Videos
|
National

ସାବଧାନ! ଛୁଆଙ୍କ ଜୀବନ ନେଇପାରେ ଏ ଗରମ

Arpita Mohanty
Browse all articles by Arpita Mohanty
·2 years ago·2 min read
ସାବଧାନ! ଛୁଆଙ୍କ ଜୀବନ ନେଇପାରେ ଏ ଗରମ

Key Points

  • ତାତିରେ ସିଝୁଛି ସମଗ୍ର ଦେଶ
  • ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ଚେତାବନୀ
  • ଛୁଆଙ୍କ ଜୀବନ ପ୍ରତି ରହିଛି ବିପଦ

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଅସମ୍ଭାଳ ଗରମ ହେଲାଣି ଯାହାକୁ ସହିବା ବି ଅସମ୍ଭବ ହୋଇଗଲାଣି। ଛୁଆଠୁ ବୁଢ଼ା ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ମଣିଷ ଶରୀର ବି ଏକ ସାଧାରଣ ତାପମାତ୍ରା ପର୍ଯ୍ୟନ୍ତ ସହ୍ୟ କରିପାରିବ ତାଠାରୁ ଅଧିକ ହେଲେ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ତେବେ ହିଟ୍ ୱେଭ୍ ର ସବୁଠୁ ଅଧିକ ପ୍ରଭାବ ଛୁଆଙ୍କ ଉପରେ ପଡ଼ିଥାଏ। ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସତର୍କ ସୂଚନା ବି ଦେଇସାରିଲେଣି। ତାଙ୍କ କହିବା ଅନୁଯାୟୀ ହିଟ୍ ୱେଭ୍ ର ସିଧାସଳଖ ପ୍ରଭାବ ଛୁଆଙ୍କ କିଡ଼ନୀ ଏବଂ ଯକୃତ ଉପରେ ପଡ଼ିଥାଏ ଯାହାଦ୍ବାରା ସେମାନେ ଭୟଙ୍କର ରୋଗର ଶୀକାର ହେଇଥାନ୍ତି ।

 

ଏହି ବଢୁଥିବା ଉତ୍ତାପ ପୃଥିବୀ ଉପରେ ବହୁତ ସାଙ୍ଘାତିକ ପ୍ରଭାବ ପକାଇପାରେ ବୋଲି ୟୁନିସେଫ ଚେତାବନୀ ଦେଇଛି। ଆଉ ଏହାର ସବୁଠାରୁ ଅଧିକ ପ୍ରଭାବ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଦେଖାଯାଉଛି । କେବଳ ଏତିକି ନୁହେଁ ୨୦୨୪ ବର୍ଷଟି ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି । ତେବେ ଭାରତ ପାଇଁ ଏବେ ଏହା ଚିନ୍ତାର ବିଷୟ ପାଲଟିଯାଇଛି | କାରଣ ଦିନକୁ ଦିନ ଭାରତରେ ତାପମାତ୍ରାର ସ୍ତର ବୃଦ୍ଧି ପାଇବାକୁ ଲାଗୁଛି। ଉତ୍ତାପ ହେତୁ ସ୍ୱାସ୍ଥ୍ୟ ଉପରେ ହେଉଥିବା କୁପ୍ରଭାବକୁ କେଉଁଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କ ସହ ଏକ ବୈଠକ କରି ରଣନୀତି ସ୍ଥିର କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସମୟ ସହ ବଢୁଥିବା ଉତ୍ତାପ ଏବଂ ଶରୀର ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ମାନେ କହିଛନ୍ତି | ଶରୀରର ତାପମାତ୍ରା ଯେପରି ବୃଦ୍ଧି ନହେଉ ସେଥିପ୍ରତି ସଚେତନ ରହିବା ଉଚିତ୍ । ଛୋଟଛୁଆଙ୍କୁ ଯେତେ ସମ୍ଭବ ଖରାଠାରୁ ଦୂରେଇ ରଖନ୍ତୁ। ଏହା ବ୍ୟତୀତ, ଯେଉଁମାନଙ୍କର ମଧୁମେହ, କିଡନୀ-ଯକୃତ କିମ୍ବା ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ଅଧିକରୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।

ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର

Heat wave | Argus News