Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହଙ୍ଗା ପଡିଲା ଷ୍ଟଣ୍ଟ, ଧରିଲା ପୋଲିସ

National

ମହଙ୍ଗା ପଡିଲା ଷ୍ଟଣ୍ଟ, ଧରିଲା ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହଙ୍ଗା ପଡିଲା ଷ୍ଟଣ୍ଟ, ଧରିଲା ପୋଲିସ

ଅର୍ଗସ ବ୍ୟୁରୋ: ରାଜପଥରେ ବିପଦଜ୍ଜନକ ଷ୍ଟଣ୍ଟ କରି ଚର୍ଚ୍ଚାରେ ଜଣେ ବ୍ୟକ୍ତି। ଯାହାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣଙ୍କ ଏକ ସ୍କୁଟର ଧରି ରାସ୍ତାରେ ଯାଉଛନ୍ତି। ନା ତାଙ୍କ ମୁଣ୍ଡରେ ହେଲମେଟ୍‌ ଅଛି ନା ସେ ବ୍ୟକ୍ତି ଜଣଙ୍କ ଧିରେ ଗାଡି ଚଳାଉଛନ୍ତି। ବ୍ୟକ୍ତି ଜଣଙ୍କ ଷ୍ଟଣ୍ଟ କରିବା ନିଶାରେ ଗାଡି ଏଭଳି ଭାବରେ ଚଲାଉଛନ୍ତି ଯେ, ଯାହାକୁ ଦେଖିଲେ ଆପଣ ଡରିଯିବେ।

ବେଙ୍ଗାଲୁରୁର ଏକ ଜାତୀୟ ରାଜପଥରେ ଏହି ବ୍ୟକ୍ତି ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସହ ଏହି ଘଟଣାରେ  ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 21 ସେକେଣ୍ଡ୍ କ୍ଲିପ୍ ରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ଚକିଆ ଯାନରେ  ଏବଂ ଅନ୍ୟ ଦୁଇଜଣ ଗାଡି ଚଳାଉଥିବା ସମୟରେ ସମାନ ରେକର୍ଡିଂ କରୁଥିବା ଦେଖାଯାଇଛି | ଷ୍ଟଣ୍ଟ କରୁଥିବା ବ୍ୟକ୍ତି ନମ୍ବର ପ୍ଲେଟ ବିନା ଗାଡିରେ ଯାଉଥିଲେ। ତେବେ ଆଜିର ଯୁବପୀଢ଼ି ସୋସିଆଲ ମିଡିଆରେ ଫଲୋଅର୍ସ ପାଇଁ ଏଭଳି କରୁଥିବା ଦାବି ହେଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengaluru Man Performs Dangerous Stunt On Highway | Argus News