ଅଦିନିଆ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ ସହର
·1 year ago·1 min read

Key Points
ବେଙ୍ଗାଲୁରୁ ଉବୁଟୁବୁ
ଅଦିନିଆ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ
ରାସ୍ତାରେ ଚାଲୁଛି ଡଙ୍ଗା, ଭାସୁଛି ଆସବାବପତ୍ର
ଅଣ୍ଟାଏ ଉଚ୍ଚର ପାଣିରେ ଯାଆସ କରୁଛନ୍ତି ଲୋକ
ପ୍ରବଳ ବର୍ଷା ପରେ ଟ୍ରାଫିକ୍ ବ୍ୟବସ୍ଥା ପ୍ରଭାବିତ
ବେଙ୍ଗାଲୁରୁ ଉବୁଟୁବୁ। ଅଦିନିଆ ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ପୁରା ସହର । ରାସ୍ତାରେ ଚାଲୁଛି ଡଙ୍ଗା । ଘର ଭିତରେ ପାଣି ପଶିଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସବାବପତ୍ର ପାଣିରେ ଭାସୁଛି । ଅଣ୍ଟାଏ ଉଚ୍ଚର ପାଣିରେ ପଶି ଲୋକମାନେ ଯାଆସ କରୁଛନ୍ତି । ଅନେକ ଆପାର୍ଟମେଣ୍ଟର ତଳ ମହଲାରେ ପାଣି ପଶିଯାଇଛି । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି । ଟ୍ରାକ୍ଟର, ଡଙ୍ଗାରେ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି । ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସିଲ୍କ ବୋର୍ଡ ମେଟ୍ରୋ ଷ୍ଟେସନଭିତରେ ପାଣି ପଶିଯାଇଛି । ସେପଟେ କାନ୍ତିରବା ଷ୍ଟାଡିୟମରେ ଜମିଛି ପାଣି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: