Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Husband Kills Wife / ସନ୍ଦେହର କରୁଣ ପରିଣତି: ସ୍ତ୍ରୀଙ୍କୁ ନିର୍ମମ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

Ritu Das
Browse all articles by Ritu Das
·9 months ago·2 min read
ସନ୍ଦେହର କରୁଣ ପରିଣତି: ସ୍ତ୍ରୀଙ୍କୁ ନିର୍ମମ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

Key Points

ବେଙ୍ଗାଲୁରୁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି। ୨୭ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବାପରେ ୪୫ଥର ଛୁରି ଭୁସିଛନ୍ତି। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଖବରରୁ ଜଣାପଡ଼ିଛି।

ବେଙ୍ଗାଲୁରୁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି। ୨୭ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବାପରେ ୪୫ଥର ଛୁରି ଭୁସିଛନ୍ତି। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଖବରରୁ ଜଣାପଡ଼ିଛି। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ନିର୍ମମ ଭାବେ ସ୍ତ୍ରୀର ହତ୍ୟା କରିଛନ୍ତି। ରବିବାର ଦିନ ବେଙ୍ଗାଲୁରୁର ଉଲାଲ ମେନ ରୋଡ ନିକଟରେ ରହୁଥିବା ଏକ ଭଡ଼ା ଘରେ ଏଭଳି ନାରକୀୟ କାଣ୍ଡ ଘଟିଛି। ତାମିଲନାଡୁ କଲ୍ଲାକୁର୍ଚି ଜିଲ୍ଲାର ମଞ୍ଜୁ ପି ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀ ଧର୍ମସିଲନ ରମେଶଙ୍କ ସହ ପ୍ରଥମେ ମିଶିକି ରହୁଥିଲେ। କିନ୍ତୁ ପରେ ଧର୍ମସିଲନ କାମ କରିବାକୁ ଦୁବାଇ ଚାଲିଯାଇଥିଲେ। ନିକଟରେ ମାସେ ହେବ ସେ ଭାରତ ଫେରିଆସିଥିଲେ। ମଞ୍ଜୁ ଜଣେ ନର୍ସ ଭାବେ ନିକଟସ୍ଥ ଦୁଇଟି ହସ୍ପିଟାଲରେ କାମ କରୁଥିଲେ। ତେବେ ପ୍ରକାଶ ଥାଉ କି, ୨୦୨୨ ମସିହାରେ ମଞ୍ଜୁ ଏବଂ ଧର୍ମସିଲନ ବିବାହ କରିଥିଲେ। କିନ୍ତୁ ଏଯାଏ ଉଭୟଙ୍କର କୌଣସି ସନ୍ତାନ ନ ଥିଲା। ସେମାନେ ବହୁ ବର୍ଷ ପର୍ଯ୍ୟନ୍ତ ତାମିଲନାଡୁରେ ରହୁଥିଲେ। କିନ୍ତୁ ଧର୍ମସିଲନ ଯେବେ ଦୁବାଇ ଗଲେ ମଞ୍ଜୁ କାମ କରିବେ ବୋଲି କହି ବେଙ୍ଗାଲୁରୁ ଚାଲିଆସିଲେ। ମଞ୍ଜୁଙ୍କ ସହ ତାଙ୍କ ମା' ବାପା ମଧ୍ୟ ରହୁଥିଲେ।


୫୦ କୋଟିର ବୀମା ଟଙ୍କା ପାଇବାକୁ ମା' ବାପାଙ୍କୁ ହତ୍ୟା କଲା ପୁଅ

କିନ୍ତୁ ଧର୍ମସିଲନ ଦୁବାଇରୁ ଫେରିବାରେ ମଞ୍ଜୁ ତାମିଲନାଡୁରେ ସ୍ବାମୀଙ୍କ ସହ ୨ ସପ୍ତାହ ଛୁଟି ନେଇ ଯାଇଥିଲେ। ଆଉ ପରେ ପୁଣି ବେଙ୍ଗାଲୁରୁ ଫେରଆସିଥିଲେ। ଉଭୟଙ୍କ ମଧ୍ୟରେ କିଛି ଠିକ ଚାଲି ନ ଥିଲା। କିନ୍ତୁ ବୈବାହିକ କଥା ଦୁହିଁଙ୍କ ମଧ୍ୟରେ ସୀମିତ ଥିଲା। ମଞ୍ଜୁଙ୍କ ବାପା କୌଣସି କାମରେ ବେଙ୍ଗାଲୁରୁରେ ନ ଥିଲେ ସେହି ସମୟରେ ଜ୍ବାଇଁ ଧର୍ମସିଲନ ଫୋନ କରିଥିଲେ। ଆଉ କହିଥିଲେ ବାପା ମୁଁ ବେଙ୍ଗାଲୁରୁରେ ଅଛି ଆଜି ମଞ୍ଜୁଙ୍କ ସହ ରହିବି। କିନ୍ତୁ ମଞ୍ଜୁଙ୍କ ବାପା କଣ ଜାଣିଥିଲେ ଝିଅର ଏମିତି ଅବସ୍ଥା ହେବ। ତାଙ୍କ ବାପା ପେରିୟାସ୍ବାମୀ ଯେତେବେଳେ ଘରକୁ ଆସିକି ବେଲ ମାରନ୍ତି କେହି କବାଟ ଖୋଲନ୍ତି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ମୋତେ କହିଲା ଛୁଆ ନଷ୍ଟ କରିବାକୁ'

ପରେ ଆଉ ଏକ ଡୁପ୍ଲିକେଟ ଚାବିରେ କବାଟ ଖୋଲି ଯାହା ଦେଖନ୍ତି ତାହା ତାଙ୍କୁ ହତବାକ କରେ। ହଲରେ ତାଙ୍କ ଝିଅ ପୁରା ରକ୍ତାକ୍ତ ଅବସ୍ଥାରେ ଭୂଇଁରେ ଶୋଇଛି। ଆଉ ଜ୍ବାଇଁ ଫ୍ୟାନରେ ଆତ୍ମହତ୍ୟା କରିବାର ମଧ୍ୟ ଦେଖନ୍ତି। ଏହାପରେ ତାଙ୍କ ବାପା ପୋଲିସକୁ ଖବର ଦିଅନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତଦେହ ଜବତ କରିଛି। ଆଉ ବ୍ୟବଚ୍ଛେଦ ପାଇଁ ଉଭୟଙ୍କୁ ହସ୍ପିଟାଲ ପଠାଇଛି। ମଞ୍ଜୁଙ୍କ ପରିବାର ଅନୁଯାୟୀ, ମଞ୍ଜୁ ତାଙ୍କ କର୍ମକ୍ଷେତ୍ରରେ ଅନ୍ୟ ପୁରୁଷମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିବାରୁ ଧର୍ମସିଲନ ତାଙ୍କୁ ସନ୍ଦେହ କରୁଥିଲେ। ତେବେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Sponsored
ragic End of Suspicion: Husband Kills Wife, Then Dies by Suicide in Bengaluru | Argus News