Videos
|
National

ବେଙ୍ଗାଲୁରୁରେ ପାଣି ପାଇଁ ହାହାକାର

Ritu Das
Browse all articles by Ritu Das
·2 years ago·1 min read
ବେଙ୍ଗାଲୁରୁରେ ପାଣି ପାଇଁ ହାହାକାର

ଅର୍ଗସ ବ୍ୟୁରୋ: ଦିନେ ଗାର୍ଡେନ ସିଟି ନାଁରେ ପରିଚିତ ଥିବା ବେଙ୍ଗାଲୁରୁ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଦେଶର ଆଇଟି କ୍ୟାପିଟାଲରେ ଉତ୍କଟ ଜଳସଙ୍କଟ। ବେଙ୍ଗଲୁରୁ ଛାଡ଼ି ନିଜ ରାଜ୍ୟକୁ ପଳାଉଛନ୍ତି `ଟେକି'। ୩ରୁ ୪ ଦଶନ୍ଧି ଭିତରେ ସବୁଠାରୁ ବଡ଼ ଜଳସଙ୍କଟର ସାମ୍ନା କରୁଛି ବେଙ୍ଗଲୁରୁ। ହଠାତ ଭୂ-ତଳ ଜଳସ୍ତର କମିଯିବା ଫଳରେ ସହରରେ ଅଧାରୁ ଅଧିକ ବୋରଓ୍ବେଲ ଶୁଖିଯାଇଛି। ଟ୍ୟାଙ୍କର ପାଣି ଉପରେ ନିର୍ଭର କରୁଛି ବେଙ୍ଗଲୁରୁ। ମୌସୁମୀ ଆସିବା ପର୍ଯ୍ୟନ୍ତ ଏଭଳି ସାଂଘାତିକ ସ୍ଥିତି ଲାଗି ରହିବ। 

ଗ୍ରୀଷ୍ମ ଆସିବା ପୂର୍ବରୁ ହିଁ ସହରରେ ଜଳ ସଙ୍କଟ ଅଧିକ ହୋଇଛି । ଯାହା କେବେଳ ବେଙ୍ଗାଲୁରୁ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଚିନ୍ତାର ବିଷୟ ଅଟେ। ଏଠାରେ ଥିବା କୋଚିଂ ସେଣ୍ଟର ଏବଂ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ଘରେ ରହି ଅନଲାଇନ କ୍ଲାସ କରିବାକୁ କହୁଛନ୍ତି।

କେବଳ ବେଙ୍ଗଲୁରୁ ନୁହେଁ କର୍ଣ୍ଣାଟକ ମଧ୍ୟ ଚଳିତ ବର୍ଷ ଜଳ ସଙ୍କଟର ସାମନା କରୁଛି । ଏହାର ଏକ କାରଣ ଗତ ବର୍ଷ କମ ବର୍ଷା ହେବା । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କମ ବର୍ଷା ପାଇଁ ଏଲନିନୋ ପ୍ରଭାବକୁ ଦାୟୀ କରିଛି। ଅପରପକ୍ଷେ, ସହରର ବନ୍ନେରଘଟ୍ଟା ରୋଡରେ ଥିବା ଏକ ସ୍କୁଲକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ଭର୍ଚୁଆଲ୍ କ୍ଲାସରେ ଯୋଗଦେବାକୁ କହିଛନ୍ତି।

ଉତ୍କଟ ଜଳସଙ୍କଟ ସ୍ଥିତିର ମୁକାବିଲା ପାଇଁ ଅନେକ କଠୋର ପଦକ୍ଷେପ ନେଇଛି ବେଙ୍ଗଲୁରୁ ଓ୍ବାଟର ସପ୍ଲାଏ ଏବଂ ସ୍ବେରେଜ ବୋର୍ଡ
- ଅଣଅତ୍ୟାବଶ୍ୟକ କାର୍ଯ୍ୟ ଯଥା ଗାଡ଼ି ଧୋଇବା, ବଗିଚାରେ ପାଣି ଦେବା, କୋଠା ନିର୍ମାଣ କାର୍ଯ୍ୟରେ ପାଣି ବ୍ୟବହାର କରିବା ଆଦି ନିୟମ ଉଲ୍ଲଂଘନ କଲେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ବର୍ଷା ଦିନ ଆସିଲେ ପାଣି ସଙ୍କଟ ସୁଧୁରିବ ବୋଲି କୁହାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର