ରେଡ୍ କାର୍ପେଟ୍ରେ ଚାଲୁଛି କୁକୁର, ଦାମ ୫୫ କିଲେ ସୁନା ସହ ସମାନ !

କୁକୁରର ଦାମ ୫୦ କୋଟି । ଅପଣ ବିଶ୍ୱାସ କରିପାରୁନଥିଲେ ବି ଏହା ସତ । ସାରା ବିଶ୍ୱରେ ବିଭିନ୍ନ ପ୍ରଜାତିର କୁକୁର ଦେଖିବାକୁ ମିଳନ୍ତି । ଘରେ ରଖିବା ପାଇଁ ଅନେକ ସ୍ୱତନ୍ତ୍ର ପ୍ରଜାତି ମଧ୍ୟ ରହିଛି । ଆଉ ଏହି ପ୍ରକାର କୁକୁରର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ ।
ହେଲେ ଆପଣ ଦୁନିଆର ସବୁଠାରୁ ମହଙ୍ଗା କୁକୁର ବିଷୟରେ ଜାଣଲେ ଅଶ୍ଚର୍ଯ୍ୟ ହେବେ ? ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଯାହାର ମୂଲ୍ୟ ଶୁଣିଲେ ଲୋକଙ୍କ ହୋସ ଉଡ଼ିଯାଉଛି । ଜଣେ ସାଧାରଣ ମଣିଷ ଜୀବନଜାକ ପରିଶ୍ରମ କଲେ ବି ସେତିକି ଟଙ୍କା ଆୟ କରିବା ମୁସ୍କିଲ । ବିଶ୍ୱର ସବୁଠାରୁ ମହଙ୍ଗା କୁକୁର ନାଁ ହେଲା କ୍ୟାଡାବମ୍ବ ଓକାମି । ଏହା ଏକ ଓଲ୍ଫଡଗ । ଜଣେ ଭାରତୀୟ ଡଗ ବ୍ରିଡର ଏହି ନାଁ ରଖିଛନ୍ତି । ସେହିପରି ଆଉ ଜଣେ ଭାରତୀୟ ଏହି କୁକୁରକୁ ୪.୪ ନିୟୁତ ପାଉଣ୍ଡରେ (ପ୍ରାୟ ୫୦ କୋଟି ଟଙ୍କା) କିଣିଛନ୍ତି। ଏତିକି ଟଙ୍କାରେ ୫୫ କିଲୋଗ୍ରାମ ସୁନା କିଣା ଯାଇପାରିବ ।
ଏହି କୁକୁରଟି ଗଧିଆ ଏବଂ କୋକେସିଆନ ସେଫର୍ଡର ମିଶ୍ରଣ । କୁକୁରଟି କୌଣସି ସେଲିବ୍ରିଟିଠାରୁ ଏବେ କମ୍ ନୁହେଁ । ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମକୁ ଏହି କୁକୁରକୁ ନିଆଯାଇଥାଏ । ଆଉ ଏହି କୁକୁରକୁ ଦେଖିବାକୁ ଲୋକଙ୍କ ଲାଇନ ଲାଗିଯାଏ । କ୍ୟାଡାବମ୍ବ ଓକାମିର ବୟସ ମାତ୍ର ଆଠ ମାସ ଏବଂ ଓଜନ ୭୫ କିଲୋଗ୍ରାମ । ଏହାର ଲମ୍ବ ୩୦ ଇଞ୍ଚ । କୁକୁର ପ୍ରତିଦିନ ତିନି କିଲୋଗ୍ରାମ କଞ୍ଚା ଚିକେନ୍ ଖାଏ । ଏହି ଦାମୀ କୁକୁରଟି ନିଜ ପ୍ରଜାତିର ପ୍ରଥମ ବୋଲି କୁହାଯାଉଛି ।
ଏବେ ୫୧ ବର୍ଷ ବର୍ଷିୟ ଏସ୍ ସତୀଶ ଏହି କୁକୁରର ନୂଆ ମାଲିକ । ସେ ବିରଳ ପ୍ରଜାତିର କୁକୁର ସଂଗ୍ରହ କରି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏସ୍ ସତୀଶ ବେଙ୍ଗାଲୁରୁର ଜଣେ ପ୍ରସିଦ୍ଧ ଡଗ ବ୍ରିଡର ବା କୁକୁର ପ୍ରଜନକ । ତାଙ୍କ ପାଖରେ ୧୫୦ ରୁ ଅଧିକ ପ୍ରଜାତିର କୁକୁର ଅଛନ୍ତି । ବିରଳ କୁକୁରମାନଙ୍କୁ ଦେଖାଇ ସତୀଶ ଟଙ୍କା ରୋଜଗାର କରନ୍ତି । କୁକୁର ସହିତ କାର୍ଯ୍ୟକ୍ରମକୁ ଯାଇ ୩୦ ମିନିଟ ପାଇଁ ୨.୫୦ ଲକ୍ଷ ଓ ୫ ଘଣ୍ଟା ପାଇଁ ୧୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି ସତୀଶ।
📱 Get Argus News App
✨ଓକାମ ଏକ ଦୁର୍ଲଭ ପ୍ରଜାତିର କୁକୁର, ଯୁକ୍ତରାଷ୍ଟ୍ରରେ ଏହାର ପାଳନ ହୋଇଛି । ନିକଟରେ ଏକ ପ୍ରିମିୟରରେ ଓକାମ ରେଡ କାର୍ପେଟରେ ବୁଲୁଥିବା ଏକ ଭିଡିଓ ଅନଲାଇନରେ ହଇଚଇ ସୃଷ୍ଟି କରିଛି । ଏହି ଭିଡିଓକୁ ପ୍ରାୟ ୩୦ ଲକ୍ଷ ଦର୍ଶକ ଦେଖିସାରିଲେଣି । ଲୋକମାନେ ଏହି କୁକୁରକୁ ବହୁତ ପସନ୍ଦ କରୁଛନ୍ତି ।