Videos
|
National

 କେଉଁମାନେ ଖାଇପାରିବେ ବାସି ରୁଟି ?  

Manini Pattanayak
Browse all articles by Manini Pattanayak
·2 years ago·2 min read
 କେଉଁମାନେ ଖାଇପାରିବେ ବାସି ରୁଟି ?  

ନୂଆଦିଲ୍ଲୀ:  ବାସି ରୁଟି.. ରାତିରେ ରହି ଯାଇଥିବା ରୁଟି ଯାହକୁ ଆମେ ସକାଳୁ ବାସି ରୁଟି କହି ଫିଙ୍ଗି ଦେଇଥାଉ। କିମ୍ବା କୁକୁର ମାନଙ୍କୁ ଖାଇବାକୁ  ଦେଇ ଦେଇଥାଉ। ଏହା ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଆମେ  ଯାହା କହିବାକୁ ଯାଉଛୁ ଏହା ଜାଣିବା ପରେ  ଆପଣ  ଭୁଲରେ ମଧ୍ୟ ବାସି ରୁଟିକୁ ଫିଙ୍ଗିବେ ନାହିଁ।  ବାସି ରୁଟି ବିଷୟରେ  ଏ କଥା ଜାଣିଲେ  ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।  ତେବେ ଜାଣି ରଖନ୍ତୁ ତାଜା ରୁଟି ଠାରୁ ବାସୀ ରୁଟି   ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।  ତେବେ ଆସନ୍ତୁ ଜାଣିବା  ବାସି ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ କିପରି ?  
 

କେତେ ସମୟ ପୂର୍ବରୁ ହୋଇଥିବା ରୁଟି ଖାଉବା ଉଚିତ୍‌ ?  

ଏଠି ଆମେ  କହିଦେଉଛୁ ଯେ ସତେଜ  ରୁଟି ଠାରୁ ନ୍ୟଟ୍ରିଶିୟନ ଭ୍ୟାଲ୍ୟୁ ବାସି ରୁଟି ରେ ପ୍ରଚୁର ପରିମାଣରେ ଥାଏ।  ତେବେ ୧୦/୧୨ ଘଣ୍ଟା ପୂର୍ବରୁ ହୋଇିଥିବା ରୁଟି ଖାଇପାରିବେ।  ଡେରି ପର୍ଯ୍ୟନ୍ତି ରହିଥିବା ରୁଟିରେ   ଆରଏସ ଅର୍ଥାତ  ରେଜିଷ୍ଟାନ୍ସ ଷ୍ଟାର୍ଚ୍ଚ  ବଢି ଯାଇଥାଏ । ଯାହା ଆମର ସ୍ୱାସ୍ଥ୍ୟ ପାଇଁ  ବହୁତ ଲାଭ ଦାୟକ ହୋଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 କେଉଁମାନେ ଖାଇ ପାରିବେ ବାସି ରୁଟି ?  

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରଚୁର ଲାଭ ଦେଇଥାଏ ବାସି ରୁଟି।  ଡାଇବେଟିସ୍‌ ରୋଗୀଙ୍କ ପାଇଁ ରେଜିଷ୍ଟାନ୍ସ ଷ୍ଟାର୍ଚ ବହୁତ ଜରୁରୀ ହୋଇଥାଏ।  ଏହା ଶରୀରେ ଇନ୍ସୁଲିସନ୍‌ ସ୍ପାଇକ୍‌  ହେବାକୁ ଦେଇନଥାଏ। ଥଣ୍ଡା କ୍ଷୀର ସହ ବାସି ରୁଟି ଖାଇବା ଡାଇବେଟିସ୍‌ ରୋଗୀଙ୍କ ପାଇଁ  ଖୁବ୍‌ ଭଲ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ବାସି ରୁଟି। ସକାଳୁ ଖାଲି ପେଟରେ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରୁହେ।  ସେହିପରି ଯେଉଁମାନଙ୍କର ପେଟ ସମସ୍ୟା ଥିବ  ସେମାନେ ମଧ୍ୟ ବାସି ରୁଟି ଖାଇବା ଆବଶ୍ୟକ।  ବାସି  ରୁଟି ଖାଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।  ଏଥିସହିତ ଡାଇଜେସନରେ ମଧ୍ୟ ସୁଧାର ଆସିଥାଏ।  ରୁଟି ଆମର  ଡାଇଟ୍‌  ର ମୁଖ୍ୟ ଅଂଶ।  ଭାରତୀୟ ଖାଦ୍ୟରେ  ରୁଟି ପ୍ରଧାନ ଭୁମିକା ଗ୍ରହଣ କରିଥାଏ।  ସକାଳ ଜଳଖିଆ ହେଉ କି ମଧ୍ୟାହ୍ନ ଭୋଜନ ଅବା ରାତ୍ରୀ ଭୋଜନରେ ରୁଟିକୁ ଖୋଜା ପଡିଥାଏ।  ତେବେ ଖାଇ  ସାରିବା ପରେ ଯଦି ରୁଟି ବହଗି ଯାଉଛି ତାକୁ ପୂର୍ବ ପରି ନଫିଙ୍ଗି ରଖିଦିଅନ୍ତୁ ତାର  ଦିନକ ପରେ ଏହାକୁ ଖାଆନ୍ତୁ.. ଦେଖିବେ ଆପଣଙ୍କ ଶରୀରକୁ କିପରି ଲାଭ ମିଳୁଛି.. 

ଅଧିକ ଦେଖନ୍ତୁ : 
 
 

Despite being stale, roti retains much of its nutrients like B vitamins, iron, and fibre. | Argus News