Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bareilly Shocking Crime / ବରେଲିରେ ଚାଞ୍ଚଲ୍ୟ...ଡକାୟତି ବେଳେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର, ଗନପଏଣ୍ଟରେ ଥିଲେ ସ୍ୱାମୀ

Ritu Das
Browse all articles by Ritu Das
·2 weeks ago·2 min read
ବରେଲିରେ ଚାଞ୍ଚଲ୍ୟ...ଡକାୟତି ବେଳେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର, ଗନପଏଣ୍ଟରେ ଥିଲେ ସ୍ୱାମୀ
India

Key Points

ଚୋରମାନଙ୍କ ମଧ୍ୟରୁ ଜଣେ ଚୋର ଚୋରି ନକରି ଶୋଇଥିବା ମହିଳାଙ୍କୁ ବାରମ୍ବାର ଚୁମ୍ବନ ଦେଇଥିଲା
ବରେଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ। ବିଳମ୍ବିତ ରାତିରେ ଚାରି ଜଣ ଚୋର ନିଛାଟିଆ ଘର ଦେଖିକି ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ଘରଟି ଜଣେ କାରଖାନା କର୍ମଚାରୀଙ୍କର ଥିଲା। ଚୋରମାନଙ୍କ ମଧ୍ୟରୁ ଜଣେ ଚୋର ଚୋରି ନକରି ଶୋଇଥିବା ମହିଳାଙ୍କୁ ବାରମ୍ବାର ଚୁମ୍ବନ ଦେଇଥିଲା। ତାଙ୍କ ସ୍ବାମୀ ଏହାର ପ୍ରତିବାଦ କରିବାରୁ ତାଙ୍କ ମଧ୍ୟରୁ ଅନ୍ୟ ଜଣେ ଅଭିଯୁକ୍ତ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରେ କେଉଁଠି ପଇସା ଶୀଘ୍ର ଦେବାକୁ କହିଥିଲା। ପୂରା ଘରେ ଏହି ଚୋର ମାନେ ଆତଙ୍କ ସୃଷ୍ଟି କରିଥିଲେ। ଘର ଲୋକ ପୂରା ଭୟଭୀତ ହୋଇପଡ଼ିଥିଲେ।

ଏହାସହ ପଢ଼ନ୍ତୁ: ଅଭିଯୁକ୍ତ ସିଆଙ୍କ ବାପାଙ୍କ ବୟାନ: 'ଯଦି ଆମେ ଭୁଲ କରିଛୁ ଆମକୁ ଫାଶୀ ଦିଅ, ସିଆକୁ ପାହାଡରୁ ଠେଲି ଦିଅ...

ଅଭିଯୁକ୍ତମାନେ ତା’ପରେ ମହିଳାଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧରି ମୂଲ୍ୟବାନ ଜିନିଷପତ୍ର ମାଗିଥିଲେ। ସେମାନେ ଦମ୍ପତିଙ୍କ ୩ବର୍ଷର ଝିଅକୁ ମଧ୍ୟ ଛଡ଼ାଇ ନେଇ ବେଡ ଉପରକୁ ଫିଙ୍ଗି ଦେଇଥିଲେ। ମହିଳା ଜଣକ ସୁଯୋଗ ଦେଖିକି ତାଙ୍କ ଝିଅକୁ ନେଇ ପଳାଇବାରେ ସଫଳ ହୋଇଥିଲେ। ରାସ୍ତାରେ ପୋଲିସ ଗାଡି ଦେଖି ସେ ଚିତ୍କାର କରିବାକୁ ଲାଗିଲେ। ଶବ୍ଦ ଶୁଣି ପୋଲିସ ଗାଡିକୁ ଅଟକାଇଲା, ଏବଂ ତାଙ୍କ ପିଛା କରୁଥିବା ଚୋରମାନେ ପଳାଇଗଲେ। ଘଟଣାଟି କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ମହିଳା ଜଣକ ଥାନାରେ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।
ଇନ୍ସପେକ୍ଟର ରାକେଶ କୁମାର କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଘର ଚାରିପାଖରୁ ସିସିଟିଭି ଫୁଟେଜ୍ ସ୍କାନ କରାଯାଉଛି। ତଦନ୍ତର ନିର୍ଣ୍ଣୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

  • ଘର ପାଖରେ ନିଶାସେବନ କରୁଥିବା କିଛି ବ୍ୟକ୍ତି ଏଭଳି କାଣ୍ଡ କରିଥାଇପାରନ୍ତି

ସିଟି ଫାଷ୍ଟ କମିଶନର ଆଶୁତୋଷ ଶିବମ୍ କହିଛନ୍ତି ଯେ ପୀଡିତାଙ୍କ ପରିବାର କାହା ସହିତ କୌଣସି ଶତ୍ରୁତାକୁ ଅସ୍ୱୀକାର କରିଛନ୍ତି। ପୀଡିତମାନେ କହିଛନ୍ତି ଯେ ସେମାନଙ୍କ ଘର ପାଖରେ ଏକ ଗଛ ଅଛି, ଯାହା ତଳେ କିଛି ଲୋକ ପ୍ରାୟତଃ ବସି ନିଶା ସେବନ କରନ୍ତି। ପୋଲିସ ଏହି ଦିଗକୁ ତଦନ୍ତ କରୁଛି ଏବଂ ଆଖପାଖରେ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି।

ପୋଲିସ ଆଖପାଖ ଅଞ୍ଚଳରୁ ପ୍ରାୟ 10 ଟି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ଠାବ କରିବା ପାଇଁ ଏହି ଫୁଟେଜ୍ ବ୍ୟବହାର କରାଯାଉଛି। ପୋଲିସ ଦଳ ସମସ୍ତ ଦିଗକୁ ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bareilly Robbery Shocker: Woman Harassed While Husband Held At Gunpoint | Argus News