Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁର୍ଶିଦାବାଦ ହିଂସା ପଛରେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କ ହାତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମୁର୍ଶିଦାବାଦ ହିଂସା ପଛରେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କ ହାତ

Key Points

ମୁର୍ଶିଦାବାଦ ହିଂସା ପଛରେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କ ହାତ
ସୀମାପାର୍ କଟ୍ଟରପନ୍ଥୀଙ୍କୁ ରୋକିବାକୁ ଗୃହ ମନ୍ତ୍ରଣାଳୟର କଡ଼ା ପଦକ୍ଷେପ
ଧର୍ମନିରପେକ୍ଷତା ନାଁରେ ଦଙ୍ଗାକାରୀଙ୍କୁ ଟିଏମସି ନେତା ଉସୁକାଉଥିବା ଯୋଗୀଙ୍କ ଅଭିଯୋଗ
ମମତାଙ୍କ ଭୋଟବ୍ୟାଙ୍କ ରାଜନୀତି ଯୋଗୁ ନିଜ ଦେଶରେ ଶରଣାର୍ଥୀ ମୁର୍ଶିଦାବାଦର ହିନ୍ଦୁ
ହିଂସାରେ ଜଳୁଛି ପଶ୍ଚିମବଙ୍ଗ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଚୁପ୍ ନେଇ ଉଠିଲା ପ୍ରଶ୍ନ

ପଶ୍ଚିମବଙ୍ଗ ହିଂସା ପଛରେ ବାଂଲାଦେଶୀଙ୍କ ହାତ । ମୁର୍ଶିଦାବାଦରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପଛରେ ରୋହିଙ୍ଗ୍ୟା ମୁସଲମାନ । ପ୍ରାଥମିକ ଅନୁସନ୍ଧାନରୁ ହିଂସାକାଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ପୋଲିସ ଉପସ୍ଥିତିରେ ହିନ୍ଦୁଙ୍କ ଘରେ ନିଆଁ ଲଗାଇବାଠାରୁ ଆରମ୍ଭ କରି ପାଣି ଟାଙ୍କିରେ କଠୋରପନ୍ଥୀ ବିଷ ମିଶାଇବା ଅଭିଯୋଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କରିଛନ୍ତି ରିପୋର୍ଟ ତଲବ । ଭୋଟବ୍ୟାଙ୍କ ଲୋଭରେ ମମତା ବାନାର୍ଜୀ ରାଜ୍ୟକୁ ଦ୍ବିତୀୟ ବାଂଲାଦେଶରେ ପରିଣତ କରିବାକୁ ଷଡ଼ଯନ୍ତ୍ର ସହ ରାଜ୍ୟ ପୋଲିସକୁ ଅପାରଗ ବନାଇ ରଖିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ହିଂସାକୁ ନେଇ ମମତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

ଧର୍ମନିରପେକ୍ଷତା ନାଁରେ ଦଙ୍ଗାକାରୀଙ୍କୁ ସ୍ବାଧୀନତା ଦିଆଯାଉଥିବା କହି ମମତାଙ୍କୁ ଟାର୍ଗେଟ କରିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ଦଙ୍ଗାକାରୀଙ୍କ ପାଇଁ ଏଠାରେ ଲାଠି ଏକମାତ୍ର ଚିକିତ୍ସା ବୋଲି କହିଛନ୍ତି ଯୋଗୀ । ୱାକଫ ଆଇନକୁ ନେଇ ମୁର୍ଶିଦାବାଦରେ ହିନ୍ଦୁଙ୍କ ଉପରେ କଠୋରପନ୍ଥୀଙ୍କ ଆକ୍ରମଣ ରୋକିବାରେ ଟିଏମସି ସରକାର ବିଫଳ ହେବା ପରେ ମୁତୟନ ହୋଇଛନ୍ତି କେନ୍ଦ୍ରୀୟ ସୁରକ୍ଷାବଳ । ବର୍ତ୍ତମାନ ସୁଦ୍ଧା ୯ ପ୍ଲାଟୁନ BSF କମ୍ପାନି, ୫ CRPF ଓ ଗୋଟିଏ RAF କମ୍ପାନି ହିଂସାଗ୍ରସ୍ତ ଅଞ୍ଚଳରେ ଫ୍ଲାଟମାର୍ଚ୍ଚ ଜାରି ରଖିଛନ୍ତି ।

