Videos
|
National

'ସରିନି ଅପରେସନ୍‌ ସିନ୍ଦୂର, ଖାଲି ଟ୍ରେଲର ଦେଖିଛି ପାକିସ୍ତାନ୍'

Smruti Parija
Browse all articles by Smruti Parija
·1 year ago·3 min read
'ସରିନି ଅପରେସନ୍‌ ସିନ୍ଦୂର, ଖାଲି ଟ୍ରେଲର ଦେଖିଛି ପାକିସ୍ତାନ୍'

Key Points

23 ମିନିଟ୍ ହିଁ ଯଥେଷ୍ଟ

ସରିନି ଅପରେସନ୍‌ ସିନ୍ଦୂର

ଖାଲି ଟ୍ରେଲର ଦେଖିଛି ପାକିସ୍ତାନ୍

ଫିଲ୍ମ ବାକି ଅଛି

ପାକିସ୍ତାନ ପୋଷୁଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଭାରତୀୟ ବାୟୁସେନାକୁ 23 ମିନିଟ୍ ହିଁ ଯଥେଷ୍ଟ । ଲୋକଙ୍କୁ ଜଳଖିଆ କରିବାକୁ ଯେତିକି ସମୟ ଲାଗେ ସେତିକି ସମୟରେ ଆତଙ୍କବାଦୀକୁ ନିପାତ କରିଛି ଭାରତ । ଭୁଜ ଏୟାର ବେସ୍ ରୁ ବାୟୁବୀରଙ୍କୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତକାଲି ଜମ୍ମୁକାଶ୍ମୀର ଶ୍ରୀନଗର ଗସ୍ତ କରିଥିଲେ ରାଜନାଥ । ଏହାପରେ ଆଜି ଭୁଜ ଏୟାରବେସରୁ ପାକିସ୍ତାନର ପୋଲ୍ ଖୋଲିଛନ୍ତି ରାଜନାଥ ସିଂ । ଏପର୍ଯ୍ୟନ୍ତ ଅପରେସନ ସିନ୍ଦୂର ସରିନି । ଇଏ ତ ଥିଲା ଟ୍ରେଲର । ସଠିକ ସମୟ ଆସିଲେ ସାରା ବିଶ୍ବକୁ ପୁରା ଫିଲ୍ମ ଦେଖାଯିବ । ପାକିସ୍ତାନକୁ ଏବେ ନଜରରେ ରଖାଯାଇଛି । ଯଦି ସୁଧୁରି ଯାଏ ତେବେ ଠିକ୍ ଅଛି । ନ ହେଲେ ଆଗାମୀ ଦିନରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ପ୍ରତିରକ୍ଷା ମନ୍ତ୍ରୀ ବାୟୁବୀରଙ୍କ ମନୋବଳ ବଢାଇବା ସହ ଅପରେସନ୍‌ ସିନ୍ଦୂର ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଥିବା କହିଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନ ବିପକ୍ଷ ବିଜୟରେ ଭୁଜ୍ ଏୟାର ବେସ ପୂର୍ବରୁ ସାକ୍ଷୀ ରହିଥିଲା । ଏବେ ଅପରେସନ୍ ସିନ୍ଦୂରରେ ମଧ୍ୟ ସାକ୍ଷୀ ରହିଛି ଭୁଜ ଏୟାର ବେସ୍ । ଅପରେସନ ସିନ୍ଦୂରକୁ ସାରା ବିଶ୍ବ ପ୍ରଶଂସା କରୁଛି । ସେନାର ପରାକ୍ରମକୁ ମିଳୁଛି ପ୍ରଶଂସା । ପାକିସ୍ତାନର ଯେ କୌଣସି ଅଂଚଳକୁ ଭେଦ କରିବାକୁ ଭାରତୀୟ ବାୟୁସେନା ସମର୍ଥ । ଏହାର ବଡ ପ୍ରମାଣ ହେଉଛି ଅପରେସନ ସିନ୍ଦୂର । କାରଣ ଲୋକଙ୍କୁ ଜଳଖିଆ କରିବାକୁ ଯେତିକି ସମୟ ଲାଗେ ସେତିକି ସମୟରେ ଆତଙ୍କୀ ଅଡ୍ଡାକୁ ନଷ୍ଟ କରିଛି ଭାରତୀୟ ସେନା ।


ସେହିପରି ବ୍ରହ୍ମୋସ ମିସାଇଲ କଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ବ୍ରହ୍ମୋସ ମିସାଇଲ୍‌ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି ବୋଲି କହିଛନ୍ତି ରାଜନାଥ । ଭାରତ ଏବେ ଆତ୍ମନିର୍ଭର । ସ୍ବଦେଶୀ ଯୁଦ୍ଧ ଅସ୍ତ୍ର କମାଲ କରୁଛି । ଭାରତ ଏବେ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି । ୧୯୬୫ ଯୁଦ୍ଧରେ ବି ଭୁଜ୍ ସାକ୍ଷୀ ଥିଲା । ଅପରେସନ୍‌ ସିନ୍ଦୂରର ସାକ୍ଷୀ ରହିଛି ଭୁଜ୍ ଏୟାର ବେସ୍‌ ।


ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ । ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି ବୋଲି ପ୍ରଶ୍ନ କରିଛନ୍ତି । ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ ।



ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ବାୟୁ ସେନା ଯୋଦ୍ଧାଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଛନ୍ତି । ଭୁଜ୍‌ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଲେ ରାଜନାଥ ସିଂ । ଡ୍ରୋନ୍‌ ଦ୍ବାରା ଭୁଜ୍‌ ଏୟାର ବେସ୍‌ ନଷ୍ଟ କରିଥିବା ଦାବି କରିଥିଲା ପାକ୍‌ । କିନ୍ତୁ ସତ କଣ ଏବେ ପୁରା ବିଶ୍ୱ ଦେଖୁଛି ବୋଲି କହିଛନ୍ତି । ସେହିପରି ସେ ସଦିହ ଯବାନଙ୍କର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅପରେସନ୍‌ ସିନ୍ଦୂର ପାଇଁ ଦେଶ ଗର୍ବିତ ବୋଲି ବାୟୁସେନାକୁ କହିଛନ୍ତି । ଏହାସହ ବାୟୁବୀରଙ୍କ ମନୋବଳ ବଢାଇଛନ୍ତି ।