ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ଗାୟକ ରାହୁଲ ଆନନ୍ଦଙ୍କ ଘର ଜାଳିଦେଲେ ବିଦ୍ରୋହୀ

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା। ପ୍ରସିଦ୍ଧ ଗାୟକ ରାହୁଲ ଆନନ୍ଦଙ୍କ ଘର ଜାଳିଦେଲେ ବିଦ୍ରୋହୀ। ବାଂଲାଦେଶରେ ଶେଖ୍ ହାସିନା ପଦ ଓ ଦେଶ ଛାଡ଼ିବା ପରେ ସେଠାରେ ଖୋଜି ଖୋଜି ହିନ୍ଦୁ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି ଦଙ୍ଗାକାରୀ। ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିବା ସହ ଲୁଟ୍ ପାଟ ଓ ପୋଡ଼ାଜଳା କରାଯାଉଛି। ଢାକା ଧାନମଣ୍ଡିରେ ଥିବା ପ୍ରସିଦ୍ଧ ବାଂଲା ଗାୟକ ଆନନ୍ଦଙ୍କର 140 ବର୍ଷ ପୁରୁଣା ଘରେ ଲୁଟ୍ ପାଟ୍ କରିବା ସହ ଉପଦ୍ରବୀ ଲଙ୍କାକାଣ୍ଡ କରିଛନ୍ତି।
ଜୀବନ୍ତ ସାଂସ୍କୃତିକ କେନ୍ଦ୍ର ଥିବା ରାହୁଲଙ୍କ ଘରର ଆସବାବପତ୍ର ସବୁ ପୋଡ଼ି ପାଉଁଶ ପାଲଟିଯାଇଛି। ରାହୁଲ ଆନନ୍ଦ ବାଂଲାଦେଶର ଲୋକପ୍ରିୟ ବ୍ୟାଣ୍ଡ ଜୁଲର ଗାନର ସଦସ୍ୟ। ତାଙ୍କ ଘର ଉପରେ ଆକ୍ରମଣ ହେବା ପୂର୍ବରୁ ସେ ନିଜ ପତ୍ନୀ ଓ ପୁଅ ସହ ଘର ଛାଡ଼ି ପଳାଇଥିଲେ। ଆନନ୍ଦଙ୍କର ଏହି ଘର ଥିଲା ଜୀବନ୍ତ ସାଂସ୍କୃତିକ କେନ୍ଦ୍ର । ଏଠାକୁ ବାଂଲାଦେଶର ସଂଗୀତ ଜଗତର ଲୋକେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆସୁଥିଲେ। ଆନନ୍ଦଙ୍କ ଘରେ ବହୁ ସଂଗୀତ ବାଦ୍ୟଯନ୍ତ୍ର ମଧ୍ୟ ଥିଲା। ଯାହା ପୋଡ଼ି ପାଉଁଶ ହୋଇଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯୋଗ ଗୁରୁ ବାବା ରାମଦେବ।
ଅଧିକ ପଢ଼ନ୍ତୁ ଦେଶ ଖବର:
