Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

National

ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

Ritu Das
Browse all articles by Ritu Das
·2 years ago·1 min read
ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ: ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁବାଇରେ ମହାଦେବ ବେଟିଂ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଅଟକ ରଖାଯାଇଛି । ଖୁବଶୀଘ୍ର ଠକ ଚନ୍ଦ୍ରାକରଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ । ପୋଲିସ ଚନ୍ଦ୍ରାକରଙ୍କ ବିରୋଧରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରାରେ ମାମଲା ରୁଜୁ କରିଛି । ଏହା ସହ ୨୦୧୯ ରୁ ଏହି ଆପ୍ ଜରିଆରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ମୁମ୍ବାଇ ପୋଲିସ ଚନ୍ଦ୍ରାକରଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୬୭, ୪୬୮, ୧୨୦ (ବି) ଏବଂ ଆଇଟି ଆଇନର ଧାରା ୬୬ (ସି), ୬୬ (ଏଫ୍) ଅନୁଯାୟୀ ଏଫଆଇଆର ରୁଜୁ କରିଛି ।

ପୋଲିସ ଏହି ମାମଲାରେ ଚନ୍ଦ୍ରାକରଙ୍କ ସମେତ ୩୨ ଜଣଙ୍କୁ ଅଭିଯୁକ୍ତ କରିଛି । ଏହି ମାମଲାରେ ପୋଲିସ ଦ୍ୱାରା ଲାଗୁ କରାଯାଇଥିବା ଆଇଟି ଆଇନର ଧାରା ୬୬(ଏଫ୍)ର ଅର୍ଥ ହେଉଛି “ସାଇବର ଆତଙ୍କବାଦ ପାଇଁ ଦଣ୍ଡ”, ଏହି ଧାରା ବହୁତ କମ୍ ମାମଲାରେ ଲାଗୁ କରାଯାଇଛି । ଭାରତର ଅଖଣ୍ଡତା, ଏକତା ଏବଂ ନିରାପତା ପ୍ରତି ବିପଦ ଥିବା କ୍ଷେତ୍ରରେ ଏହି ଧାରା ବିଶେଷ ଭାବରେ ପ୍ରୟୋଗ କରାଯାଏ । ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତମାନେ ୨୦୧୯ ରୁ ଫେସବୁକ, ଇନଷ୍ଟାଗ୍ରାମ, ଗୁଗୁଲରେ ପ୍ରମୋସନ କରି ଖିଲାଡି ବୁକ୍ ଭଳି ଆପ୍ଲିକେସନ୍ ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ କ୍ରିକେଟ, ଫୁଟବଲ, ଟେନିସ, କ୍ୟାସିନୋ ଏବଂ ତିନ ପଟ୍ଟି ଭଳି ଖେଳ ଖେଳିବାକୁ ପ୍ରୋତ୍ସାହିତ କରୁଥିଲେ ।

ଅଭିଯୁକ୍ତମାନେ ଏହି ମାଧ୍ୟମରେ ପାଖାପାଖି ୧୫ ହଜାର କୋଟି ଟଙ୍କା ବେଆଇନ୍ ଭାବେ ରୋଜଗାର କରିଛନ୍ତି ଏବଂ ଏହି ପାଣ୍ଠିକୁ ଭାରତ ଏବଂ ବିଦେଶରେ ହୋଟେଲ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Big action | Argus News