Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Food Safety / କୋବି ଖାଉଥିଲେ ସାବଧାନ ! ଯାଇ ଆପଣଙ୍କ ପାରେ ଜୀବନ

Rashmita Mishra
Browse all articles by Rashmita Mishra
·6 months ago·2 min read
କୋବି ଖାଉଥିଲେ ସାବଧାନ ! ଯାଇ ଆପଣଙ୍କ ପାରେ ଜୀବନ
Food Safety

Key Points

ଇଲମାଙ୍କ ମସ୍ତିଷ୍କରେ ୨୦ ରୁ ୨୫ ଟି ନୋଡୁଲ୍ ପାଇଥିଲେ, ଯାହା କୋବିରେ ମିଳୁଥିବା ଏକ ଟେପୱର୍ମ ଯୋଗୁଁ ମୃତ୍ୟୁ ହୋଇଛି । 

ବର୍ତ୍ତମାନ ସମୟରେ ବଜାରରେ ପ୍ରଚୁର ମାତ୍ରରେ ଶସ୍ତାରେ କୋବି ମିଳୁଛି । ଆଉ କୋବି ଏମିତି ଏକ ଜିନିଷ ଯାହା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ । କିନ୍ତୁ କୋବିକୁ ନେଇ ଏମିତି ଏକ ଘଟଣା ଘଟିଛି ଆପଣ ଜାଣିଲେ ହୁଏତ ଆଉ କୋବି ଖାଇବେନି ।

ସୂଚନାନୁଯାୟୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (RML)ରେ ଚିକିତ୍ସାଧୀନ ଅବସ୍ଥାରେ ୧୮ ବର୍ଷୀୟା ଇଲମା ନଦୀମଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ପରଜୀବୀ ସଂକ୍ରମଣ ବୋଲି କହିଛନ୍ତି ଡାକ୍ତର । ଡାକ୍ତରମାନେ ଇଲମାଙ୍କ ମସ୍ତିଷ୍କରେ ୨୦ ରୁ ୨୫ ଟି ନୋଡୁଲ୍ ପାଇଥିଲେ, ଯାହା କୋବିରେ ମିଳୁଥିବା ଏକ ଟେପୱର୍ମ ଯୋଗୁଁ ହୋଇଥିଲା। ଇଲମା ମାସେ ପୂର୍ବରୁ ଟାଇଫଏଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେବେଠାରୁ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା ।

କିଛି ଦିନ ପୂର୍ବରୁ ଆମରୋହାରେ ସମାନ ଘଟଣା ଘଟିଥିଲା, ଯେଉଁଠାରେ ୧୧ଶ ଶ୍ରେଣୀର ଛାତ୍ରୀ ଆହାନାଙ୍କ ମୃତ୍ୟୁ ଘଟିଥିଲା। ଆହାନା ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିଲେ। ଡାକ୍ତରଙ୍କ ମତରେ, ଅତ୍ୟଧିକ ପିଜା ଏବଂ ଫାଷ୍ଟଫୁଡ୍ ଖାଇବାର ଅଭ୍ୟାସ ଆହାନାଙ୍କ ଅନ୍ତନଳୀକୁ ଏକାଠି ଲାଗି ରହିବାକୁ ବାଧ୍ୟ କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଇଟି ଘଟଣା ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ, ଯାହା ଖରାପ ଖାଦ୍ୟ ଏବଂ ଦୂଷିତ ପନିପରିବାରକୁ ନେଇ ଚିନ୍ତା ବଢ଼ିଛି ।

ଡାକ୍ତରମାନେ କହିଛନ୍ତି ଯେ ଖାଇବା ପୂର୍ବରୁ ପନିପରିବା ସବୁବେଳେ ଭଲ ଭାବରେ ଧୋଇ ରାନ୍ଧିବା ଉଚିତ। ପନିପରିବା ଫୁଟାଇବା ଦ୍ୱାରା ଫିତାକୃମି ଅଣ୍ଡା ମରିଯାଏ । ପତ୍ରଯୁକ୍ତ ଏବଂ ସବୁଜ ପନିପରିବା ଅତି କମରେ ୫ ମିନିଟ୍ ପାଇଁ ଫୁଟାଇବା ଦରକାର, କାରଣ ଫିତାକୃମି ଅଣ୍ଡା ଏତେ ଛୋଟ ଯେ ଶରୀରରେ ଥିବା ଏସିଡ୍ ଦ୍ୱାରା ମଧ୍ୟ ସେଗୁଡ଼ିକୁ ମାରିହେବ ନାହିଁ । ଏହା ବ୍ୟତୀତ, ଆପଣଙ୍କ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖିବା ଏବଂ ମଇଳା ସ୍ଥାନ କିମ୍ବା ଖୋଲା ମଳତ୍ୟାଗରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ ।

ଫାଷ୍ଟଫୁଡ୍ କାହିଁକି ବିପଦପୂର୍ଣ୍ଣ ହୋଇପଡୁଛି?
ଡାକ୍ତରଙ୍କ ମତରେ, ଅତ୍ୟଧିକ ପରିମାଣର ଫାଷ୍ଟଫୁଡ୍ ଖାଇବା ବିପଦଜନକ ଏବଂ ମାରାତ୍ମକ ମଧ୍ୟ ହୋଇପାରେ, କାରଣ ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ଅତ୍ୟଧିକ ଲୁଣ ରହିଥାଏ। ଫାଷ୍ଟଫୁଡ୍ ଆମର ପୁରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଖାଇବା ଦ୍ଵାରା ଆମ ମସ୍ତିଷ୍କ ଏବଂ ହୃଦୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ, କାରଣ ଫାଷ୍ଟଫୁଡ୍‌ରେ ଥିବା ରାସାୟନିକ ପଦାର୍ଥ, ଟ୍ରାନ୍ସ ଫ୍ୟାଟ୍, ଚିନି ଏବଂ ଅତ୍ୟଧିକ ଲୁଣ ସ୍ମୃତିଶକ୍ତିକୁ ଦୁର୍ବଳ କରିଥାଏ ଏବଂ ମସ୍ତିଷ୍କ କ୍ଷମତାକୁ ମଧ୍ୟ କମ୍ କରିଥାଏ, ଯାହା ଦ୍ୱାରା ବ୍ୟକ୍ତି ସଠିକ୍ ନିଷ୍ପତ୍ତି ନେବାରେ କଷ୍ଟକର ହୋଇଥାଏ। ଡାକ୍ତରମାନେ କୁହନ୍ତି ଯେ ଫାଷ୍ଟଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ ଏବଂ ଘରେ ରନ୍ଧା ଖାଦ୍ୟ ସବୁଠାରୁ ଲାଭଦାୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Safety | Beware While Eating Cabbage! It Can Seriously Affect Your Health | Argus News