Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪ ଜଣ ନୋମିନି ରଖିପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୪ ଜଣ ନୋମିନି ରଖିପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ

ଏଣିକି ୪ ଜଣ ନୋମିନି ରଖିପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ। ସଂସଦରେ ପାସ୍ ହୋଇଛି ସଂଶୋଧିତ ବ୍ୟାଙ୍କିଙ୍ଗ୍ ଆଇନ୍ ୨୦୨୪। ରାଜ୍ୟ ସଭାରେ ଏହାକୁ ଅନୁମୋଦନ ମିଳିଛି। ପୂର୍ବରୁ ଲୋକସଭାରେ ବ୍ୟାଙ୍କିଙ୍ଗ୍ ଆଇନ୍ ବିଧେୟକ ୨୦୨୪ ଡିସେମ୍ବରରେ ପାସ୍ ହୋଇଥିଲା। ୨୦୨୪ରେ ଏହାକୁ ଲୋକସଭାରେ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜମାକାରୀଙ୍କୁ ସୁରକ୍ଷା ସୁନିଶ୍ଚିନ୍ତ କରିବା ପାଇଁ ଏହି ବ୍ୟବସ୍ଥା ହାତକୁ ନିଆଯାଇଛି।


ସୂଚନାଯୋଗ୍ୟ: ଏବେ ଗୋଟିଏ ବ୍ୟକ୍ତିଗତ ଆକାଉଣ୍ଟରେ ଜଣେ ଜଣେ ମାତ୍ର ନେମାନିଙ୍କ ନାମ ଉଲ୍ଲେଖ ରହୁଛି। ଯାହାଫଳରେ ଅନେକ ସମୟରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁପରେ ଟଙ୍କା ପ୍ରତ୍ୟାହାର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ପରିବାର ଲୋକେ। ଏବେ ଜଣେ ନୋମିନି ବଦଳରେ ୪ ନୋମିନି କରିବାକୁ ଅନୁମତି ମିଳିବ। ଜମାକାରୀଙ୍କୁ ଉତ୍ତମ ସୁରକ୍ଷା ଏବଂ ଘରୋଇ ବ୍ୟାଙ୍କଗୁଡ଼ିକରେ ଉତ୍ତମ ସେବା ଯୋଗାଇବା ପାଇଁ ନୂତନ ବ୍ୟାଙ୍କିଂ ଆଇନ୍‌ ବିଲ୍‌ରେ ବ୍ୟବସ୍ଥା ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଇ ଆଇନ୍ ଲାଗୁ ହେଲେ ପରେ ସ୍ପଷ୍ଟ ହେବ ନୋମିନି ମାନଙ୍କୁ କିଭଳି ରଖାଯିବ ଏବଂ ସେମାନେ କିଭଳି ଟଙ୍କା ଉଠାଇ ପାରିବେ। ବାଚନିକ ଭୋଟରେ ରାଜ୍ୟସଭାରେ ଏହାକୁ ମଞ୍ଜୁରି ମିଳିଛି।


ସେହିଭଳି ପ୍ରେଶ୍ନୋତ୍ତର କାଳରେ ଅର୍ଥମନ୍ତ୍ରୀ କହିଛନ୍ତି ସରକାର ଉେଦ୍ଦେଶ୍ୟ ମୂଳକ ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁବେଳେ ପ୍ରତିଶୃତିବଦ୍ଧ। ଋଣ ଟଙ୍କା ଅଦାୟ କରିବା ପାଇଁ ବ୍ୟାଙ୍କ ଗୁଡିକ ଉଦ୍ୟମ କରିପାରିବେ। ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କା ଲାଭ ପାଇଛନ୍ତି। ଯାହା ଆଗକୁ ଆହୁରି ବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Sponsored
Bank account holders can now have up to four nominees | Argus News