ବେଙ୍ଗାଲୁରୁ BMTC ବସ୍ରେ ହାଇଡ୍ରାମା: ମହିଳାଙ୍କୁ ଚାପୁଡ଼ା ମାରିଲେ ବସ୍ ଡ୍ରାଇଭର

Key Points
ବେଙ୍ଗାଲୁରୁର ଏକ ବସ ମଧ୍ୟରେ ହାଇଡ୍ରାମା ହୋଇଛି। ଜଣେ ବସ୍ ଡ୍ରାଇଭର ଜଣେ ମହିଳାଙ୍କୁ ହାତ ଉଠାଇଛନ୍ତି ଯାହା ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି।
ବେଙ୍ଗାଲୁରୁର ଏକ ବସ ମଧ୍ୟରେ ହାଇଡ୍ରାମା ହୋଇଛି। ଜଣେ ବସ୍ ଡ୍ରାଇଭର ଜଣେ ମହିଳାଙ୍କୁ ହାତ ଉଠାଇଛନ୍ତି ଯାହା ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି। ବେଙ୍ଗାଲୁରୁ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ (BMTC) ବସ୍ ଡ୍ରାଇଭର ଏବଂ ଜଣେ ମହିଳା ଯାତ୍ରୀଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଝଗଡ଼ା କ୍ୟାମେରାରେ କଏଦ ହୋଇଛି।
Caught on Camera: BMTC Bus Driver and Woman Passenger in Slap Spat on Tumakuru Road
— Karnataka Portfolio (@karnatakaportf) September 10, 2025
A seemingly routine BMTC bus ride on Tumakuru Road near Peenya turned dramatic when a verbal disagreement between a woman passenger and the driver escalated into a physical confrontation, with… pic.twitter.com/pGkqZNB1y5
📱 Get Argus News App
✨ଘଟଣାର ଭିଡିଓଟି X (ପୂର୍ବରୁ ଟ୍ୱିଟର)ରେ Karnataka Portfolio (@karnatakaportf) ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ପୋଷ୍ଟ ଅନୁଯାୟୀ, ଘଟଣାଟି ବୁଧବାର ଟୁମାକୁରୁ ରୋଡର ପିନିଆ ନିକଟରେ ଘଟିଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ଶେଷରେ ପରିସ୍ଥିତି ଅଣାୟାତ୍ତ ହୋଇଥିଲା। କେହି କାହାକୁ ଛାଡ଼ିବାକୁ ନାରାଜ। ଏକ୍ସରେ ଶେୟାର ହୋଇଥିବା ଭିଡିଓକୁ ବେଙ୍ଗାଲୁରୁ ସହର ପୋଲିସ ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି।
ପୋଲିସ ଉକ୍ତ ଭିଡିଓକୁ ନେଇ କହିଛି ଯେ, ମାମଲାର ଯାଞ୍ଚ ଚାଲିଛି ଖୁବଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋସିଆଲ ମିଡିଆରେ ଶେୟାର ହୋଇଥିବା କ୍ଲିପରେ ଦେଖାଯାଉଛି ଯେ ମହିଳା ଜଣକ ପ୍ରବେଶ ଦ୍ୱାର ପାଖରେ ଡ୍ରାଇଭରଙ୍କ ସହ ମୁହାଁମୁହିଁ ହେଉଛନ୍ତି। ସେ ତାଙ୍କ ସିଟ୍ ପଛକୁ ଯାଇ ତାଙ୍କ ଉପରକୁ ପ୍ରଥମ ହାତ ଉଠାଇଲେ। ପ୍ରତିଶୋଧ ପରାୟଣା ଦେଖାଯାଉଥିବା ବେଳେ ଡ୍ରାଇଭର ତାଙ୍କୁ ପଛରେ ଚାପୁଡ଼ା ମାରିଥିଲେ। ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ମୁଁ ଏହି ବସ୍ରେ ପ୍ରତିଦିନ ଯିବାଆସିବା କରେ ଏହି ବସ୍ରେ ଯେଉଁମାନେ ପ୍ରତିଦିନ ଯାତ୍ରା କରନ୍ତି ସେମାନେ ନାନା ସମସ୍ୟା ଦେଇ ଗତି କରନ୍ତି ଯେମିତି କି ଏହି ବସ୍ରେ ଡ୍ରାଇଭର ଚଢିବା କିମ୍ବା ଓହ୍ଲାଇବା ପାଇଁ ସର୍ବନିମ୍ନ ସମୟ ଦିଅନ୍ତି। ଯାହା ଭିଡ଼ ପରିସ୍ଥିତି ସୃଷ୍ଟି କରେ ଏବଂ ଠେଲାପେଲା ହୁଏ। ଆପଣ ଦେୟ ଦେଲେ ମଧ୍ୟ କଣ୍ଡକ୍ଟରମାନେ ଏକ ଛୋଟ ଟ୍ରିପ ପାଇଁ ସହଜରେ ଟିକେଟ ଦିଅନ୍ତି ନାହିଁ। ସବୁବେଳେ ଏହି ବସ୍ରେ ଝଗଡ଼ା ଭଳି ସ୍ଥିତି ସୃଷ୍ଟି ହୁଏ।