ସ୍ଵତନ୍ତ୍ର ଅଧିବେଶନ, ସ୍ଵତନ୍ତ୍ର ବିଲ : ଏଣିକି ଦୋଷୀ ସାବ୍ୟସ୍ତ ହେଲେ ମିଳିବ ଫାଶୀ !

Key Points
- କୋଲକତା ବିଧାନସଭାରେ ପାସ୍ ହେଲା
- ସ୍ଵତନ୍ତ୍ର ଅଧିବେଶନରେ ସ୍ଵତନ୍ତ୍ର ବିଲ ପାସ୍
- ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ଦିନରେ ଫାଶୀ
କୋଲକତା ଦୁଷ୍କର୍ମକୁ ନେଇ ପୁରା ଦେଶରେ ହଇଚଇ ହେଲାଣି । କାରଣ ଯେଉଁପରି ଭାବରେ ସରକାରୀ ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ କରାଗଲା ଏବଂ ପରିବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ହତ୍ୟା କରାଗଲା ତାହା ପୁରା ଦେଶକୁ ଦୋହଲାଇ ଦେଲା । ହେଲେ ଦିଦି ଦୋଷୀଙ୍କୁ ଯେଉଁପରି ଭାବରେ ଘଣ୍ଟ ଘଉଡାଇବାକୁ ଚେଷ୍ଟା କରୁଥିଲେ ତାହାର ବି ପର୍ଦ୍ଦାଫାଶ ହୋଇଛି । ଚାରିଆଡୁ ଅପବାଦ ମୁଣ୍ଡାଇବା ପରେ ଶେଷରେ ନୂଆ ଆଇନ ଆଣିବାକୁ ବାଧ୍ୟ ହେଲେ ଦିଦି । ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ସ୍ଵତନ୍ତ୍ର ବିଲ ପାସ ହୋଇଛି । ଯେଉଁ ଆଇନରେ ଦୁଷ୍କର୍ମକାରୀଙ୍କ ଦୋଷ ପ୍ରମାଣ ହେଲେ ୧୦ ଦିନରେ ହୋଇପାରେ ଫାଶୀ ।
କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହାରି ଭିତରେ ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାର ‘ଆଣ୍ଟି ରେପ୍ ବିଲ’ ଆଗତ କରିଛନ୍ତି । ରାଜ୍ୟ ବିଧାନସଭାର ଦୁଇ ଦିବସୀୟ ସ୍ଵତନ୍ତ୍ର ଅଧିବେଶନର ଅନ୍ତିମ ଦିନରେ ମମତା ବାନାର୍ଜୀ ସରକାର ଏହି ବିଲ୍ ଆଗତ କରିଥିଲେ । ବିଲ୍ ବିଧାନସଭାରେ ପାସ୍ ହେବା ପରେ ଏଣିକି ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।
ସୂଚନା ଅନୁସାରେ, ଏହି ବିଲର ନାମ ‘ଅପରାଜିତା ୱିମେନ ଆଣ୍ଡ ଚାଇଲ୍ଡ (ପଶ୍ଚିମ ବଙ୍ଗ ଅପରାଧିକ କାନୁନ ଓ ସଂଶୋଧନ) ବିଲ୍ ୨୦୨୪’ ରଖାଯାଇଛି । ଏହି ବିଲରେ ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦେବାର ବ୍ୟବସ୍ଥା ରହିବା ସହିତ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ୨୧ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା ଓ ଧାର୍ଯ୍ୟ ସମୟରେ ଶୁଣାଣି ସମାପ୍ତ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଅଗଷ୍ଟ ୯ ତାରିଖରେ ଜୁନିୟର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ହେଲେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ହୀନ ଚକ୍ରାନ୍ତ କରିଥିଲା ବଙ୍ଗ ପୋଲିସ । କିନ୍ତୁ ପରିବାର ଲୋକଙ୍କ ସନ୍ଦେହ ବଢିବା ପରେ ପୁରା ମାମଲା ଜଣାପଡ଼ିଥିଲା । ଆଉ ମୁଖ୍ୟ ଅପରାଧୀ ସଂଜୟକୁ ଗରିଫ କରାଯାଇଥିଲା ।
📱 Get Argus News App
✨କୋଲକତା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟକୁ ନେଇ ଥମୁନି ଚର୍ଚ୍ଚା । କାରଣ ଜେଲରେ ସେ ଯେଉଁପରି ଭାବରେ ନଖରା ଦେଖାଉଛି ତାହାକୁ ନେଇ ଖବର ନିଇତି ନୂଆ ଖବର ସାମ୍ନାକୁ ଆସୁଛି । କାରଣ ଜେଲର ରୁଟି ଓ ତରକାରୀ ତାକୁ ପସନ୍ଦ ହେଉନି । ତେଣୁ ଖାଇବାରେ ମାଗୁଛି ଏଗ୍ ଚାଓମିନ୍ । ହେଲେ ଜେଲରେ ରହିବା ପରେ ବି ଅନୁତାପ ନକରି ଯେଉଁପରି ଭାବରେ ସେ ଖାଇବା ମାଗୁଛି ତାହାକୁ ନେଇ ଏବେ ବିବାଦ ଉପୁଜିଛି । ନୂଆ ବିଲ ଆଗତ ପରେ ସଂଜୟକୁ କେବେ ଫାଶୀ ମିଳୁଛି ତାହାକୁ ଅପେକ୍ଷା ।