Videos
|
National

ବଜେଟରେ ବଡ ଘୋଷଣା: ଶସ୍ତା ହେବ ସୁନା ରୁପା

Manini Pattanayak
Browse all articles by Manini Pattanayak
·2 years ago·1 min read
ବଜେଟରେ ବଡ ଘୋଷଣା: ଶସ୍ତା ହେବ ସୁନା ରୁପା

ନୂଆଦିଲ୍ଲୀ :୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି।  ବଜେଟରେ ବଡ ଘୋଷଣା କରିଛନ୍ତି  ନିର୍ମଳା ସିତାରମଣ। ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ଘୋଷଣା।

ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ  ଯାହାକି ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ ଏବଂ ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ ବୋଲି ଘୋଷଣା। ଆଗକୁ ବାହାଘର ସିଜିନ ଆସୁଥିବା ବେଳେ ସୁନା ଓ ରୁପାର ଦାମ କମ ହେବାର ସମ୍ଭାବନା ସୃଷ୍ଟି ହୋଇଛି।  ଏଥିସହିତ ମୋବାଇଲ ଚାର୍ଜର ବ୍ୟାଟେରୀ ଶସ୍ତା ହେବ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ।  ଶସ୍ତା ହେବ କ୍ୟାନ୍‌ସର୍ ଔଷଧ। ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ। 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: