Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିବେ ବଂଶୁରୀ ସ୍ଵରାଜ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିବେ ବଂଶୁରୀ ସ୍ଵରାଜ 

ନୂଆଦିଲ୍ଲୀ: ରୋଚକ ମୋଡରେ ରହିଛି ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନୀତି  । ଏହି ସ୍ଥାନରୁ ବିଜେପିର ଭେଟରାନ ନେତ୍ରୀ ସୁଷମା ସ୍ଵରାଜଙ୍କ ଝିଅ ବଂଶୁରୀ ସ୍ଵରାଜଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ଆମ ଆଦମୀ ପାଟିର ତଥା କେଜ୍ରିୱାଲ ସରକାରର ନେତା ସୋମନାଥ ଭାରତୀଙ୍କୁ ଦଳ ଟିକେଟ ଦେଇଛି । ବଂଶୁରୀ ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବେଳେ ସୋମନାଥ ମଧ୍ୟ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସୁଷମା ସ୍ଵରାଜ ୧୯୭୭ ମସିହାରୁ ବିଧାୟକ ଭାଵେ ନିର୍ଵାଚନ ମଇଦାନକୁ ଆସିଥିଲେ । ୧୯୮୭ ମସିହାରୁ ବିଧାୟକ ହେବା ପରଠାରୁ ରାଜନୀତି ମଇଦାନରେ ସୁଷମାଙ୍କ ଦବଦବା ରହିଥିଲା । ସୂଚନାନୁସାରେ, ଦିଲ୍ଲୀରେ ୨୫ ମେ ରେ ନିର୍ବାଚନ ଥିବା ବେଳେ ଏହାର ଫଳାଫଳ ୪ଜୁନରେ ଘୋଷଣା ହେବ । ସବୁଠାରୁ ବଡ କଥା ହେଉଛି ୨୦୧୯ ନିର୍ବାଚନକୁ ଦେଖିବାକୁ ଗଲେ ବିଜେପି ସବୁ ଆସନରେ ବିଜୟ ଲାଭ କରିଥିଲା । ୨୪ରେ ମଧ୍ୟ ବିଜୟ ଲକ୍ଷରେ ରହିଛି ବିଜେପି । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bansuri swaraj bjp new delhi seat som nath bharti aap sushma swaraj elections history general elections | Argus News