Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mehul Choksi / ବେଲଜିୟମ କୋର୍ଟରେ କେସ୍‌ ଜିତିଲା ଭାରତ, ମେହୁଲ ଚୋକ୍‌ସିଙ୍କୁ ଘୋଷାଡ଼ି ଆଣିବ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ବେଲଜିୟମ କୋର୍ଟରେ କେସ୍‌ ଜିତିଲା ଭାରତ, ମେହୁଲ ଚୋକ୍‌ସିଙ୍କୁ ଘୋଷାଡ଼ି ଆଣିବ

Key Points

ଭାରତୀୟ ଏଜେନ୍ସି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରତ୍ୟର୍ପଣ ଅନୁରୋଧ ପରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ।

ମେହୁଲ ଚୋକସିଙ୍କୁ ବଡ଼ ଝଟକା । ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିୟମ କୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାୟିକ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା । ବେଲଜିୟମର ଏକ କୋର୍ଟ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ବିଚାର ପାଇଁ ୬୫ ବର୍ଷୀୟ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତର ପ୍ରତ୍ୟର୍ପଣ ଅନୁରୋଧ ପରେ ଆଣ୍ଟୱର୍ପର ଏକ କୋର୍ଟ ଏହି ପ୍ରାରମ୍ଭିକ ନିର୍ଦ୍ଦେଶ ଦେଇଛନ୍ତି। ଏବେବି ମେହୁଲ ଚୋକସି ରାୟ ବିରୁଦ୍ଧରେ ଆବେଦନ କରିପାରିବେ। ଚୋକସିଙ୍କୁ ଏପ୍ରିଲ ୧୨ ତାରିଖରେ ବେଲଜିୟମରେ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରତ୍ୟର୍ପଣ ଅନୁରୋଧ ପରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ।

ତେବେ କୋର୍ଟ ପ୍ରଥମେ ଉଭୟ ପକ୍ଷ ବେଲଜିୟମରେ ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଓ ଚୋକସିଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଚୋକସିଙ୍କୁ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱର୍ପ ପୋଲିସ ଗିରଫ କରିଥିଲା ​​ଏବଂ ଗତ ୪ ମାସ ଧରି ସେ ଜେଲରେ ଅଛନ୍ତି। ବେଲଜିୟମର ବିଭିନ୍ନ କୋର୍ଟ ଦ୍ୱାରା ତାଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରାଯାଇଛି।

ସୂଚନା ଥାଉକି, ଚୋକସିଙ୍କ ବିରୁଦ୍ଧରେ ଭାରତରେ ଠକେଇ, ଷଡ଼ଯନ୍ତ୍ର କରିବା, ପ୍ରମାଣ ନଷ୍ଟ ଏବଂ ଦୁର୍ନୀତି ସମେତ ଅନେକ ଗମ୍ଭୀର ଅଭିଯୋଗର ରହିଛି। ତାଙ୍କ ବିରୁଦ୍ଧରେ IPC ଧାରା ୧୨୦ବି, ୨୦୧, -୪୦୯, ୪୨୦, ଏବଂ ୪୭୭ଏ, ​​ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩ ଅନୁଯାୟୀ ଅଭିଯୋଗ ରହିଛି। ଏହି ଅପରାଧଗୁଡ଼ିକ ବେଲଜିୟମ ଆଇନ ଅନୁଯାୟୀ ମଧ୍ୟ ଦଣ୍ଡନୀୟ।

ତେବେ ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନବି) ଠକେଇ ମାମଲାରେ ମେହୁଲ ଚୋକ୍‌ସି ଚର୍ଚ୍ଚାର ପରିସରକୁ ଆସିଥିଲେ। ମେହୁଲ ଚୋକସିଙ୍କ ବିରୋଧରେ ପିଏନ୍‌ବିରୁ ୧୩ ହଜାର ୮୫୦ କୋଟି ଠକେଇ କରିବାର ଅଭିଯୋଗ ରହିଛି। କେବଳ ସେତିକି ନୁହେଁ, ସେ ନକଲି ହୀରାକୁ ଅସଲି ଭାବରେ ବିକ୍ରି କରିବାର ସେ ଏକ ରାକେଟ ବି ଚଳାଇଥିଲେ। ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଏବଂ ଠକେଇ କାରବାରର ଅଭିଯୋଗ ରହିଛି। ଏଥିସହିତ ତାଙ୍କ ବିରୁଦ୍ଧରେ ଏକାଧିକ ଠକେଇ ମାମଲା ରହିଛି।

ହେଲେ ଏବେ ବି ଚୋକସିଙ୍କ ପାଖରେ ଆଣ୍ଟୱର୍ପ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଉଚ୍ଚ ଅଦାଲତରେ ଆବେଦନ କରିବାର ସୁଯୋଗ ରହିଛି। ତେଣୁ, ତାଙ୍କର ଶୀଘ୍ର ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ସମ୍ଭବ ହୋଇ ନପାରେ। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mehul Choksi | Belgian court orders Mehul Choksi’s extradition to India | Argus News