ଭାରତ ଶରଣରେ ଶେଖ୍ ହସିନା

ଅର୍ଗସ ବ୍ୟୁରୋ: ଭାରତ ବାଂଗଲାଦେଶ ସଂପର୍କକୁ ସମ୍ମାନ ଦେଲା ଭାରତ । ଦେଶ ଛାଡିଥିବା ଶେଖ୍ ହସିନାଙ୍କୁ ଶରଣ ଦେଲା ଭାରତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏକ C-130 ପରିବହନ ବିମାନରେ ହିନ୍ଦନ ଏୟାର ବେସରେ ଅବତରଣ କରିଛନ୍ତି। ଏହି ବିମାନଟି ଭାରତୀୟ ବାୟୁସେନାର C-17 ଏବଂ C-130J ସୁପର ହର୍କ୍ୟୁଲ୍ସ ବିମାନ ହ୍ୟାଙ୍ଗର ନିକଟରେ ପାର୍କିଂ ହେବ | ଏହି ବିମାନ ଚଳାଚଳକୁ ଭାରତୀୟ ବାୟୁସେନା ଏବଂ ସୁରକ୍ଷା ଏଜେନ୍ସିମାନେ ଭାରତୀୟ ବାୟୁସେନାରେ ପ୍ରବେଶ କରିବା ଠାରୁ ଗାଜିଆବାଦର ହିନ୍ଦନ ଏୟାରବେସ ପର୍ଯ୍ୟନ୍ତ ତଦାରଖ କରିଥିଲେ । ଦେଶ ଛାଡିଥିବା ଶେଖ୍ ହସିନାଙ୍କୁ ଶରଣ ଦେଲା ଭାରତ । ଗୃହଜୁଦ୍ଧ ପରିସ୍ଥିତି ଭିତରେ ଗାଜିଆବାଦ୍ ହିନ୍ଦନ ଏଆରବେସ୍ ରେ C-130 ଏଆରକ୍ରାଫ୍ଟରୁ ଅବତରଣ କରିଛନ୍ତି ଶେଖ୍ ହସିନା । ବାଂଲାଦେଶରେ ଦୀର୍ଘ ଏକମାସ ଧରି ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଚାଲିବା ପରେ ଶେଷରେ 20 ବର୍ଷ ର ଶେଖ ହାସିନା ସରକାରଙ୍କ ପତନ ଘଟିଛି । ଏପରି ସ୍ଥିତିରେ ଭାରତର ପୁରାତନ ବନ୍ଧୁ ତଥା ବାଂଗଲାଦେଶର ପ୍ରଥମ ରାଷ୍ଟ୍ରପତି ମୁଜିବୁର ରହମାନ୍କ ଝିଅ ହସିନାଙ୍କୁ ସୁରକ୍ଷା ଦେଇଛି ଭାରତ..ବାଂଗାଲାଦେଶର ଗୃହଜୁଦ୍ଧ ତାର ଆଭ୍ୟନ୍ତରୀଣ ବ୍ୟାପାର...ବର୍ତମାନ ହସିନାଙ୍କୁ ଶାହା ହେବା ଭାରତର ନୈତିକ ଦାୟିତ୍ୱ।
ବାଂଲାଦେଶରେ ଜଳୁଛି ନିଆଁ । ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଭଯଙ୍କର ହିଂସାର ରୂପ ନେଇଛି । ଅନେକ ଦିନ ଧରି ଶେଖ୍ ହସିନାଙ୍କ ବିରୋଧରେ ଆନ୍ଦୋଳନ ଜାରୀ ରହିଥିବା ବେଳେ ରବିବାର ତାଙ୍କ ବାସ ଭବନକୁ ଘୋରାଉକରିଥିଲେ ଆନ୍ଦୋଳନ କାରୀ । ପରିସ୍ଥିତି ଅନିଯନ୍ତ୍ରଣ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ବିକ୍ଷୋଭକାରୀମାନେ ବାଂଲାଦେଶ ମୁକ୍ତି ସଂଗ୍ରାମର ଜନକ ଶେଖ୍ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି ।
ବାଂଗାଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେବା ପରେ ଏବଂ ଦେଶ ଛାଡିବା ପରେ, ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରୀ କରାଯାଇଛି ।ଭାରତ-ବାଂଲାଦେଶ ସୀମାର 4, 096 କିଲୋମିଟରରେ ଥିବା ସମସ୍ତ ୟୁନିଟ୍ ରେ ବିଏସ୍ଏଫ୍ ହାଇ ଆଲର୍ଟ' ଜାରି କରିଛି । ଅନ ପଟେ ବାଂଗଲାଦେଶରେ ଥିବା ଭାରତୀଯ ଙ୍କ ପାଇଁ ବୈଦେଶିକ ମନ୍ତ୍ରାଳଯ ତରଫରୁ ତୁରନ୍ତ ଦେଶ ଛାଡିବାକୁ ଆଡଭାଇଜାରୀ ଜାରୀ କରାଯାଇଛି। ଗତ ମାସରେ, ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଛାତ୍ର ଗୋଷ୍ଠୀ ଦ୍ୱାରା କରାଯାଇଥିବା ପ୍ରଦର୍ଶନ ସମୟରେ ହୋଇଥିବା ହିଂସାରେ ଅତି କମରେ 300ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ। ବର୍ତମାନ ହିଂସାକାଣ୍ଡ ଆହୁରି ଅଧିକ ବଢିଥିବା ବେଳେ ପରିସ୍ଥିତି ଅନିଯନ୍ତ୍ରଣ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: