Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୁଭେନ୍ଦୁଙ୍କ ପିଏ ହତ୍ୟା ଘଟଣାରେ ବାଂଲାଦେଶ ସୀମା ଲିଙ୍କ, ୩ ଅଟକ

National

PA Murder Bangladesh Link / ଶୁଭେନ୍ଦୁଙ୍କ ପିଏ ହତ୍ୟା ଘଟଣାରେ ବାଂଲାଦେଶ ସୀମା ଲିଙ୍କ, ୩ ଅଟକ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଶୁଭେନ୍ଦୁଙ୍କ ପିଏ ହତ୍ୟା ଘଟଣାରେ ବାଂଲାଦେଶ ସୀମା ଲିଙ୍କ, ୩ ଅଟକ
PA Murder Bangladesh Link

Key Points

ଶୁଭେନ୍ଦୁଙ୍କ ପିଏ ହତ୍ୟା ଘଟଣାରେ ବାଂଲାଦେଶ ସୀମା ଲିଙ୍କ
୩ ଜଣ ଅଟକ
ଜାଣନ୍ତୁ ପୁରା ଘଟଣା
ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ଘଟଣା । ଏହି ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ମଧ୍ୟମଗ୍ରାମର ଦୋହାରିଆ ଅଞ୍ଚଳ। ଅନ୍ଧକାର ରାତି ହୋଇଯାଇଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ତାଙ୍କ କାରରେ ସେହି ବାଟ ଦେଇ ଯାଉଥିଲେ ଡ୍ରାଇଭର ଗାଡ଼ି ଚଳାଉଥିଲେ ଏବଂ ସେ ପାଖ ସିଟ୍‌ରେ ବସିଥିଲେ। ସୂଚନା ଅନୁଯାୟୀ, ଏକ କାର ଦୀର୍ଘ ସମୟ ଧରି ଚନ୍ଦ୍ରନାଥଙ୍କ ସ୍କୋର୍ପିଓକୁ ପିଛା କରୁଥିଲା।ଏହି ସମୟରେ, ପଛ କାର ଆଗକୁ ଆସି ଗାଡି ଶ୍ଲୋ ହୋଇଯାଏ। ଏପରି ପରିସ୍ଥିତିରେ, ଚନ୍ଦ୍ରନାଥଙ୍କ କାରର ଗତି ମଧ୍ୟ କମିଯାଏ ଏବଂ ବାଇକ୍‌ରେ ଥିବା ଅପରାଧୀମାନେ ପାର୍ଶ୍ୱରୁ ଆସି ଆଟାକ କରିଥିଲେ। ଚନ୍ଦ୍ରନାଥଙ୍କ ଛାତିରେ ଗୁଳି ବାଜିଲା ଏବଂ ପରିସ୍ଥିତି ସମ୍ପୂର୍ଣ୍ଣ ହିଂସାତ୍ମକ ହୋଇଗଲା । ମୋଟ ଦଶ ରାଉଣ୍ଡ ଗୁଳି ଫୁଟିଛି। ତାଙ୍କ ଶରୀରରୁ ଦୁଇଟି ଗୁଳି ବାହାର କରାଯାଇଥିଲା ।

- ବେଙ୍ଗଲ ପୋଲିସ ମୂଳ ଗାଡ଼ିଟିକୁ ଜବତ କରିଛି । ଗତକାଲି ରାତିରେ ଆକ୍ରମଣକାରୀମାନେ କାହାର ନମ୍ବର ପ୍ଲେଟ୍ ବ୍ୟବହାର କରିଥିଲେ? ଏହି ଗାଡ଼ିଟି ଉତ୍ତର ବଙ୍ଗର ସିଲିଗୁଡ଼ିରେ ପଞ୍ଜିକୃତ ହୋଇଛି । କାରର ପ୍ରକୃତ ମାଲିକ କହିଛନ୍ତି ଯେ, ସେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ତାଙ୍କ କାର ଅନଲାଇନରେ ବିକ୍ରୟ ପାଇଁ ରଖିଥିଲେ ଏବଂ ସମ୍ଭବତଃ ସେ ସେଠାରୁ ତାଙ୍କ ନମ୍ବର ପ୍ଲେଟର କପି ପାଇଥିବେ।

- ବେଙ୍ଗଲ ପୋଲିସ ଏହି ମାମଲାରେ ତିନିଜଣଙ୍କୁ ପଚରାଉଚରା କରୁଛି। କିନ୍ତୁ ମୁଖ୍ୟ ଆକ୍ରମଣକାରୀମାନେ ଫେରାର୍ ଅଛନ୍ତି।

- ଚନ୍ଦ୍ରନାଥ ହତ୍ୟା ମାମଲାରେ ମଧ୍ୟ ଚୁକ୍ତିଭିତ୍ତିକ ହତ୍ୟାକାରୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଇଛି।

- ଚନ୍ଦ୍ରନାଥ ହତ୍ୟା ମାମଲାରେ ବାଂଲାଦେଶ ସୀମା ମଧ୍ୟ ଉଲ୍ଲେଖ କରାଯାଇଛି। ହତ୍ୟାକାଣ୍ଡ ସ୍ଥଳରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଆକ୍ରମଣକାରୀମାନେ ଅପରାଧ ଘଟାଇବା ପରେ ବାଂଲାଦେଶ ସୀମା ଆଡକୁ ପଳାଇ ଯାଇଥିଲେ।

ନିର୍ବାଚନ ଫଳାଫଳ ଏବଂ ବିଜେପିର ବିଜୟ ପରେ ପଶ୍ଚିମବଙ୍ଗରେ ନିରନ୍ତର ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜାର ରିପୋର୍ଟ ରହିଛି । କିନ୍ତୁ ବୁଧବାର ରାତିରେ, ହିଂସାର ଏହି ନିଆଁ ଆହୁରି ପ୍ରଜ୍ୱଳିତ ହୋଇଗଲା,ଯେତେବେଳେ ଉତ୍ତର 24 ପରଗନା ଜିଲ୍ଲାର ମଧ୍ୟମଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏଥିସହ ପଢ଼ନ୍ତୁ: ପିଏ ନଥିଲେ, ଟାର୍ଗେଟରେ ଥିଲେ ଏହି ବ୍ୟକ୍ତି: ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସତ...

ଚନ୍ଦ୍ରନାଥ ବହୁ ବର୍ଷ ଧରି ଶୁଭେନ୍ଦୁଙ୍କ ସହ କାମ କରୁଥିଲେ। ଦୋହାରିଆ ଅଞ୍ଚଳର ଏକ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।ଅନେକ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ହତ୍ୟାକାଣ୍ଡ ବଙ୍ଗ ରାଜନୀତିକୁ ଆନ୍ଦୋଳିତ କରିଛି ଏବଂ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣାରେ ଏବେ ତଦନ୍ତ ଚାଲିଛି। 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PA Murder Bangladesh Link | Bangladesh Border Link Emerges in Probe Into Suvendu’s PA Murder Case, 3 Detained | Argus News