Allegation Against Deepika / ଦୀପିକାଙ୍କ ବିରୋଧରେ ବଡ଼ ଅଭିଯୋଗ! ଆସନ୍ତୁ ଜାଣିବା କିଏ ଓ କଣ ପାଇଁ କରିଛି ଅଭିଯୋଗ ?
·59 mins ago·2 min read

Key Points
ଦୀପିକାଙ୍କ ବିରୋଧରେ ବଡ଼ ଅଭିଯୋଗ
‘ସ୍ପିରିଟ୍’ କାହାଣୀ ଲିକ୍ କରିଥିବାର ଅଭିଯୋଗ
ପ୍ରଣୟ ରେଡ୍ଡୀ ଭାଙ୍ଗା ଆଣିଲେ ଅଭିଯୋଗ
‘ସ୍ପିରିଟ୍’ କାହାଣୀ ଲିକ୍ କରିଥିବାର ଅଭିଯୋଗ
ପ୍ରଣୟ ରେଡ୍ଡୀ ଭାଙ୍ଗା ଆଣିଲେ ଅଭିଯୋଗ
ମୁମ୍ବାଇ,୨୨/୦୮: ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ୍’କୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଫିଲ୍ମରୁ ଦୀପିକା ପାଦୁକୋନଙ୍କୁ ବାଦ ଦିଆଯିବା ପଛର କାରଣକୁ ନେଇ ଏବେ ନୂଆ ଦାବି କରିଛନ୍ତି ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଣୟ କହିଛନ୍ତି ଯେ ଦୀପିକାଙ୍କୁ ଫିଲ୍ମରୁ ହଟାଯାଇଥିଲା। ତାଙ୍କ ଦାବି ଅନୁସାରେ, ଦୀପିକା ମୋଟା ଅଙ୍କର ପାରିଶ୍ରମିକ ସହ ଫିଲ୍ମର ଲାଭରେ ୧୦ ପ୍ରତିଶତ ଅଂଶ ଦାବି କରିଥିଲେ। ତେବେ ଏହି ଦାବି ନିର୍ମାତାଙ୍କ ବଜେଟ୍କୁ ସୁହାଉନଥିବାରୁ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇପାରିନଥିଲା।
ପ୍ରଣୟଙ୍କ କହିବା ଅନୁସାରେ, ସନ୍ଦୀପ ରେଡ୍ଡୀ ଭାଙ୍ଗା ପ୍ରାୟ ଦେଢ଼ ବର୍ଷ ଧରି ଦୀପିକାଙ୍କୁ ‘ସ୍ପିରିଟ୍’ରେ କାଷ୍ଟ କରିବା ପାଇଁ ଆଲୋଚନା କରୁଥିଲେ। ହେଲେ ପାରିଶ୍ରମିକ ଓ ଲାଭରେ ଅଂଶ ଦାବିକୁ ନେଇ ଶେଷରେ ମତଭେଦ ସୃଷ୍ଟି ହୋଇଥିଲା। ଏହାପରେ ନିର୍ମାତା ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ଫିଲ୍ମରେ ନେବାକୁ ଚିନ୍ତା କରିବା ସମୟରେ ଦୀପିକା ଫିଲ୍ମର କାହାଣୀ ଓ ଚରିତ୍ର ସମ୍ପର୍କିତ କିଛି ତଥ୍ୟ ଲିକ୍ କରିଥିବା ପ୍ରଣୟ ଅଭିଯୋଗ କରିଛନ୍ତି। ଏହି ଘଟଣା ସନ୍ଦୀପଙ୍କୁ ଖୁବ୍ ନିରାଶ କରିଥିଲା ବୋଲି ସେ କହିଛନ୍ତି।
ପଢନ୍ତୁ ଏହି ଖବର: ଫିଲ୍ମ ଇଣ୍ଡଷ୍ଟ୍ରିର କଳା ସତ ପଦାରେ ପକାଇଲେ କଙ୍ଗନା, କହିଲେ ସର୍ବସାଧାରଣରେ ଅନ୍ତଃବସ୍ତ୍ର କାଢିବାକୁ କୁହାଯାଇଥିଲା
ଦୀପିକାଙ୍କ ନାଁ ସିଧାସଳଖ ନ ନେଇ ପ୍ରଣୟ କହିଛନ୍ତି, କୌଣସି କଳାକାରଙ୍କୁ କାହାଣୀ ଶୁଣାଇବା ସମୟରେ ନିର୍ମାତା ତାଙ୍କ ଉପରେ ପୂରା ଭରସା କରିଥାନ୍ତି। ଏହା ଏକ ପ୍ରକାର ନିରବ ଚୁକ୍ତି ଭଳି। ତେଣୁ ଫିଲ୍ମର କାହାଣୀକୁ ଲିକ୍ କରିବା ନିର୍ମାତାଙ୍କ ବର୍ଷ ବର୍ଷର ପରିଶ୍ରମକୁ କ୍ଷତି ପହଞ୍ଚାଇବା ସହ ସମାନ ବୋଲି ସେ ମତ ଦେଇଛନ୍ତି। ଏପରିକି ଜଣେ ଯୁବ କଳାକାରଙ୍କୁ ନୀଚା ଦେଖାଇବାକୁ ‘ନାରୀତ୍ୱ’ କୁହାଯାଇପାରିବ କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ, ଏହି ବିବାଦକୁ ନେଇ ଦୀପିକାଙ୍କ ପକ୍ଷରୁ ଭିନ୍ନ ମତ ସାମ୍ନାକୁ ଆସିଥିଲା। ୨୦୨୫ରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ନିଜ ଲଢ଼େଇ ସେ ସର୍ବଦା ଚୁପ୍ଚାପ ଲଢ଼ନ୍ତି। ହେଲେ କୌଣସି ନା କୌଣସି କାରଣରୁ ଘଟଣାଗୁଡ଼ିକ ସର୍ବଦା ସାର୍ବଜନୀନ ହୋଇଯାଏ। ଦୀପିକାଙ୍କୁ ‘ସ୍ପିରିଟ୍’ରୁ ବାଦ ଦିଆଯିବା ପରେ ପ୍ରଭାସଙ୍କ ଅପୋଜିଟ୍ରେ ତୃପ୍ତି ଡିମରୀଙ୍କୁ କାଷ୍ଟ କରାଯାଇଛି। ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଯାଉଛି। ମୁକ୍ତି ଦିନରେ ବକ୍ସ ଅଫିସ୍ରେ ଏକ ବଡ଼ ଟକ୍କର ଦେଖିବାକୁ ମିଳିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories