Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା, ମୃତକଙ୍କ ପରିଜନଙ୍କୁ ମିଳିବ ୨୫ ଲକ୍ଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା, ମୃତକଙ୍କ ପରିଜନଙ୍କୁ ମିଳିବ ୨୫ ଲକ୍ଷ

Key Points

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଦଳାଚକଟା ଘଟଣା

10 ଲକ୍ଷ ବଦଳରେ 25 ଲକ୍ଷ ଟଙ୍କାର କ୍ଷତିପୂରଣ

ଦୁର୍ଘଟଣାରେ ଯାଇଥିଲା 11 ଜଣଙ୍କର ଜୀବନ

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଦଳାଚକଟାରେ ମୃତକଙ୍କ ପରିଜନଙ୍କୁ 10 ଲକ୍ଷ ବଦଳରେ ମିଳିବ 25 ଲକ୍ଷ ଟଙ୍କାର କ୍ଷତିପୂରଣ। ରାଶି ବଢ଼ାଇବା ନେଇ ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। RCBର ବିଜୟ ଉତ୍ସବ ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା, ଯାଇଥିଲା 11 ଜଣଙ୍କର ଜୀବନ। ସେପଟେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ଘଟଣାରେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ଦୁଇ ଜଣ ଅଧିକାରୀ ଇସ୍ତଫା ଦେଇଛନ୍ତି ।  


ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଇ.ଏସ. ଜୟରାମ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଦଳାଚକଟା ପାଇଁ ସେମାନେ ନୈତିକ ଦାୟିତ୍ବ ନେଇ ଇସ୍ତଫା ଦେଇଥିବା ଜଣାଇଛନ୍ତି । କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ସଭାପତି ରଘୁରାମ ଭଟ୍ଟ କର୍ଣ୍ଣାଟକ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଗେଟ୍ ଓ ଲୋକ ପରିଚାଳନାରେ ସେମାନଙ୍କର କୌଣସି ଭୂମିକା ନଥିବା ଜଣାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored