Videos
|
National

କଣ୍ଢେଇ ଦେହରେ ଲାଗିଛି ଗ୍ଲୁକୋଜ ଓ ଇନସୁଲିନ୍‌ ପମ୍ପ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କଣ୍ଢେଇ ଦେହରେ ଲାଗିଛି ଗ୍ଲୁକୋଜ ଓ ଇନସୁଲିନ୍‌ ପମ୍ପ

Key Points

କଣ୍ଢେଇକୁ ହେଇଛି ବଡ ରୋଗ
ଦେହରେ ଲାଗିଛି ଗ୍ଲୁକୋଜ ଓ ଇନସୁଲିନ୍‌ ପମ୍ପ
ଲୋକେ କହୁଛନ୍ତି ଏହା କଣ୍ଢେଇ ନା ଆଉ କିଛି

ବାର୍ବି ବା କଣ୍ଢେଇ। କାହାକୁ ବା ଭଲ ନଲାଗେ। ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ତ ବଜାରରେ ଭଳିକି ଭଳି କଣ୍ଢେଇ ଉପଲବ୍ଧ ହେଲାଣି। ଯେଉଁ କଣ୍ଢେଇ କିଣିବା ପାଇଁ ଘରେ ସବୁଦିନ ବାପା-ମାଙ୍କ ମଧ୍ୟରେ ଝଗଡା ହୋଇଥାଏ। କେବଳ କଣ ସେତିକି କଣ୍ଢେଇର ଚାହିଦା ଏତେ ବଢ଼ିଯାଇଛି ଯେ, ପ୍ରେମ ସପ୍ତାହର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି କଣ୍ଢେଇକୁ ହେଉଛି ଡାଇବେଟିସ ବା ମଧୁମେହ ରୋଗ। ଆଜ୍ଞା ହଁ, କଥାଟା ବିଶ୍ୱାସ ହେଉନଥିଲେ ବି ଏହା ସତ। ମାର୍କେଟକୁ ଏବେ ଆସିଛି ଏମିତି ଏକ କଣ୍ଢେଇ।


ଏହି କଣ୍ଢେଇ ଡିଜାଇନରେ ଗୋଲାପୀ ହୃତପିଣ୍ଡ ଆକୃତିର ଏକ ଟି୧ଡି ଉପକରଣ ଅନ୍ତର୍ଭୁକ୍ତ, ଯାହା କଣ୍ଢେଇ ହାତରେ ଦୃଶ୍ୟମାନ। ତାହାର କଟିଦେଶରେ ଏକ ଇନସୁଲିନ ପମ୍ପ ରହିଛି। ବାର୍ବି କଣ୍ଢେଇର ପୋଷାକରେ ଏକ ନୀଳ ପୋଲକା-ଡଟ୍‌ ଟପ୍‌ ଏବଂ ସ୍କର୍ଟ ରହିଛି। ଯାହା ଅନ୍ତର୍ଜାତୀୟ ମଧୁମେହ ସଚେତନତା ପ୍ରତୀକକୁ ପ୍ରତିଫଳିତ କରୁଛି। ବିଶ୍ୱର ଅନେକ ପରିବାରକୁ ପ୍ରଭାବିତ କରୁଥିବା ଏଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ଶିଶୁମାନଙ୍କୁ ଅବଗତ ଓ ସଚେତନ କରିବା ଏହି ନୂତନ କଣ୍ଢେଇର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ ଟାଇପ୍‌ ୧ ମଧୁମେହ(ଟି୧ଡି) ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ କଣ୍ଢେଇ ନିର୍ମାତା ମ୍ୟାଟେଲ୍‌ ପ୍ରଥମ ବାର୍ବି କଣ୍ଢେଇ ବଜାରକୁ ଛାଡିଛି। ୨୦୨୫ ବାର୍ବି ଫ୍ୟାସନିଷ୍ଟାସ୍‌ ଲାଇନର ଏକ ଅଂଶସ୍ୱରୂପ, ନୂତନ କଣ୍ଢେଇରେ ୨୪ ଘଣ୍ଟା ସକ୍ରିୟ ରହୁଥିବା ଗ୍ଲୁକୋଜ୍‌ ମନିଟର୍‌ (ସିଜିଏମ୍‌), ଏକ ଇନସୁଲିନ୍‌ ପମ୍ପ ଓ ବିଶ୍ୱ ମଧୁମେହ ସଚେତନତା ପ୍ରତୀକ ଖଞ୍ଜା ଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟାଇପ୍‌ ୧ ମଧୁମେହ ଭୋଗୁଥିବା ଏକ ବାର୍ବି କଣ୍ଢେଇ ପ୍ରସ୍ତୁତ କରିବା ହେଉଛି କମ୍ପାନିର ଅନ୍ତର୍ଭୃକ୍ତୀକରଣ ଏବଂ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ନିମନ୍ତେ ପ୍ରତିବଦ୍ଧତାର ପ୍ରକୃଷ୍ଟ ଉଦାହରଣ ବୋଲି ବାର୍ବି ଏବଂ ଡଲସର ଗ୍ଲୋବାଲ୍‌ ମୁଖ୍ୟ କ୍ରିଷ୍ଟା ବର୍ଗର କହିଛନ୍ତି। ଶିଶୁମାନଙ୍କ ମନରେ ଦୁନିଆ ପ୍ରତି ପ୍ରାରମ୍ଭିକ ଧାରଣା ଗଢ଼ିବାରେ ବାର୍ବି କଣ୍ଢେଇ ସାହାଯ୍ୟ କରେ ଏବଂ ଅଧିକ ପିଲା କଳ୍ପନା କରୁଥିବା କାହାଣୀ ଏବଂ ପସନ୍ଦ କରୁଥିବା ପୁତ୍ତଳିରେ ନିଜକୁ ଦେଖିପାରିବେ ବୋଲି ସେ କହିଛନ୍ତି। ଏହି କଣ୍ଢେଇ ମାଧ୍ୟମରେ ଲୋକେ ସଚେତନ ହେବେ। ଯେଉଁଭଳି ଭାବରେ ରାଜ୍ୟରେ ମଧୁମେହ ରୋଗ ମାଡି ମାଡି ଯାଉଛି, ଏହାକୁ ରୋକିବା ପାଇଁ ଏଭଳି ଏକ ବଡ ପ୍ରୟାସ। ଏହି କଣ୍ଢେଇକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା।


barbie-launches-first-doll-with-type-1-diabetes-she-wears-glucose-monitor-and-insulin-pump | Argus News