Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଦିଙ୍କୁ ବଙ୍ଗ ଚାଷୀଙ୍କ ଚେତାବନୀ : ଓଡ଼ିଶାକୁ ଆଳୁ ଦେବନି ଯଦି ଏଇଠି ବି ବିକ୍ରି ହେବନି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦିଦିଙ୍କୁ ବଙ୍ଗ ଚାଷୀଙ୍କ ଚେତାବନୀ : ଓଡ଼ିଶାକୁ ଆଳୁ ଦେବନି ଯଦି ଏଇଠି ବି ବିକ୍ରି ହେବନି

Key Points

  • ଦିଦିଙ୍କୁ ବଙ୍ଗ ଚାଷୀଙ୍କ ଚେତାବନୀ
  • ଓଡ଼ିଶାକୁ ଆଳୁ ଦେବନି ଯଦି ଏଇଠି ବି ବିକ୍ରି ହେବନି
  • କିଲୋ ପିଛା ୨୩ ଟଙ୍କାରେ ଆଳୁ ଦେବାକୁ ଜୋରଦାର ଦାବି

ଅର୍ଗସ ବ୍ୟୁରୋ : ମମତାଙ୍କ ନିଦ ହଜାଇ ଦେଲେଣି ପଶ୍ଚିମବଙ୍ଗ ଚାଷୀ । କାରଣ ରୋକଠୋକ କହିଲେଣି, ଓଡ଼ିଶାକୁ ଆଳୁ ନଦେଲେ ପଶ୍ଚିମବଙ୍ଗରେ ବି ଆଳୁ ମିଳିବନି । ନିଜ ଜିଦଖୋର ମନୋବୃତ୍ତିରୁ ଓଡ଼ିଶାକୁ ଦୀର୍ଘଦିନ ହେଲାଣି ଆଳୁ ଦେଉନାହାନ୍ତି ଦିଦି । ତେଣୁ ଚାଷୀମାନେ ଅମଳ ଫସଲକୁ ବିକ୍ରି ନକରିପାରି ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଗୋଟିଏ ପଟେ ଆଳୁ ବିକ୍ରି କରିବାକୁ ଦେଉନାହାନ୍ତି ଦିଦି କି ଚାଷୀଙ୍କୁ କ୍ଷତିପୂରଣ ବି ମିଳୁନି । ଆଉ ଏମିତି ବିଷମ ସ୍ଥିତିରେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ଦିଦିଙ୍କ ନିଜ ହଜାଇ ଦେଲାଣି ।

ଓଡ଼ିଶାକୁ ନଦେଲେ ପଶ୍ଚିମବଙ୍ଗରେ ବି ବିକ୍ରି ହେବନି ଆଳୁ । ମମତାଙ୍କୁ ସିଧା ସଳଖ ଏମିତି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ । ସମୂହ ଧର୍ମଘଟକୁ ଓହ୍ଲାଇ ପ୍ରତିବାଦ ବି କରିଛନ୍ତି । ତେବେ ଅର୍ଗସ ନ୍ୟୁଜକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ପଶ୍ଚିମବଙ୍ଗ ବ୍ୟବସାୟୀ କହିଛନ୍ତି, ଓଡ଼ିଶାକୁ ଆଳୁ ଚାଲାଣ କଟକଣା ହଟାଇବା ଦାବି ପୂରଣ ନହେଲେ ଗୋଦାମରୁ ବିକିବୁନି ଗୋଟିଏ ବି ଆଳୁ । ଏହାସହ କିଲୋ ପିଛା ୨୩ ଟଙ୍କାରେ ଆଳୁ ବିକ୍ରି ଦାବି ମାନନ୍ତୁ ମମତା ସରକାର । ଆସନ୍ତାକାଲି ଏ ନେଇ ପଶ୍ଚିମବଙ୍ଗ ସରକାର ସହ ବୈଠକ ଥିବା ପ୍ରତିକ୍ରିୟାରେ କହିଛନ୍ତି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ । ସେପଟେ ଏଭଳି ସ୍ଥିତି ପରେ ଓଡ଼ିଶା ବଜାରରେ ପୁଣି ସଙ୍କଟ ଦେଖାଦେବା ଆଶଙ୍କା । ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଚୋରା ବାଟରେ ଆଳୁ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ବ୍ୟବସାୟରେ ପ୍ରଭାବ ପଡିବ କହିଛନ୍ତି ରାଜ୍ୟର ଆଳୁ ବ୍ୟବସାୟୀ ।

ସେପଟେ, ଟ୍ରେନରେ ୟୁପିରୁ ଆସିବ ଆଳୁ । ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ଏମିତି ନେଇଛନ୍ତି ପଦକ୍ଷେପ । ଉତ୍ତର ପ୍ରଦେଶରୁ ଟ୍ରେନ ଯୋଗେ ଆଳୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଦୁଇଟି ଟ୍ରେନରେ ପ୍ରଥମ ପର୍ଯ୍ୟାୟରେ ଆଳୁ ଅଣାଯିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ଏତିକି ନୁହେଁ ବରଂ ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored