Dog / ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ସାବଧାନ !

Key Points
ସରକାରୀ ପରିସର ଭିତରେ କୁକୁରଙ୍କୁ ଖାଇବାକୁ ଦେଲେ ମିଳିବ କୋଠର ଦଣ୍ଡ
ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ଚାଲିଛି । ଖାଲି ସଂଖ୍ୟା ବଢ଼ୁଛି ତା' ନୁହେଁ ବୁଲା କୁକୁରଙ୍କ ଯୋଗୁଁ ରାସ୍ତାରେ ଦୁର୍ଘଟଣା ବଢ଼ୁଥିବା ବେଳେ ଅନେକ କୁକୁର କାମୁଡ଼ାର ଶିକାର ହେଉଛନ୍ତି । ସରକାରୀ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୧.୫୩ କୋଟି ବୁଲା କୁକୁର ଅଛନ୍ତି । ଆଗାମୀ ବର୍ଷକ ଭିତରେ ୭୦ ପ୍ରତିଶତ କୁକୁରଙ୍କୁ ଟିକା ଦେବା ସହ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହା ଫଳରେ କୁକୁର ସଂଖ୍ୟା ନିୟନ୍ତ୍ରଣ ହେବା ସହ ଲୋକଙ୍କୁ କ୍ଷତି ପହଞ୍ଚିବ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟ କୁକୁରଙ୍କୁ ଏକ ନୂଆ ଆଇନି ପ୍ରଣୟନ କରିଛନ୍ତି । ଯଦି ସରକାରୀ ପରିସର ଭିତରେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ତେବେ କୋଠର ଦଣ୍ଡ ମିଳିବ ।
ସୂଚନାନୁଯାୟୀ ଦେଶରେ ବୁଲା କୁକୁର ପ୍ରସଙ୍ଗ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଅଦାଲତ କହିଛନ୍ତି । ବିଶେଷକରି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିସରରେ ଯେଉଁଠି କର୍ମଚାରୀ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ସେ ନେଇ ନିର୍ଦ୍ଦେଶନାମା ଆସିବ। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହଟା ଓ ବିଚାରପତି ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆମିକସ୍ କ୍ୟୁରି ବା ନ୍ୟାୟ ମିତ୍ରଙ୍କୁ ଆଜି ଏକ ନିର୍ଦ୍ଦେଶ ଦେଇଛନ୍ତି।
ସେଥିରେ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଠାରୁ ଯେଉଁ ସତ୍ୟପାଠ ମିଳିବ, ତାହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରନ୍ତୁ । ସେହି ରିପୋର୍ଟରେ ବୁଲା କୁକୁରଙ୍କ ସଂଖ୍ୟା, କୁକୁର କାମୁଡ଼ା ସଂଖ୍ୟା, ବନ୍ଧ୍ୟାକରଣ, ଟିକାକରଣ, କୁକୁରଙ୍କ ପାଇଁ ଉପଲବ୍ଧ ଆଶ୍ରୟସ୍ଥଳ ଏବଂ ବହୁଦିନ ଧରି ରଖାଯାଇଥିବା କୁକୁରଙ୍କ ସଂଖ୍ୟା ଆଦି ତଥ୍ୟ ଉଲ୍ଲେଖ ରହିବ। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ତଥ୍ୟ ଏଥିରେ ରହିବ।
ମଙ୍ଗଳବାର ଶୁଣାଣି ଆରମ୍ଭରେ ସଲିସିଟର ଜେନେରାଲ୍ ତୁଷାର ମେହଟା ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କ ଅନୁପାଳନ ରିପୋର୍ଟ ଦାଖଲ କରିଛନ୍ତି। ଖଣ୍ଡପୀଠ ମୁଖ୍ୟ ସଚିବମାନଙ୍କ ହାଜରକୁ ରେକର୍ଡ କରିଥିଲେ। ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିଲେ ଆଗାମୀ ଦିନରେ ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ । ଅନୁପାଳନ ରିପୋର୍ଟରେ ଯଦି କିଛି ଅଭାବ ରହିଯାଏ ତା’ହେଲେ ଆମେ ସେମାନଙ୍କୁ ପୁଣି ଥରେ ଡାକିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ସୁପ୍ରିମ୍କୋର୍ଟ ମଙ୍ଗଳବାର କୌଣସି ବିସ୍ତୃତ ଶୁଣାଣି କରି ନଥିଲେ। ମାମଲାର ବିଚାର ଆସନ୍ତା ୭ ତାରିଖରେ କରିବା ପାଇଁ ତାଲିକାଭୁକ୍ତ କରିଥିଲେ।
ଏଥିସହ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories