Videos
|
National

Sanjay Slams Congress / ଇଭିଏମ୍‌କୁ ଦୋଷ ଦେବା ପରିବର୍ତ୍ତେ କଂଗ୍ରେସ ଆତ୍ମସମୀକ୍ଷା କରୁ

Bikash Mohanty
Browse all articles by Bikash Mohanty
·1 hour ago·1 min read
ଇଭିଏମ୍‌କୁ ଦୋଷ ଦେବା ପରିବର୍ତ୍ତେ କଂଗ୍ରେସ ଆତ୍ମସମୀକ୍ଷା କରୁ
B.Sanjay

Key Points

କଂଗ୍ରେସକୁ କଡ଼ା ସମାଲୋଚନା
ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର
ଇଭିଏମ୍‌କୁ ଦୋଷ ଦେବା ପରିବର୍ତ୍ତେ କଂଗ୍ରେସ ଆତ୍ମସମୀକ୍ଷା କରୁ
ହାଇଦ୍ରାବାଦ,୨୯/୧୦: ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ଦଳକୁ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର। ନିର୍ବାଚନରେ ପରାଜୟ ପାଇଁ ଇଭିଏମ୍‌କୁ ଦୋଷ ଦେବା ପରିବର୍ତ୍ତେ କଂଗ୍ରେସ ନିଜର ରାଜନୈତିକ ଆଭିମୁଖ୍ୟ ଉପରେ ଆତ୍ମସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

ବୁଧବାର ଘୋଷିତ ବିଧାନ ପରିଷଦ ନିର୍ବାଚନ ଫଳାଫଳ ପରେ ବନ୍ଦୀ ସଞ୍ଜୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନିଜର ମତ ରଖି ସେ ଇଭିଏମ୍‌କୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ବ୍ୟଙ୍ଗ କରିଥିଲେ। ନିର୍ବାଚନରେ ଆଶାନୁରୂପ ସଫଳତା ନମିଳିବା ପରେ କଂଗ୍ରେସ ନିଜର ରାଜନୈତିକ ରଣନୀତିର ସମୀକ୍ଷା କରିବା ଦରକାର ବୋଲି ସେ କହିଛନ୍ତି। 

ପଢନ୍ତୁ ଏହି ଖବର:  ବିହାର, ୟୁପି ଓ କର୍ଣ୍ଣାଟକରେ ମାଟି କାମୁଡ଼ିଲା କଂଗ୍ରେସ

କର୍ଣ୍ଣାଟକରେ ଗୋଟିଏ ବି ଆସନ ଜିତିପାରିଲାନି କଂଗ୍ରେସ

ସୂଚନା ଅନୁସାରେ, କର୍ଣ୍ଣାଟକରେ ଦ୍ୱିବାର୍ଷିକ ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ଜିତିବାରେ ସଫଳ ହୋଇନାହିଁ। ଏହି ଫଳାଫଳକୁ ନେଇ ବନ୍ଦୀ ସଞ୍ଜୟ କଂଗ୍ରେସର ରାଜନୈତିକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: