Videos
|
National

 ଅନ୍ତରୀକ୍ଷରେ ଘର ନିର୍ମାଣ କରିବ ଭାରତ 

Manini Pattanayak
Browse all articles by Manini Pattanayak
·1 year ago·2 min read
 ଅନ୍ତରୀକ୍ଷରେ ଘର ନିର୍ମାଣ କରିବ ଭାରତ 

 ନୂଆଦିଲ୍ଲୀ: ଚନ୍ଦ୍ରରେ ପାଦ ଥାପିଲା.. ଆଉ ପରେ ପରେ ସୂର୍ଯ୍ୟଙ୍କ ସହ ଆଖି ମିଶାଇଲା। ଯେଉଁଠି ଆଜି ଯାଏଁ କେହି ପହଞ୍ଚିପାରିନାହାନ୍ତି  ସେଇଠି ପହଞ୍ଚିସାରିଛି ଭାରତ ।   ଏବେ ଅନ୍ତରୀକ୍ଷରେ  ନିଜର ଏକ ଘର ତିଆରି କରି କରିବାକୁ ଯାଉଛି ଭାରତ।   ୨୦୩୫  ସୁଦ୍ଧା ଇଶ୍ରୋର ନିଜର  ଅନ୍ତରୀକ୍ଷ ଷ୍ଟେସନ  ସ୍ଥାପିତ କରିବାର ଯୋଜାନ କରୁଛି। ଏହାକୁ ଭାରତୀୟ  ଅନ୍ତରୀକ୍ଷ ଷ୍ଟେସନ  କୁହାଯିବ।   ଏବେ ଅନ୍ତରୀକ୍ଷରେ ଦୁଇଟି   ସ୍ପେସ୍‌ ଷ୍ଟେସନ କାମ କରୁଛି।  ଗୋଟିଏ ଇଣ୍ଟରନ୍ୟାସନାଲ  ସ୍ପେସ ଷ୍ଟେସନ  ଯାହା   ରୁଷ, ଆମେରିକାର ସହଯୋଗ ନିର୍ମାଣ କରିଛି।  ଦିତ୍ୱୀୟ ଟି ଚୀନ୍‌ ର ତିୟାଗଙ୍ଗ ସ୍ପେସ ଷ୍ଟେସନ।  ତେବେ ଭାରତ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବା ପରେ ଆମେରିକା, ରୁଷ, ଏବଂ ଚୀନ୍‌ ପରି ଇଣ୍ଟରନ୍ୟାସନାଲ  ସ୍ପେସ  ପ୍ଲେୟର ଲିଷ୍ଟରେ ସାମିଲ ହୋଇଯିବ। 

 ଏହି ସ୍ପେସ ଷ୍ଟେସନ କଣ 

ସ୍ପେସ ଷ୍ଟେସନକୁ  ଆର୍ବିଟଲ  ଷ୍ଟେସନ କୁହାଯାଇଥାଏ।  ଏହାକୁ ଏଷ୍ଟ୍ରୋନଟ୍ସଙ୍କ ରହଣୀ ପାଇଁ ବ୍ୟବହାର କରାଯାଇଥାଏ। ଆଉ ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ଘର ପ୍ରସ୍ତୁତ କରାଯାଇଥାଏ।  ପୃଥିବୀରୁ  ଅନ୍ତରୀକ୍ଷକୁ ଯାଉଥିବା ଲୋକ ଏହି ଘରେ ରହିପାରିବେ।  ଏହି ଷ୍ଟେସନର  ଏତେ  କ୍ଷମତା ଯେ, ଏହାଉପରେ ସ୍ପେସକ୍ରାପ୍ଟ ମଧ୍ୟ ଓହ୍ଲାଇ ପାରିବ    ।  
 

କିପରି ହେବ ଭାରତର ସ୍ପେସ୍ ଷ୍ଟେସନ୍ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତର ସ୍ପେସ୍ ଷ୍ଟେସନରେ 5ଟି ମଡ୍ୟୁଲ୍ ରହିବ। ଏହାକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ଯେପରିକି ମହାକାଶଚାରୀଙ୍କ ରହିବା, ଅନୁସନ୍ଧାନ, ଯୋଗାଯୋଗ ପାଇଁ ବ୍ୟବହୃତ ହେବ।  ତେବେ ପ୍ରଥମେ  ଏହି  ଷ୍ଟେସନରେ  ୩ ମହାକାଶଚାରୀଙ୍କ ରହିବା ପାଇଁ  ଡିଜାଇନ୍‌ କରାଯିବ। ପରେ ଏହାର କାପାସିଟ୍‌ ବଢାଇଦିଆଯିବ। ଏହା  ୨୭ ମିଟର ଲମ୍ବ ଏବଂ  ୨୦ ମିଟର ଚଉଡା ହେବ । ଅର୍ଥାତ ଏହାର ସାଇଜ୍‌ ଏକ ଫୁଟବଲ ମଇଦାନର ଏକ ଚତୁର୍ଥାଂଶ ସହିତ ସମାନ ହେବ । ଭାରତ ସ୍ପେସ ଷ୍ଟେସର ଓଜନ  ୫୨ ଟନ୍‌ ରହିବ।  ଏହା ପୃଥିବୀର ନିମ୍ନ କକ୍ଷପଥଠାରୁ 400 କିଲୋମିଟର ଉପରେ ସ୍ଥାପିତ ହେବ | ଏଥିସହିତ  ଏହି ସ୍ପେସ ଷ୍ଟେସନରେ ଏକ ବଡ ଝରକା  ରହିବ।  ଯାହାଦ୍ୱାରା  ଏଷ୍ଟ୍ରନେଟ୍‌  ସେଠାରୁ ପୃଥିବୀକୁ ଦେଖିପାରିବେ।   ଗତ 8 ଦଶନ୍ଧି ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମ  କ୍ଷେତ୍ରରେ  ବହୁତ ଅଗ୍ରଗତି କରିଛି ।  ଏବେ ଅନ୍ତରୀକ୍ଷରେ ଘର ନିର୍ମାଣ କରିବାକୁ ଯାଉଛି ଭାରତ ।
 ଅଧିକ  ଦେଖନ୍ତୁ :