Videos
|
National

ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଶୁକ୍ରବାର ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ସର୍ବବୃହତ ଗତିଶୀଳତା ଏକ୍ସପୋ, ଯେଉଁଥିରେ ଅଟୋମୋବାଇଲ୍, ଉପାଦାନ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ 100 ରୁ ଅଧିକ ନୂତନ ଅଟୋମୋବାଇଲ୍ ଲଞ୍ଚ ହେବ ।


ଏହି ଏକ୍ସପୋରେ 5 ହଜାରରୁ ଅଧିକ ଆନ୍ତର୍ଜାତୀୟ ଅଟୋମୋବାଇଲ୍ ନିବେଶକ ଅଂଶଗ୍ରହଣ କରବେ । ଏହି ଏକ୍ସପୋ ମୋବିଲିଟିର ବଡ ହବ୍ ହେବାକୁ ଯାଉଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଭାରତର ମୋବିଲିଟି କ୍ଷେତ୍ରରେ ଏହି ଅଭିବୃଦ୍ଧିର ବଡ ଅବଦାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବ ବର୍ଷ ତୁଳନାରେ ଏହି ଏକ୍ସପୋର ବିଶ୍ବର ଆଟୋମୋବାଇଲ ଦୁନିଆରେ ଗୁରୁତ୍ବ ବଢିଛି‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବହୁ ଶୀଘ୍ର ଏହା ଅଟୋମୋବାଇଲ ସେକ୍ଟର ୱାନ ଷ୍ଟପ୍ ଡେଷ୍ଟିନେସନ୍ ରେ ପରିଣତ ହେବ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋ ଜାତୀୟ ରାଜଧାନୀର ଭାରତ ମଣ୍ଡପମ ଏବଂ ଯଶୋଭୂମି ଏବଂ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଏବଂ ମାର୍ଟରେ ଆୟୋଜିତ ହେଉଛି।ଏହା ୧୭-୨୨ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଏଚ୍ ଡି କୁମାରସ୍ୱାମୀ, ଜିତନ ରାମ ମାଞ୍ଝି, ମନୋହର ଲାଲ, ପୀୟୁଷ ଗୋୟଲ ଏବଂ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।

Bharat Mobility Global Expo 2025 | Argus News