ବାଂଲାଦେଶରେ ପୁଣି ତେଜିଲା ଘରୋଇ ହିଂସା, ୧୪ ଜଣଙ୍କୁ ଗିରଫ କରିଛି ପୋଲିସ

Key Points
ବାଂଲାଦେଶରେ ପୁଣି ତେଜିଲା ଘରୋଇ ହିଂସା
ଗୋପାଳଗଞ୍ଜରେ ଆୱାମୀ ଲିଗ୍ ଓ ପୋଲିସ ମଧ୍ୟରେ ସଂଘର୍ଷ
ବାଂଲାଦେଶରେ ପୁଣି ତେଜିଲା ଘରୋଇ ହିଂସା । ବଙ୍ଗବନ୍ଧୁ ଶେଖ ମୁଜିବୁର ରହେମାନଙ୍କ ସହର ଗୋପାଳଗଞ୍ଜରେ ଆୱାମୀ ଲିଗ୍ ଓ ପୋଲିସ ମଧ୍ୟରେ ହୋଇଛି ସଂଘର୍ଷ । ହିଂସାରେ ବର୍ତ୍ତମାନ ସୁ୍ଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଛି। ହିଂସା ଘଟଣାରେ 14 ଜଣଙ୍କୁ ଗିରଫ କରିଛି ପୋଲିସ । ଗୋପାଳଗଞ୍ଜରେ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇଥିବା ଛାତ୍ର ଦଳ ଏନସିପିର ଆନ୍ଦୋଳନ ପୂର୍ବରୁ ଏହି ହିଂସାକାଣ୍ଡ ଘଟିଥିଲା। ବୁଧବାର ଗୋପାଳଗଞ୍ଜରେ ପୋଡ଼ାଜଳା, ହିଂସା ଏବଂ ଗୁଳିଚାଳନା ହୋଇଥିଲା । ଆହତ ୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗୋପାଳଗଞ୍ଜରେ ସୀମା ସୁରକ୍ଷା ବାଂଲାଦେଶ -BGBର ଚାରିଟି ଅତିରିକ୍ତ ଦଳ ମୁତୟନ କରାଯାଇଛି। NCP ଗୋପାଳଗଞ୍ଜର ମ୍ୟୁନିସିପାଲ୍ ପାର୍କରେ ସାଧାରଣ ସଭା କରୁଥିବାବେଳେ ଆୱାମୀ ଲିଗ୍ ଓ ଏହାର ଛାତ୍ର ଶାଖାର କର୍ମୀ ଆକ୍ରମଣ କରିଥିଲେ । ଜାତୀୟ ନାଗରିକ ଦଳ NCP ୨୮ ଫେବ୍ରୁଆରୀ ୨୦୨୫ରେ ଗଠିତ ହୋଇଥିଲା। ଅଗଷ୍ଟ ୨୦୨୪ ରେ ଆୱାମୀ ଲିଗ୍ ସରକାରର ପତନ ପରେ NCP ନାହିଦ ଇସଲାମ ନାମକ ଜଣେ ଛାତ୍ର ନେତାଙ୍କ ନେତୃତ୍ୱରେ ମୁଜିବିବାଦରୁ ବାଂଲାଦେଶର ମୁକ୍ତି ଦାବିରେ ଆନ୍ଦୋଳନ ଆରମ୍ଭ କରିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: