ନିଜ ଦେଶରୁ ଲୁଚିକି ଆସି ଏଠି ବାହା ହୋଇଗଲେ ୨ ଜଣଙ୍କୁ

ପାକିସ୍ତାନର ସୀମା ହାଇଦର ଅବୈଧ ଭାବେ ଭାରତ ଆସି ବିବାହ କରିବା ଘଟଣା ଅଳ୍ପ ବହୁତେ ସମସ୍ତେ ଜାଣିଛନ୍ତି। ଯିଏ ଏବେ ପାକିସ୍ତାନ ଯିବାକୁ ବି ମନା କରୁଛନ୍ତି। ହେଲେ ଗୁଜୁରାଟରୁ ଏବେ ଏମିତି ଜଣେ ବାଲାଂଦେଶୀ ମହିଳା ଗିରଫ ହୋଇଛନ୍ତି, ଯାହାଙ୍କ କାରାନାମା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ। ୨୦୨୨ ରେ ବାଂଲାଦେଶରେ ସ୍ବାମୀକୁ ଛାଡି ଛାଡି ଚାଲି ଆସିଥିଲେ ଭାରତ।
ଏଠାରେ ଜାଲିଆତି କରି ଆଧାରକାର୍ଡ ଓ ପ୍ୟାନ କାର୍ଡ ହାତେଇଥିଲେ। ନିଜର ଅସଲ ପରିଚୟ ଲୁଚାଇ କାମ କରିବା ଆରମ୍ଭ କରିଥିଲେ ଏକ ହୋଟେଲରେ। ମହିଳାଙ୍କ ନାମ ହେଉଛି ସୁଲତାନା। ସେ ଯେତେବେଳେ ଭାରତ ଅନୁପ୍ରବେଶ କରିଥିଲେ ତାଙ୍କ ସାଙ୍ଗରେ ଆଉ ଜଣେ ମହିଳା ମଧ୍ୟ ଆସିଥିଲେ। ଦୁଇଜଣ ଯାକ ନିଜ ନାମ ବଦଳାଇ କୌଶଳ କରି ଜାଲ୍ କାଗଜପତ୍ର ହାତେଇଥିଲେ।
ସୁଲତାନା ନାମକ ଯେଉଁ ମହିଳା ଅଛନ୍ତି, ସେ ପୂର୍ବରୁ ବାଲାଂଦେଶରେ ବିବାହ କରିଥିଲେ। ତାଙ୍କର ୪ ଟା ପିଲା ମଧ୍ୟ ରହିଛନ୍ତି। ତଥାପି ସେ ନିଜ ପରିଚୟ ଲୁଚାଇ ଏଠାରେ ଦୁଇ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହ ଭାଙ୍ଗିବା ପରେ ସେ ବିବାହ ବିଚ୍ଛେଦ କାଗଜ ପତ୍ର ହାତେଇ ନେଇଥିଲେ। ସେ ନିଜେ ସ୍ବୀକାର କରିଛନ୍ତି ବିହାରର ମହମ୍ମଦ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ତାଙ୍କର ଜାଲ୍ କାଗଜପତ୍ର କରିବାରେ ସହଯୋଗ କରିଥିଲେ। ଏବେ ଗୁଜୁରାଟ ପୋଲିସ ଗିରଫ କରିଥିବା ୨ ବାଂଲାଦେଶୀ ମହିଳାଙ୍କୁ ନିଜ ଦେଶକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
📱 Get Argus News App
✨ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଏବେ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ସମେତ ବାଂଲାଦେଶୀଙ୍କୁ ମଧ୍ୟ ନିଜ ଦେଶକୁ ପଠାଇ ଦିଆଯାଉଛି। ପାକିସ୍ତାନ ଓ ବଂଲାଦେଶର ବହୁ ଲୋକ ବିନା ନଗରିକତାରେ ବହୁ ବର୍ଷ ହେଲା ଭାରତରେ ରହି ଆସୁଛନ୍ତି। ଯେଉଁମାନଙ୍କୁ ଏବେ ଖୋଜିଖୋଜି ନିଜ ଦେଶକୁ ପଠାଉଛି ପ୍ରଶାସନ।