Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Women Safety: ରିପୋର୍ଟ କହିଲା ଏହି ଦୁଇ ସହରରେ ମହିଳା ସବୁଠାରୁ ଅଧିକ ସୁରକ୍ଷିତ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
Women Safety: ରିପୋର୍ଟ କହିଲା ଏହି ଦୁଇ ସହରରେ ମହିଳା ସବୁଠାରୁ ଅଧିକ ସୁରକ୍ଷିତ !

Key Points

୫୩ ପ୍ରତିଶତ ମହିଳା ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ ଆଇନ ଲାଗୁ ହୋଇଥିବା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।

ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଭୁବନେଶ୍ବର ଓ ମୁମ୍ବାଇ। ‘ନାରୀ-୨୦୨୫ ନାରୀ ସୁରକ୍ଷା ଜାତୀୟ ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ ଅନୁଯାୟୀ ଭାରତର ସହରଗୁଡ଼ିକରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଅପରାଧ ପରିସଂଖ୍ୟାନକୁ ଏଥିରେ ଆଧାର କରାଯାଇ ନଥିବା ବେଳେ ୩୧ଟି ସହରର ୧୨,୭୭୦ ମହିଳାଙ୍କୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏହି ରିପୋର୍ଟକୁ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ବିଜୟା କିଶୋର ରାହତକର ଉନ୍ମୋଚନ କରିଛନ୍ତି। ପି-ଭାଲ୍ୟୁ ଆନାଲିଟିକ୍ସ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଗ୍ରୁପ୍ ଅଫ୍ ଇଣ୍ଟେଲେକ୍‌ଚୁଆଲ୍ସ ଆଣ୍ଡ୍ ଏକାଡେମିସିଆନ୍ (ଜିଆଇଏ) ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି। ସର୍ଭେରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ନିଜ ଅଭିଜ୍ଞତା ସମ୍ପର୍କରେ ଅଧିକାରୀଙ୍କୁ ଜଣାଉଥିବା କହିଥିଲେ। ସେହିପରି ୫୩ ପ୍ରତିଶତ ମହିଳା ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ ଆଇନ ଲାଗୁ ହୋଇଥିବା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Mumbai among safest cities for women | Argus News