Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ଆତ୍ମହତ୍ୟା କଲେ ବେଙ୍ଗାଲୁରୁର ଜଣେ ଯୁବକ

National

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ଆତ୍ମହତ୍ୟା କଲେ ବେଙ୍ଗାଲୁରୁର ଜଣେ ଯୁବକ

Ritu Das
Browse all articles by Ritu Das
·1 year ago·1 min read
ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ଆତ୍ମହତ୍ୟା କଲେ ବେଙ୍ଗାଲୁରୁର ଜଣେ ଯୁବକ

ସ୍ତ୍ରୀ ସହ ଝଗଡ଼ା ହେବାରୁ ଜୀବନ ହାରିଲେ ବେଙ୍ଗାଲୁରୁ ଯୁବକ। ରହୁଥିବା ଘରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବର୍ଷେ ତଳେ ତାଙ୍କର ଛାଡ଼ପତ୍ର ହୋଇଥିଲା। ଘଟଣା ଦିନ ପତ୍ନୀ ସହ ଝଗଡ଼ା ହେବାରୁ ପୀଡ଼ିତ ଏଭଳି କରିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା କହିଛି ପୁଲିସ୍। ମୃତକଙ୍କ ନାମ ପ୍ରଶାନ୍ତ ନାୟାର ହୋଇଥିବା ବେଳେ ତାଙ୍କର ୮ ବର୍ଷର ଝିଅ ଅଛି। ସେ ଏକ ଟେକ୍ କମ୍ପାନିରେ ବଡ଼ ପଦବୀରେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ ପୂଜା ନାୟାର, ଯିଏ ବହୁରାଷ୍ଟ୍ରୀୟ କମ୍ପାନିରେ କାମ କରନ୍ତି। ବେଙ୍ଗାଲୁରୁ(ଉତ୍ତର)ର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ସାଇଦୁଲୁ ଅଦଭଥ୍ କହିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତନାର କୌଣସି ଅଭିଯୋଗ ହୋଇନାହିଁ।


ପ୍ରଶାନ୍ତ ମଧ୍ୟ ସୁଇସାଇଡ୍ ନୋଟ୍ ଲେଖି ନାହାନ୍ତି। ପ୍ରଶାନ୍ତ ନାୟାରଙ୍କ ବାପା ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ପୁଅ ଏବଂ ବୋହୂ ଅଲଗା ରହୁଥିଲେ। ଶୁକ୍ରବାର ଦିନ ପୂଜାଙ୍କ ସହ ତାଙ୍କର ଝଗଡା ହୋଇଥିଲା ଯାହା ପରେ ତାଙ୍କ ବାପା ତାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ କଲ୍‌ର ଉତ୍ତର ନମିଳିବାରୁ, ସେ ପ୍ରଶାନ୍ତ ରହୁଥିବା ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ପ୍ରଶାନ୍ତ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ ତାଙ୍କ ବାପା। ପତ୍ନୀଙ୍କ ସହ ଝଗଡ଼ା ପରେ ‌ସେ ଏଭଳି କରିଥାଇପାରେ। କିନ୍ତୁ କାହାକୁ ଦୋଷ ଦେଇପାରିବି ନାହିଁ ବୋଲି ପ୍ରଶାନ୍ତଙ୍କ ବାପା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bengaluru-man-commits-suicide-after-quarrel-with-wife | Argus News