Videos
|
National

ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, କୌଣସି ସମୟରେ ବି ବିପଦକୁ ସାମନା କରିବାକୁ ପ୍ରସ୍ତୁତ ରୁହ;ପ୍ରତିରକ୍ଷା ମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, କୌଣସି ସମୟରେ ବି ବିପଦକୁ ସାମନା କରିବାକୁ ପ୍ରସ୍ତୁତ ରୁହ;ପ୍ରତିରକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । କୌଣସି ସମୟରେ ବି ବିପଦକୁ ସାମନା କରିବାକୁ ପ୍ରସ୍ତୁତ ରୁହ । ଆର୍ମି କମାଣ୍ଡର ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏପରି ଆହ୍ବାନ ଶୁଣାଇଛନ୍ତି । ଯୁଦ୍ଧ କରିବା ଭାରତର ନୀତି ନୁହେଁ କିନ୍ତୁ ବର୍ତମାନ ବିଶ୍ବର ପରିସ୍ଥିତି ବଦଳିଛି । ଭାରତ ଶାନ୍ତି ଚାହେଁ । ବସୁଧୈବ କୁଟୁମ୍ବକମ୍ ଭାବନା ସହିତ ବିଶ୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ମନ୍ତ୍ର ଦେଇଛି ଭାରତ । 
କିନ୍ତୁ ବର୍ତ୍ତମାନ  ବିଶ୍ବରେ ଯେପରି ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଛି, ଏପରି ସମୟରେ ଭାରତକୁ ଯୁଦ୍ଧ ତତ୍ପର ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଗୋଟିଏ ପଟେ ରୁଷ ଯୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଏବଂ ବାଙ୍ଗଲାଦେଶରେ ହିଂସା...ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଦେଖାଦେଇଥିବା ଅରାଜକତା କୁ ଦେଖି ଭାରତକୁ ସୀମାରେ ଶତ୍ରୁ କୁ କୌଣସି ବି ମୁହୂର୍ତରେ ସାମନା କରିବାକୁ ସଜାଗ ରହିବା ଦରକାର ବୋଲି କହିଛନ୍ତି ରକ୍ଷାମନ୍ତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Be prepared for war, ready to face any danger at any time; Defense Minister | Argus News