ମୁସଲିମ ବହୁଳ ମୁର୍ଶିଦାବାଦର ଧୁଲିୟାନ, ସମସେରଗଞ୍ଜ୍ ଓ ଜଙ୍ଗେପୁରରେ କଠୋରପନ୍ଥୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜ ଦେଶରେ ଶରଣାର୍ଥୀ ବନିଛନ୍ତି ହିନ୍ଦୁ ପରିବାର । ନିଜ ଭିଟାମାଟି ଛାଡ଼ି ପଡୋଶୀ ମାଲଦାରେ ହୋଇଥିବା ଶିବିରରେ ରହିବାକୁ ବାଧ୍ୟ ଶହ ଶହ ହିନ୍ଦୁ ପରବାର। ସେମାନଙ୍କର ଘର ଦ୍ବାର, ଦୋକାନ, ମନ୍ଦିର, ସମ୍ପତ୍ତି ସବୁ ଜାଳିପୋଡ଼ି ଛରଖାର କରିଦେଇଛନ୍ତି ଦଙ୍ଗାକାରୀ। ପ୍ରାଣ ବିକଳରେ ମାଲଦାକୁ ପଳାୟନ କରିଛନ୍ତି ୫୦୦ରୁ ଅଧିକ ହିନ୍ଦୁ। ଦୀର୍ଘ ଦଶନ୍ଦି ଧରି ମୁର୍ଶିଦାବାଦରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ଆସୁଛି। ପ୍ରଥମେ ବାମପନ୍ଥୀ ସରକାର ଆଉ ଏବେ ମମତା ସରକାର ଏହାର ପୃଷ୍ଠପୋଷକ ସାଜିଥିବା ଅଭିଯୋଗ ହୋଇଛି। ଦେଶ ସ୍ବାଧୀନତା ବେଳକୁ ମୁର୍ସିଦାବାଦରେ ସଂଖ୍ୟାବହୁଳ ଥିବା ହିନ୍ଦୁଙ୍କ ସଂଖ୍ୟା ୨୦୨୪ରେ ୩୦%କୁ କମିସାରିଥିବାବେଳେ ସେପଟେ ଏକଦା ସଂଖ୍ୟାଲଘୁ ଥିବା ମୁସଲିମ୍ ଜନସଂଖ୍ୟା ୭୦%ରେ ପହଞ୍ଚିସାରିଛି । ଏବେଠାରୁ ସତର୍କ ନହେଲେ ଆଗକୁ ସାରା ଦେଶରେ ସ୍ଥିତି ସଙ୍ଗୀନ ହେବା ଆଶଙ୍କା କରାଯାଉଛି।

ପଶ୍ଚିମବଙ୍ଗରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ହିନ୍ଦୁ ପରିବାର । ଟିଏମସି ସରକାରଙ୍କ ତୁଷ୍ଟିକରଣ ରାଜନୀତି ଯୋଗୁ ବେଆଇନ ଭାବେ ଅନୁପ୍ରବେଶ କରୁଥିବା ବାଂଲାଦେଶୀ ମୁସଲମାନ ଏବେ ହିନ୍ଦୁଙ୍କ ପାଇଁ ସମସ୍ୟା ବଢ଼ାଇଛନ୍ତି । ମମତା ସରକାର ଦେବେ କି ହିନ୍ଦୁ ସୁରକ୍ଷା ଗ୍ୟାରେଣ୍ଟି?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bangladeshi-rohingya-behind-murshidabad-violence | Argus News