Impotent / ସ୍ତ୍ରୀଙ୍କ ଅଜବ ଜିଦ୍ ! ପତ୍ନୀ ରଖିଲେ ଶାରୀରିକ ସମ୍ପର୍କ, କ୍ଷତିପୂରଣ ଦିଅ ଦୁଇ କୋଟି ଟଙ୍କା...

Key Points
୧୬ ମେ'ରେ, ସ୍ୱାମୀଙ୍କ ମାଉସୀ ଘରେ ଚତୁର୍ଥୀ ରାତିର ଆୟୋଜନ କରାଯାଇଥିଲା। କିନ୍ତୁ ମାନସିକ ଏବଂ ଶାରୀରିକ ଚାପ ଯୋଗୁଁ, ଦମ୍ପତି ଶାରୀରିକ ସମ୍ପର୍କ ରଖିପାରିଲେ ନାହିଁ।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଅଜବ ବୈବାହିକ ବିବାଦ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଚକିତ କରିଛି। ଏହି ମାମଲା ଏକ ନବବିବାହିତ ଦମ୍ପତିଙ୍କୁ ନେଇ ଆରମ୍ଭ ହୋଇଛି । ଚତୁର୍ଥୀ ରାତିରେ ଶାରୀରିକ ସମ୍ପର୍କ ନରଖିବାରୁ ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ବିବାହର କିଛି ସପ୍ତାହ ପରେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିନଥିଲେ।
ଅନ୍ୟପଟେ ସ୍ୱାମୀ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, 'ମୋ ପତ୍ନୀ ଏବଂ ଶ୍ୱଶୁର ଘର ଲୋକେ ମୋତେ ମାରିବାକୁ ଚେଷ୍ଟା କରିଛନ୍ତି, ମୋତେ ନାନା ଧମକ ଚମକ ଦେଉଛନ୍ତି । ସମ୍ପତ୍ତି ହଡ଼ପ କରିବାକୁ ଷଡ୍ଯନ୍ତ୍ର କରୁଛନ୍ତି । ଏମିତିକି ମୋତେ ଆକ୍ରମଣ ମଧ୍ୟ କରିଛନ୍ତି' ।
ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ଗୋବିନ୍ଦରାଜ ନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି । ସେ ୩ ମାସ ପୂର୍ବରୁ ବିବାହ କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ବେଙ୍ଗାଲୁରୁର ସପ୍ତଗିରି ପ୍ୟାଲେସରେ ଭବ୍ୟ ରିସେପ୍ସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିବାହ ଏବଂ ରିସେପ୍ସନ ପରେ ପତ୍ନୀଙ୍କର ଗୃହ ପ୍ରବେଶ ହୋଇଥିଲା । ପ୍ରାୟ ସାତ ଦିନ ସେଠାରେ ସେ ରହିଥିଲେ।
୧୬ ମେ'ରେ, ସ୍ୱାମୀଙ୍କ ମାଉସୀ ଘରେ ଚତୁର୍ଥୀ ରାତିର ଆୟୋଜନ କରାଯାଇଥିଲା। କିନ୍ତୁ ମାନସିକ ଏବଂ ଶାରୀରିକ ଚାପ ଯୋଗୁଁ, ଦମ୍ପତି ଶାରୀରିକ ସମ୍ପର୍କ ରଖିପାରିଲେ ନାହିଁ। ଆଗାମୀ ଦୁଇ ଦିନ ଯାଏଁ ମଧ୍ୟ ସମାନ ପରିସ୍ଥିତି ରହିଥିଲା । ଏହି କାରଣକୁ ନେଇ ପତ୍ନୀ ଝଗଡ଼ା ଆରମ୍ଭ କରିଥିଲେ । ସେ ବାରମ୍ବାର ସ୍ୱାମୀଙ୍କୁ ଗାଳି ଦେଉଥିଲେ, କମେଣ୍ଟ କରୁଥିଲେ ଏବଂ ଅପମାନିତ ମଧ୍ୟ କରୁଥିଲେ, ଖାଲି ସେତିକି ନୁହେଁ ସ୍ୱାମୀଙ୍କୁ ନପୁଂସକ ବୋଲି ମଧ୍ୟ କହିଥିଲେ। ୧୯ ମେ'ରେ ପତ୍ନୀ ନିଜ ସ୍ୱାମୀଙ୍କୁ ଧରି ମାମୁଁ ଘରକୁ ନେଇଥିଲେ । ଯେଉଁଠାରେ ସେ ଏହି ପ୍ରସଙ୍ଗ ଉଠାଇ ତାଙ୍କୁ ବଦନାମ କରିଥିଲେ।
