ଶେଷ ହେବ ଶେଖ୍ ହସିନାଙ୍କ ଯୁଗ
·1 year ago

ନୂଆଦିଲ୍ଲୀ: ପଦ ଛାଡିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। କିଛି ଦିନ ଧରି ବାଂଲାଦେଶରେ ଆଣ୍ଟି କୋଟା ଆନ୍ଦୋନନ ଚାଲିଛି। ସରକାରୀରେ ଚାକିରିରେ ସଂରକ୍ଷଣକୁ ନେଇ ଅଶାନ୍ତ ବାଂଲାଦେଶ। କୁହାଯାଉଛି ଯେ, ଶେଖ୍ ହସିନା ସେନାର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଭାରତକୁ ପଳାଇଆସୁଛନ୍ତି। କିଛି ଦିନର ବିରତି ପରେ ପୁଣି ଥରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଜଳାପୋଡ଼ା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ।
ଛାତ୍ର ସଂଗଠନର ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ସ୍ଥିତି ଏପରି ହୋଇଛି ଯେ, ସରକାର ଦେଶବ୍ୟାପୀ କର୍ଫ୍ୟୁ ଜାରି କରିବା ସହ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି। ତେବେ ଦେଶରେ ହିଂସା ପଛର କାରଣ କଣ, କାହିଁକି ଛାତ୍ର ସଂଗଠନ ସରକାରଙ୍କ ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି, ଜାଣନ୍ତୁ ବିସ୍ତୃତରେ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: