Bareilly Violence / ବରେଲି ହିଂସା: ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ମୌଲାନା ତୌକିର

Key Points
ବରେଲି ହିଂସା ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। କୁହାଯାଉଛି ଯେ, ଦଙ୍ଗା ସମୟରେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାର ଯୋଜନା ମଧ୍ୟ ଥିଲା।
ବରେଲି ହିଂସା ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। କୁହାଯାଉଛି ଯେ, ଦଙ୍ଗା ସମୟରେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାର ଯୋଜନା ମଧ୍ୟ ଥିଲା। ଗିରଫ ଅଭିଯୁକ୍ତ ନଦୀମ ପଚରାଉଚରା ସମୟରେ ଏହି ଖୁଲାସା କରିଛି। ବରେଲିରେ ଗତ ଶୁକ୍ରବାର ପ୍ରାର୍ଥନା ପରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ହିଂସାତ୍ମକ ସଂଘର୍ଷର ମାଷ୍ଟରମାଇଣ୍ଡ ଅଭିଯୋଗରେ ସ୍ଥାନୀୟ ମୌଲାନା ତଥା ଇତ୍ତେହାଦ୍-ଏ-ମିଲ୍ଲତ ପରିଷଦର ମୁଖ୍ୟ ତୌକିର ରଜା ଖାନକୁ ପୁଲିସ ଗିରଫ କରିଥିଲା। ମୌଲାନାଙ୍କ ଗିରଫଦାରୀ ପରେ ଏବେ ଅନେକ ଖୁଲାସା ହେବାରେ ଲାଗିଛି।
ପାକିସ୍ତାନର ଭୂଗୋଳ ବଦଳେଇ ଦେବୁ: ରାଜନାଥ ସିଂ
ପୋଲିସର କହିବା ଅନୁଯାୟୀ, ବରେଲି ହିଂସାର ମୁଖ୍ୟ ଅଭିଯୁକ୍ତ ତୌକିର ରାଜାଙ୍କ ଦଳ ଆଇଏମସିର ନେତା ନଦୀମ ଏବଂ ତାଙ୍କ ସହଯୋଗୀମାନେ ଭିଡ଼କୁ ଉସୁକାଇଥିଲେ। ସେମାନେ ଯୋଜନା ଅନୁଯାୟୀ ହଜାର ହଜାର ଲୋକଙ୍କ ଭିଡ଼ ଏକତ୍ର କରିଥିଲେ। ଜାଣିଶୁଣି ବାହାର ଲୋକଙ୍କୁ ଡକାଇଥିଲେ, ଯେଉଁଥିରେ ଅପରାଧୀ ମଧ୍ୟ ଥିଲେ। ସେମାନଙ୍କ ପାଖରେ ବେଆଇନ ଅସ୍ତ୍ରଶସ୍ତ୍ର ଇତ୍ୟାଦି ଥିଲା। ନଦୀମ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ପ୍ରରୋଚିତ ହେବା ପରେ, 'ଆଜି ଆମେ ଆମର ଉଦ୍ଦେଶ୍ୟ ହାସଲ କରିବୁ ବୋଲି କହି ଭିଡ଼ ଆଗକୁ ବଢ଼ିଥିଲା। ମୌଲାନା ତୌକିର ରାଜା ସାହିବ କହିଥିଲେ ଯେ, 'ଆଜି ଆମକୁ ସହରର ପରିବେଶ ନଷ୍ଟ କରିବାକୁ ପଡିବ। ଆମକୁ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବାକୁ ପଡିଲେ ବି ଆମେ କରିବୁ। ମୁସଲମାନମାନଙ୍କୁ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ହେବ।' ଏହା ଶୁଣିବା ପରେ ଏକତ୍ର ହୋଇଥିବା ଭିଡ଼ ହିଂସା କରିବା ଆରମ୍ଭ କରିଥିଲା। ପଥର ଫିଙ୍ଗିବା ସହ ପଥର ଫିଙ୍ଗିଥିଲେ ବିକ୍ଷୋଭକାରୀ। ହେଲେ ପୁଲିସର ଲାଠିଚାର୍ଜ ପରେ ସମସ୍ତେ ଡରରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଏନକାଉଣ୍ଟରରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।
୨୦୦ ବର୍ଷ ତଳର ଅଭିଶାପ, ଆଜି ବି ଏଠାରେ ଶାଢୀ ପିନ୍ଧି ଗର୍ବା ଖେଳନ୍ତି ପୁରୁଷ, ଜାଣନ୍ତୁ ପୁରା କାହଣୀ...
📱 Get Argus News App
✨ବରେଲିରେ ହିଂସା କରିବାପାଇଁ କିଛି ଲୋକ ବିବାଦୀୟ ପୋଷ୍ଟର ଲଗାଇଥିଲେ। ସକାଳେ ଏହି ପୋଷ୍ଟର ଉପରେ ହିନ୍ଦୁ ସଂଗଠନର ନଜର ପଡ଼ିଥିଲା। ଆଉ ତା' ପରେ ହିନ୍ଦୁ ଧର୍ମର ଲୋକ ରାଗିଯାଇଥିଲେ। ଯେଉଁଥିପାଇଁ ପୋଲିସ ମାନେ କିଛି ଲୋକଙ୍କ ସହାୟତାରେ ସବୁ ପୋଷ୍ଟର ଗୁଡ଼ିକୁ ହଟାଇଦେଇଥିଲେ। ଆଉ ହିନ୍ଦୁ ସଂଗଠନର ଲୋକଙ୍କୁ ଶାନ୍ତ କରାଇଥିଲେ। ଉତ୍ତରପ୍ରଦେଶର ବରେଲୀ ନିକଟରେ ଥିବା ଜୁମ୍ମା ମସଜିଦରେ ନମାଜ ପାଠ ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସଙ୍କ ଉପରକୁ ଫାୟାରିଂଙ୍ଗ କରାଯାଇଥିବାରୁ ପୋଲିସ ଘଟଣାସ୍ଥଳରେ ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି।
Related Topics
Explore more stories