୨୧ ମେ'ରେ ପତ୍ନୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ସ୍ୱାମୀ ଘରେ ପହଞ୍ଚିଥିଲେ । ସେଠାରେ ସେମାନେ ଗାଳି ଗୁଲଜ କରିବା ସହିତ ହଙ୍ଗାମା କରିଥିଲେ। ୨୪ ମେ'ରେ ପୁଅର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଘରୋଇ ହସ୍ପିଟାଲର ଡାକ୍ତର ସ୍ପଷ୍ଟ କରିଥିଲେ ଯେ ପୁଅ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ । ସେ ଯୌନ ସମ୍ପର୍କ ରଖିବାକୁ ସକ୍ଷମ । କିନ୍ତୁ ମାନସିକ ଚାପ ଯୋଗୁଁ ଏଥିରେ ସମୟ ଲାଗିବ। ଏହା ସତ୍ତ୍ୱେ, ତାଙ୍କ ସ୍ତ୍ରୀ ଅସନ୍ତୁଷ୍ଟ ଥିଲେ। ସେ ନିଜ ପରିବାର ସହିତ ମିଶି ସ୍ୱାମୀଙ୍କ ଉପରେ ଚାପ ପକାଇ ଚାଲିଥିଲେ। ୫ ମେ'ରେ ପତ୍ନୀଙ୍କ ପରିବାର ଲୋକ ୧୫-୨୦ ଜଣଙ୍କୁ ନେଇ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ।
ସ୍ୱାମୀଙ୍କ ଅଭିଯୋଗ ଯେ ପତ୍ନୀଙ୍କ ପରିବାର ଲୋକେ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ, ତା'ପରେ ପଞ୍ଚାୟତ ଡାକି ୨ କୋଟି ଟଙ୍କାର ସମ୍ପତ୍ତି ପତ୍ନୀଙ୍କ ନାଁରେ କରିବାକୁ ଦାବି କରିଥିଲେ । ଜୁନ୍ ୧୯ ତାରିଖରେ ପତ୍ନୀ ନିଜ ଜିନିଷପତ୍ର ନେଇ ବାପା ଘରକୁ ଚାଲି ଯାଇଥିଲେ। ଅଗଷ୍ଟ ୧୭ ତାରିଖରେ ବିବାଦ ଆହୁରି ବଢ଼ିଥିଲା। ସ୍ୱାମୀ ମନ୍ଦିରରୁ ଫେରିବା ବେଳେ ଦେଖିଲେ ପତ୍ନୀଙ୍କ ପରିବାର ଲୋକ ତାଙ୍କ ଘର ବାହାରେ ଠିଆ ହୋଇଛନ୍ତି । ସେମାନେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ତାପରେ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ।
ଆକ୍ରମଣ ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘରର ଗେଟ୍ ଏବଂ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । ଏହାପରେ ସେମାନେ ଘର ଆଗରେ ଶୋଇ ପ୍ରତିବାଦ କରିଥିଲେ। ଏହି ସବୁ ଘଟଣାର ସିସିଟିଭି ଫୁଟେଜ୍ ଏବଂ ଡାକ୍ତରୀ ରିପୋର୍ଟ ପ୍ରମାଣ ସ୍ୱରୂପ ରହିଛି । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି, ଅପମାନିତ କରିଛନ୍ତି, ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଏବଂ ୨ କୋଟି ଟଙ୍କାର ସମ୍ପତ୍ତି ବଳପୂର୍ବକ ହଡ଼ପ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଗୋବିନ୍ଦରାଜ ନଗର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।