Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶୋଇ ଶୋଇକି  ମହିଳା ହେଲେ ଲକ୍ଷପତି 

Manini Pattanayak
Browse all articles by Manini Pattanayak
·1 year ago·2 min read
ଶୋଇ ଶୋଇକି  ମହିଳା ହେଲେ ଲକ୍ଷପତି 

 ନୂଆଦିଲ୍ଲୀ:  କୁହାଯାଇଥାଏ ଯେ ଟଙ୍କା ରୋଜଗାର କରିବା ଏତେ  ସହଜ ନୁହେଁ।  ଏମିତି କିଛି ଲୋକ ମଧ୍ୟ ଅଛନ୍ତି  ଯେଉଁମାନେ ରାତି ଦିନ  ଏକ କରି  କଠିନ ପରିଶ୍ରମ   କରି  ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରିଥାନ୍ତି। ଏମିତିବି ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କ ଚପଲ ମଧ୍ୟ ଘୋରି ହୋଇଯାଇଥାଏ।  କିନ୍ତୁ କିଛି ଲୋକ ଅଛନ୍ତି  ବିନା ପରିଶ୍ରମରେ ବେଡ୍‌ ରେ ଶୋଇ ଶୋଇ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି।  ଆପଣ ଭାବୁଥିବେ ଶୋଇକରି ଟଙ୍କା ରୋଜଗାର ପୁଣି ଲକ୍ଷାଧିକ। ହଁ  ବେଙ୍ଗାଲୁରର  ଜଣେ ମହିଳା  କେବଳ ଶୋଇକି  ୯ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି।  ସାଇଶ୍ୱରୀ ପାଟିଲ  ନାମକ ଏହି ମହିଳା  କିଛି କାମ କାର୍ଯ୍ୟ ନ କରି ଖାଲି ଶୋଇକି ଲକ୍ଷପତି ହୋଇଛନ୍ତି ।    ଆପଣ ଭାବୁଥିବେ ଶୋଇକି ୯ ଲକ୍ଷ  ହେଲେ କିପରି.. ?  ଆସନ୍ତୁ ଜାଣିବା

ହୋମ ଆଣ୍ଡ ସ୍ଲିପ୍‌ ସଲ୍ୟୁଶନ ବ୍ରାଣ୍ଡ ର ସ୍ଲିପ୍‌ ଇଣ୍ଟର୍ନସିପ୍‌  ପ୍ରୋଗ୍ରାମରେ ଭାଗ ନେଇଥିଲେ ସାଇଶ୍ୱରୀ ପାଟିଲ  ।  ଯେଉଁଥିରେ ସାଇଶ୍ୱରୀ  ସ୍ଲିପ୍‌ ଚମ୍ପିୟାନ  ହେବା ସହ ୯ ଲକ୍ଷ ଟଙ୍କା ଜିତିଛନ୍ତି।  ଏଥିରେ  ୧୨ ଜଣ ଭାଗ ନେଇଥିଲେ କିନ୍ତୁ ଶୋଇବାରେ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ ସାଇଶ୍ୱରୀ ପାଟିଲ  । ସ୍ଲିପ୍‌  ଇଣ୍ଟର୍ନସିପ୍ ପ୍ରୋଗ୍ରାମର ଏହା  ସିଜନ ୩ ଥିଲା।  ଏହି ପ୍ରୋଗ୍ରାମରେ  ସେଇମାନେ ଭାଗ ନେଇଥିଲେ ଯେଉଁମାନଙ୍କ ପାଇଁ  ନିଦ ପ୍ରଧାନ ଏବଂ  ଏବଂ ଶୋଇବାକୁ ଖୁବ୍‌ ପସନ୍ଦ କରନ୍ତି।

  ପ୍ରୋଗ୍ରାମ ଅନୁଯାୟୀ  ପ୍ରତିଯୋଗିତା  ପ୍ରତ୍ୟେକ ରାତିରେ କମ୍‌ସେକମ  ୮ ରୁ ୯ ଘଣ୍ଟା ନିଦରେ ଶୋଇବା ଦରକାର।  ରାତିରେ ନିଦ ଛଡା   ଦିନରେ  ୨୦ ମିନିଟ୍‌  ପାଓ୍ୱାର ନେପ୍‌  ନେବାକୁ ମଧ୍ୟ କୁହାଯାଇଥାଏ।  ସେହିପରି  ଶୋଇବା ପାଇଁ  ପ୍ରିମିୟମ ଗଦି ସହ ସ୍ଲିପ ଟ୍ରାକର  ମଧ୍ୟ ଦିଆଯାଇଥାଏ।   ଯାହା ନିଦକୁ ଟ୍ରାକ କରିଥାଏ।  ତେବେ  ସାଇଶ୍ୱରୀ ପାଟିଲ  ଶୋଇବାରେ ଅନ୍ୟ ଇଣ୍ଟର୍ଣ୍ଣଙ୍କୁ ପଛରେ ପକାଇ ୯ ଲକ୍ଷ ଜିତିଛନ୍ତି.. ଆଉ ଏ ଖବର  ନିଜ ମା ଙ୍କୁ ଫୋନ୍‌ କରି କହିଥିଲେ  ଯେ ମା ମୁଁ ଶୋଇବାରେ ଫାଷ୍ଟ ହୋଇଛି ଆଉ ୯ ଲକ୍ଷ ଟଙ୍କା ଜିତିଛି.। ମା ଏହା ଶୁଣି ଆଶ୍ଚର୍ଯ୍ୟ ହେବା ଖୁସି ମଧ୍ୟ ହୋଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ  : 

Sponsored
Bengaluru woman wins Rs 9 lakh just by sleeping, here's how she did it | Argus News