Videos
|
National

ରାମଲଲାଙ୍କ କାର୍ଯ୍ୟରେ ନିୟୋଜିତ ଥିବା ମହିଳାଙ୍କୁ ମିଳିବ ଚୁଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାମଲଲାଙ୍କ କାର୍ଯ୍ୟରେ ନିୟୋଜିତ ଥିବା ମହିଳାଙ୍କୁ ମିଳିବ ଚୁଡି

ଅର୍ଗସ ବ୍ୟୁରୋ:  ପାଖେଇ ଆସୁଛି ଶୁଭ ସମୟ। ଦିନ ଯେତେ ପାଖେଇ ଆସୁଛି ରାମଲଲାଙ୍କୁ ଦେଖିବାକୁ ମନ ସେତେ ବ୍ୟାକୁଳ ହେଉଛି। ଜାନୁଆରୀ ୨୨ ଉପରେ ସମସ୍ତଙ୍କ ନଜର । ଏହି ଦିନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଯାହାକୁ ଦୃଷ୍ଟିରେ ରଖି ସବୁ କାର୍ଯ୍ୟ ମଧ୍ୟ ଶେଷ ହେବାକୁ ବସିଲାଣି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ କାଞ୍ଚ ନଗରୀ ଫିରୋଜାବାଦ ମଧ୍ୟ ପ୍ରସ୍ତୁତ ରହିଛି। ଏହି ସ୍ଥାନରୁ ଭଗବାନ ଶ୍ରୀରାମ, ମାତା ସିତା ଏବଂ ରାମ ମନ୍ଦିରର ଡିଜାଇନ ହୋଇଥିବା ଚୁଡି ତିଆରି କରି ଅଯୋଧ୍ୟା ପଠାଯିବ। ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେଉଥିବା ମହିଳାମାନଙ୍କ ହାତରେ ଫିରୋଜାବାଦରେ ନିର୍ମିତ ରଙ୍ଗବେରଙ୍ଗର କାଚର ଚୁଡି ପିନ୍ଧିଥିବା ଦେଖିବାକୁ ମିଳିବ।

କହିବାକୁ ଗଲେ ଅଯୋଧ୍ୟା ପଠାଇବା ପାଇଁ ତିଆରି ହୋଇଥିବା ଚୁଡି ଉପରେ ଭଗବାନ ରାମ-ସିତା ଏବଂ ରାମ ଦରବାରରେ ଥିବା ଅନ୍ୟ ଦେବି ଦେବତାଙ୍କର ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିବ। ପ୍ରଥମ ଥର ୧୦ ହଜାର ଚୁଡି ଏବଂ କଙ୍କଣର ବକ୍ସ ଅଯୋଧ୍ୟା ପଠାଯିବ। ଏହା ଉପରେ ସୁନାର କାରୁକାର୍ଯ୍ୟ ଖୁବ ସୁନ୍ଦର ଭାବେ ନିର୍ମିତ ହୋଇଛି। ଏହାର ପ୍ରସ୍ତୁତି ପାଖାପାଖି ୬ ମାସ ପୂର୍ବରୁ ଆରମ୍ଭ ହୋଇ ସାରିଛି। ଏବେବି ଅନେକ କାରିଗର ଏହି କାମରେ ଲାଗିପଡିଛନ୍ତି।

କୁହାଯାଉଛି କି., ଏହି ଚୁଡି ସବୁକୁ ୨୨ ଜାନୁଆରୀ ପାଇଁ ଅଯୋଧ୍ୟାକୁ ପଠାଯାଉଛି। ସିତା ମାତାଙ୍କ ସୁହାଗର ଆର୍ଶୀବାଦ ସ୍ୱରୂପରେ ମାତୃ ଶକ୍ତିକୁ ଏହି ଚୁଡି ପ୍ରଦାନ କରାଯିବ। ଏହି ଚୁଡି ସବୁର କାମ ଖୁବ ସୁନ୍ଦର ଭାବେ ନିର୍ମାଣ କରାଯାଉଛି। ଏଥିରେ ଗୋଲ୍ଡର ଓ୍ୱାର୍କ ମଧ୍ୟ ଦିଆଯାଉଛି। ଯାହା ଦେଖିବାକୁ ଖୁବ ସୁନ୍ଦର ଲାଗୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ରାମ ମନ୍ଦିର ଖବର: 

bangle will be found in women engaged in the work of ayodhya ram temple | Argus News