|
logo
Live

Argus News - ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ

National

Sheikh Hasina / ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ

Ritu Das
Browse all articles by Ritu Das
·4 months ago·2 min read
ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ

Key Points

ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ । ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ ।
ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ । ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । କୋର୍ଟ ଜୁଲାଇ ବିଦ୍ରୋହ ପାଇଁ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି। ହସିନାଙ୍କ ବିରୋଧରେ ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗ ଥିଲା । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ହସିନାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ। 

ସେପଟେ ଶେଖ୍ ହସିନାଙ୍କ ଏକ ଅଡିଓ ବାର୍ତ୍ତା ପ୍ରକାଶ ପାଇଛି, ଯେଉଁଥିରେ ସେ ତାଙ୍କ ସମର୍ଥକମାନଙ୍କୁ ରାସ୍ତାରେ କରୁଥିବା ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିବାକୁ ଅନୁରୋଧ କରିଛନ୍ତି। ବାର୍ତ୍ତାର କିଛି ସମୟ ପରେ, ଢାକାରେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ସୈୟଦା ରିଜୱାନା ହାସନଙ୍କ ଘର ବାହାରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ କରୱାନ୍ ବଜାର ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଛି। ସୌଭାଗ୍ୟବଶତଃ, ଏହି ବି‌ସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ଛାତ୍ରଙ୍କ ଉପରେ ଗୁଳି ଚଳାଇବା ଆଦେଶ ପାଇଁ ଆଜି ଶେଖ୍ ହସିନାଙ୍କୁ ମିଳିବ ଦଣ୍ଡ, ଢାକାରେ ହାଇଆଲର୍ଟ

ବାଂଲାଦେଶୀ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହାସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା ।କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି ।

ଏହାସହ ପଢ଼ନ୍ତୁ: ହସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ପୁଣି ଜଳୁଛି ବାଂଲାଦେଶ


ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଛି । ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗ୍ର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। 

ଏହାସହ ପଢ଼ନ୍ତୁ: ସାଉଦିରେ ଜଳିଗଲା ବସ୍‌: ୪୨ ଭାରତୀୟ ମୃତ

ମିଳିଥିବା ସୂଚନା ମୁତାବକ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ସୈୟଦା ରିଜୱାନା ହାସନଙ୍କ ଘର ବାହାରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ କରୱାନ୍ ବଜାର ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଛି । ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଉତ୍ତେଜନା ରୋକିବା ପାଇଁ, ଢାକା ପୋଲିସ କମିସନର ଶେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ ପୋଲିସ୍ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ ଉପରେ ଆକ୍ରମଣ କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯିବ। 

​​​​​​​
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sheikh Hasina: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ | Argus News