବେଳେ ପ୍ରେମ । ଉତ୍ତରପ୍ରଦେଶର ବାନ୍ଦାରେ ପ୍ରେମିକାକୁ ବିକ୍ରି । ମାତ୍ର ୨୦ ହଜାର ଟଙ୍କାରେ ସାଙ୍ଗ ହାତକୁ ଟେକି ଦେଲା ପ୍ରେମିକ । ପ୍ରେମ, ପ୍ରତାରଣାର ଏ ଘଟଣାରେ ପୋଲିସ ମୋଟ ୪ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଯୁବକ ଜଣଙ୍କ ଦିନ ମଜୁରି ଖଟିବା ଲାଗି ଛତିଶଗଡ଼ ଆସିଥିଲେ । ସେଠାରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା । ଯାହାପରେ ଯୁବତୀଙ୍କୁ ନେଇ ଘରେ ପହଞ୍ଚିଥିଲେ ଯୁବକ । ଯାହାକୁ ବିରୋଧ କରିଥିଲେ ପତ୍ନୀ । ବିରୋଧ, ବିବାଦ ପରେ ଅଭିଯୁକ୍ତ ଯୁବକ, ଯୁବତୀ ଜଣଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।

ଘଟଣା କେବଳ ଯୁବତୀଙ୍କୁ ଥରୁଟିଏ ବିକ୍ରିରେ ସରିନି । ଅଭିଯୋଗ ଅନୁସାରେ, ପ୍ରଥମଥର ବିକ୍ରିରେ ସମ୍ପୂର୍ଣ୍ଣ ଟଙ୍କା ନ ମିଳିବାରୁ ପୁଣି ଅନ୍ୟ ଜଣଙ୍କୁ ବିକ୍ରି କରାଯାଇଛି । କଥା ପୋଲିସ କାନରେ ପଡ଼ିବା ପରେ ଯୁବତୀ ଜଣଙ୍କ ଉଦ୍ଧାର ହୋଇଛନ୍ତି । ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ମୃତ ଦିବ୍ୟାଙ୍କ ଭଉଣୀ ପ୍ରଜ୍ଞା ଖୋଲିଲେ ରହସ୍ୟ: ଚତୁର୍ଥୀ ରାତିରେ ଏମିତି କରିଥିଲେ ମାନସ... 

ମୁଖ୍ୟ ଅଭିଯୁକ୍ତ ବିନୟ, ଛତିଶଗଡ଼ର ଏକ ଲୁହା କାରଖାନାରେ ଶ୍ରମିକ ବାବେ କାମ କରୁଥିଲା । ସେଠାରେ ସେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲା । ଏନେଇ ବିନୟଙ୍କ ପତ୍ନୀ ଜାଣିବା ପରେ ଯୁବତୀଙ୍କୁ ରାମଭବନଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା ।

ପୋଲିସର ପଚରାଉଚରା ବେଳେ ଜଣାପଡ଼ିଛି, ଯୁବତୀଙ୍କ ବଦଳରେ ରାମଭବନ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କା ଦେଇ ନଥିଲେ । ଫଳରେ ବିନୟ ପୁଣି ଥରେ ଯୁବତୀଙ୍କୁ ଗରିବ ଦାସଙ୍କୁ ବିକ୍ରି କରି ଦେଇଥିଲେ । ଏଥିରେ ଉଦିତ୍ ନାମକ ଅନ୍ୟ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ବି ଗିରଫ କରିଛି ।

ପୋଲିସ ତଦନ୍ତରେ ଯୁବତୀଙ୍କୁ ବିକ୍ରିରେ ବିନୟ, ରାମଭବନ, ଗରିବ ଦାସ ଓ ଉଦିତ୍‌ଙ୍କ ସମ୍ପୃକ୍ତି ରହିଛି । ଯୁବତୀଙ୍କୁ ବିକ୍ରି ନେଇ ପୋଲିସକୁ ୧୧୨ ହେଲ୍ପଲାଇନ୍‌ରେ କଲ୍ ଆସିଥିଲା । ମାନବ ଚାଲାଣ ଅଭିଯୋଗ ପରେ ପୋଲିସ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବତୀଙ୍କୁ ଉଦ୍ଧାର କରି ୱାନ୍ ଷ୍ଟପ୍ ସେଣ୍ଟରରେ ରଖାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: