Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ: ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନ୍‌ଆଇଏ

National

ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ: ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନ୍‌ଆଇଏ

Ritu Das
Browse all articles by Ritu Das
·2 years ago·1 min read
ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ: ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନ୍‌ଆଇଏ

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଅଭିଯୁକ୍ତ ଦୁଇଜଣ ହେଲେ ଅବଦୁଲ ମେଟେନ ତାହା ଏବଂ ମୁସାଭିର ହୁସେନ୍ ଶାଜିବ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ।  ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ମୁସାଭିର ହୁସେନ୍ ଶାଜିବଙ୍କୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ଗତମାସରେ ଏନ୍‌ଆଇଏ ମୁଜାମ୍ମିଲ ସରିଫକୁ ୩ଟି ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା।

ମାର୍ଚ୍ଚ ୧ରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଗ୍ରାହକ ଓ ହୋଟେଲ କର୍ମଚାରୀ ଆହତ ହୋଇଥିଲେ, ଯେଉଁଥିରେ ଲୋକପ୍ରିୟ କାଫେର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ମାମଲାରେ ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଲଜିଷ୍ଟିକ୍ ସହାୟତା ଦେଇଥିବା ମୁଜାମ୍ମିଲ ସରିଫକୁ ଏନ୍‌ଆଇଏ ଟିମ୍ କର୍ଣ୍ଣାଟକର ୧୨ଟି, ତାମିଲନାଡୁର ୫ଟି ଓ ଉତ୍ତରପ୍ରଦେଶର ଗୋଟିଏ ସ୍ଥାନରେ ଚଢ଼ଉ କରିବା ପରେ ଗିରଫ କରିଥିଲା। ମାର୍ଚ୍ଚ ୩ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍‌ଆଇଏ ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମୁସାବୀର ସାଜିବ ହୁସେନକୁ ଚିହ୍ନଟ କରିଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengaluru Rameswaram cafe | Argus News