Traffic / ବେଙ୍ଗାଲୁରୁ ଟ୍ରାଫିକରେ ହରାଉଛନ୍ତି ଚାକିରି ଓ ଜୀବନ

Key Points
ବେଙ୍ଗାଲୁରୁ ଟ୍ରାଫିକରେ ହରାଉଛନ୍ତି ଚାକିରି ଓ ଜୀବନ
ବିଶ୍ଵର ତୃତୀୟ ଧୀର ଟ୍ରାଫିକ୍ ଭାବରେ ବେଙ୍ଗାଲୁରୁ ପରିଚିତ
୪୦% ଟ୍ରାଫିକ୍ କମେଇବାର ବିଜନେସ୍ କୋରିଡରଙ୍କ ପ୍ରତିଶ୍ରୃତି
ବେଙ୍ଗାଲୁରୁରେ ବଢିଚାଲିଛି ଟ୍ରାଫିକ୍ ସମସ୍ୟା । ପୁଣି ଥରେ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଉଠିଛି ପ୍ରଶ୍ନ । ଏହି ଟ୍ରାଫିକ୍ ଯୋଗୁ ଗାଡି ଚାଳକମାନେ ହଉଛନ୍ତି ବହୁ ଅସୁବିଧାର ସମ୍ମୁଖୀନ। ଏହା କେବଳ ଗୋଟିଏ ଦିନର କଥା ନୁହଁ ପ୍ରତିଦିନ ଏହି ଭଳି ଅନେକ ଲୋକ କେବଳ ଟ୍ରାଫିକ ଯୋଗୁ ନିଜ ଚାକିରି ବା ପ୍ରିୟଜନଙ୍କୁ ହରାଉଛନ୍ତି। ଟୋମ୍ ଟୋମ୍ ଟ୍ରାଫିକର ୨୦୨୪ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୧୦କିଲୋମିଟର ଯିବାପାଇଁ ହେଲେ ଅତିକମରେ ୩୦ମିନିଟରୁ ଅଧିକ ଲାଗିଥାଏ। ଏହି ଟ୍ରାଫିକର ଭିଡ଼କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁକୁ ତୃତୀୟ ଧୀର ଟ୍ରାଫିକ୍ ଭାବରେ ରାଙ୍କିଂ କରାଯାଇଛି।
ବେଙ୍ଗାଲୁରୁରେ ବଢିଚାଲିଥିବା ଟ୍ରାଫିକ୍ ସମସ୍ୟାର କାରଣ ହେଉଛି ଏହାର ବଢ଼ୁଥିବା ଘରୋଇ ଯାନବାହାନର ସଂଖ୍ୟା। କିଛି ବର୍ଷ ପୂର୍ବରୁ ଏହି ସହର ଘରୋଇ ଯାନବାହାନ ସଂଖ୍ୟାରେ ନୂଆ ଦିଲ୍ଲୀକୁ ପଛରେ ପକାଇଦେଇଥିଲା। ବର୍ତ୍ତମାନ, ବେଙ୍ଗାଲୁରୁର ଟ୍ରାଫିକରେ ପ୍ରାୟ ୨୫ଲକ୍ଷ ଘରୋଇ କାର ଅଛି ଏହା ସହିତ୨୦୦୦ରୁ ଅଧିକ ନୂଆ ଯାନବାହାନ ପ୍ରତିଦିନ ପଞ୍ଜୀକରଣ ହବା ଦ୍ଵାରା ସହରର ଟ୍ରାଫିକ ନିୟନ୍ତ୍ରଣ ଉପରେ ପ୍ରଭାବ ପଡୁଛି।
ଏହି ବଢିଚାଲିଥିବା ଟ୍ରାଫିକର ହାରକୁ କମେଇବା ପାଇଁ ବେଙ୍ଗାଲୁରୁ ବିଜନେସ୍ କରିଡର କରିଛନ୍ତି ଘୋଷଣା। ବେଙ୍ଗାଲୁରରେ ଏବେ ୧୧୭କିଲୋମିଟର ଲମ୍ଵା ଫେରିଫେରାଲ୍ ରିଙ୍ଗ ରୋଡ(PPR)ନିର୍ମାଣ କରି ସହରର ଭିଡ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଇଛି ।
କର୍ଣ୍ଣାଟକ କ୍ୟାବିନେଟ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ରାସ୍ତା ପ୍ରକଳ୍ପର ଦାୟୀତ୍ଵକୁ ନବୀକରଣ କରି ବେଙ୍ଗାଲୁରୁ ବ୍ୟବସାୟ କରିଡରଙ୍କୁ ଦେଇଛନ୍ତି। ଏହି ପ୍ରକଳ୍ପ ବେଙ୍ଗାଲୁରୁ ବିକାଶ କ୍ଷେତ୍ର ଅଧିନରେ କାର୍ଯ୍ୟକାରି ହେବ ଓ ପ୍ରାୟ ୨ବର୍ଷ ମଧ୍ୟରେ କାର୍ଯ୍ୟ ସମାପ୍ତ ହବାର ଆଶା କରାଯାଉଛି। ଏହା ସହିତ କର୍ଣ୍ଣାଟକ ଉପମୁଖ୍ୟ ମନ୍ତ୍ରୀ DK ଶିବକୁମାର କହିଛନ୍ତି ଯେ "ଏହି ପ୍ରକଳ୍ପଟି ସହରର ଭିଡ କମେଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ହେବ। ଟ୍ରାଫିକ ଯୋଗୁ ବେଙ୍ଗାଲୁରୁ ଏବେ ଶ୍ଵାସରୁଦ୍ଧ ହବାରେ ଲାଗିଛି ଆମେ ଚାହୁଁଛୁ ଯେ ଟ୍ରାଫିକ ସମସ୍ୟା କମିଯାଉ, ମୁଁ ଜାଣେ ଯେ ଏହା ହବା ଦ୍ଵାରା ୧୯୦୦ରୁ ପ୍ରାୟ ଅଧିକ ପରିବାର ପ୍ରଭାବିତ ହେବେ, କିନ୍ତୁ ସରକାର ତାଙ୍କର ଆଶା ଠାରୁ ମଧ୍ୟ ଢେର ଅଧିକ କ୍ଷତିପୂରଣ କରୁଛନ୍ତି , ଏହା କର୍ଣ୍ଣାଟକ ସରକାରଙ୍କର ସବୁଠୁ ବଡ ନିଷ୍ପତ୍ତି ମଧ୍ୟରୁ ଗୋଟିଏ"
ହାଇୱେ ଏବଂ ଶିଳ୍ପାଞ୍ଚଳ ଭିତରେ ଯାତାୟତ କରୁଥିବା ଗାଡ଼ି ଗୁଡିକ ସହରର ମୁଖ୍ୟ ଅଶଂକୁ ବାଇପାସ୍ କରିବ ଯାହାଫଳରେ ଟ୍ରାଫିକରେ ୪୦% ହ୍ରାସ ଘଟିବାର ଆଶା କରାଯାଉଛି। ୨୭ହଜାର କୋଟି ଟଙ୍କାର ଆକଳନ କରାଯାଇଥିବା ଏହି ପ୍ରକଳ୍ପର ମୂଲ୍ୟ ବର୍ତ୍ତମାନ୧୦ହଜାର କୋଟି ଟଙ୍କାରୁ କମ୍ ହେବ ବୋଲି ଆଶା କରାଯାଉଛି, କାରଣ ଅଧିକ ମାତ୍ରାରେ ଚାଷୀ ନଗଦ ପଇସା ବଦଳରେ ଜମି କ୍ଷତିପୂରଣ ବାଛିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories